ETV Bharat / city

LokSabha: ସାମୁଦ୍ରିକ ଅବକ୍ଷୟ ରୋକିବାକୁ ସଂସଦରେ ଦାବି କଲେ ଭର୍ତ୍ତୃହରି

author img

By

Published : Feb 11, 2022, 7:54 PM IST

ଲୋକସଭା ଶୁନ୍ୟକାଳରେ ଏକ ସ୍ବତନ୍ତ୍ର ଉତଥାପନ ଜରିଆରେ ଭର୍ତ୍ତୃହରି କହିଛନ୍ତି ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଓଡିଶା ଉପକୂଳରେ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଅଧିକ ପଢନ୍ତୁ

କଟକ ସାଂସଦ
କଟକ ସାଂସଦ

ନୂଆଦିଲ୍ଲୀ: ଓଡିଶାରେ ସାମୁଦ୍ରିକ ଅବକ୍ଷୟକୁ ନେଇ ଲୋକସଭାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ । ଲୋକସଭାର ଶୁନ୍ୟକାଳରେ ଏକ ସ୍ବତନ୍ତ୍ର ଉତଥାପନ ଜରିଆରେ ଭର୍ତ୍ତୃହରି କହିଛନ୍ତି ସମୁଦ୍ରର ଉଚ୍ଚ ଜୁଆର ଯୋଗୁଁ ଓଡିଶା ଉପକୂଳରେ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି ।

ସାମୁଦ୍ରିକ ଅବକ୍ଷୟ ରୋକିବାକୁ ସଂସଦରେ ଦାବି କଲେ କଟକ ସାଂସଦ

ଭର୍ତ୍ତୃହରି କହିଛନ୍ତି ରାଜ୍ୟର ଗଞ୍ଜାମ, ଜଗତସିଂପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାରେ ଥିବା ସାତଭାୟା, ପେଣ୍ଠ, ଗହୀରମାଥା, ଗୋପାଳପୁର ଉପକୂଳରେ ଏହି ଅବକ୍ଷୟ ହେବାରେ ଲାଗିଛି ।

ଫଳରେ ଗତ 28 ବର୍ଷ ଧରି ରାଜ୍ୟର ଉପକୂଳର ପ୍ରାୟ 37 କିଲୋମିଟର ତଥା 7.5 ପ୍ରତିଶତ ଅଞ୍ଚଳ କ୍ଷତିଗ୍ରସ୍ତ ହେଲାଣି । ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବାରେ ଲାଗିଛି । ତେଣୁ କେନ୍ଦ୍ର ସରକାର ପରିବେଶ ମନ୍ତ୍ରଣାଳୟ ଓ ବିଶେଷଜ୍ଞ ସହାୟତା ନେଇ ଏହାର ପ୍ରତିକାର କରିବାକୁ ଲୋକସଭାରେ ଭର୍ତ୍ତୃହରି ଦାବି କରିଛନ୍ତି ।

@Loksabha

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.