ETV Bharat / city

‘ଓଡିଆ ଭାଷା ବଞ୍ଚିଲେ ଓଡିଶାର ଅସ୍ମିତା ବଞ୍ଚିବ’ - ଓଡିଆ ଭାଷା

ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‍ଚରାଲ୍‍ ସର୍କଲ୍‍’ ପକ୍ଷରୁ ହୋଟେଲ ସ୍ବସ୍ତି ପ୍ରିମିୟମରେ ସାଂସ୍କୃତିକ କନ୍‍କ୍ଲେଭ୍‍ ‘ଓଡ଼ିଆ ଅସ୍ମିତା’ ଆୟୋଜିତ ହୋଇଯାଇଛି। ଅଧିକ ପଢନ୍ତୁ...

‘ଓଡିଆ ଭାଷା ବଞ୍ଚିଲେ ଓଡିଶାର ଅସ୍ମିତା ବଞ୍ଚିବ’

author img

By

Published : Mar 15, 2021, 10:06 AM IST

ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘ଓଡ଼ିଶା କଲ୍‍ଚରାଲ୍‍ ସର୍କଲ୍‍’ ପକ୍ଷରୁ ହୋଟେଲ ସ୍ବସ୍ତି ପ୍ରିମିୟମରେ ସାଂସ୍କୃତିକ କନ୍‍କ୍ଲେଭ୍‍ ‘ଓଡ଼ିଆ ଅସ୍ମିତା’ ଆୟୋଜିତ ହୋଇଯାଇଛି। ଓଡ଼ିଶାର ସ୍ବାଭିମାନକୁ ଉଦଜୀବିତ କରିବା ସହ ଆମ ମାଟିର ଗର୍ବ, ଗୌରବକୁ ଆହୁରି ପରିଚିତ କରାଇବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଛି । 7 ବର୍ଷ ହେବ ଅନୁଷ୍ଠାନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଅସ୍ମିତା ଉଦଜୀବିତ କରିବା ପାଇଁ କାମ କରିଆସୁଛନ୍ତି ।

‘ଓଡିଆ ଭାଷା ବଞ୍ଚିଲେ ଓଡିଶାର ଅସ୍ମିତା ବଞ୍ଚିବ’

ଏହି ଅବସରରେ ବିଶିଷ୍ଟ ବକ୍ତାଙ୍କ ସାରଗର୍ଭକ ବକ୍ତବ୍ୟ, ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀଙ୍କ ଦ୍ବାରା ଓଡ଼ିଆ ଦେଶାତ୍ମବୋଧ ସଙ୍ଗୀତ ଓ ସମୃଦ୍ଧ ଲୋକନୃତ୍ୟର ପ୍ରଦର୍ଶନରେ ଓଡ଼ିଆ ଅସ୍ମିତାକୁ ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଓଡିଆ ଭାଷା ବଞ୍ଚିଲେ ଓଡିଶାର ଅସ୍ମିତା ବଞ୍ଚିବ ବୋଲି ପ୍ରତିକ୍ରିୟା ରଖିଥିଲେ।

ଅନୁଷ୍ଠାନର ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭାବେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିଲେ। ଓଡ଼ିଶା କଲ୍‌ଚରାଲ୍‌ ସର୍କଲ୍‌ ଓଡ଼ିଶାର ସାଂସ୍କୃତିକ ଦୁନିଆରେ ନୂଆ ଜାଗରଣ ଆଣିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଛି ବୋଲି ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ମହାନ୍ତି କହିଥିଲେ । ଏହାସହ ଅନୁଷ୍ଠାନର ଉପାଧ୍ୟକ୍ଷ ଡ଼ ଜେନାମଣି ସଞ୍ଜୀବ କୁମାର, ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ସମ୍ପାଦକ ଚୌଧୁରୀ ଅମିତାଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.