ଭୁବନେଶ୍ବର: କୋରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ବଡ ଘୋଷଣା । ଆସନ୍ତାକାଲି (ଶୁକ୍ରବାର) ଠାରୁ ଲାଗୁ ହେବ ନୂଆ କଟକଣା । ଘୋଷଣା କଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏଣିକି ପଶ୍ଚିମବଙ୍ଗରୁ ଫେରିଲେ 14 ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ । ବିମାନ କିମ୍ବା ଟ୍ରେନରେ ଆସିଲେ 14 ଦିନିଆ ସଙ୍ଗରୋଧ ବାଧ୍ୟତାମୂଳକ । ସେହିପରି କୋଭିଡ ଟିକାର 2ୟ ଡୋଜ ନେଇଥିଲେ ସଙ୍ଗରୋଧରେ ରହିବା ଆବଶ୍ୟକ ନୁହେଁ ବୋଲି ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ । 2ୟ ଡୋଜ ଟିକା ପ୍ରାମଣ ପତ୍ର ସହ ରାଜ୍ୟ ବାହାର ଫେରନ୍ତା ଘରେ ରହିପାରିବେ ।
ବର୍ତ୍ତମାନ ବଙ୍ଗଲରେ ସ୍ଥିତି ସଙ୍ଗୀନ ରହିଛି । ପଶ୍ଚିମବଙ୍ଗରେ ଟ୍ରିପଲ ମୁଟ୍ୟାଣ୍ଟ ଭୁତାଣୁ ଚିହ୍ନଟ ହୋଇଛି । ପ୍ରତିଦିନ 10 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସୀମାନ୍ତ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଛି । ସେହିପରି ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ମଧ୍ୟ ସିଲ କରିବେ ରାଜ୍ୟ ସରକାର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ