ETV Bharat / city

ଜାତୀୟ ସ୍ତରରେ କୃଟ ସମ୍ମାନିତ - ଜାତୀୟ ସ୍ତରରେ କୃଟ ସମ୍ମାନିତ

କୃଟକୁ ଆଉ ଏକ ସଫଳତା। କୃଟକୁ ମିଳିଲା ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା (SPV) ଆୱାର୍ଡ। ଅଧିକ ପଢନ୍ତୁ...

ଜାତୀୟ ସ୍ତରରେ କୃଟ ସମ୍ମାନିତ
ଜାତୀୟ ସ୍ତରରେ କୃଟ ସମ୍ମାନିତ
author img

By

Published : Mar 26, 2021, 10:36 PM IST

ଭୁବନେଶ୍ବର: କୃଟକୁ ଆଉ ଏକ ସଫଳତା। କୃଟକୁ ମିଳିଲା ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା (SPV) ଆୱାର୍ଡ।

ରାଜଧାନୀ କ୍ଷେତ୍ରରେ ପ୍ରିୟ ସିଟି ବସ୍ ସେବା 'ମୋ ବସ୍'‌କୁ ପୁଣିଥରେ ଦେଶର ଶୀର୍ଷ ପୁରସ୍କାର ମିଳିଛି । କ୍ରୁଟ ଦେଶର ଶ୍ରେଷ୍ଠ ସ୍ମାର୍ଟ ବିଶେଷ ପ୍ରୟୋଜନ ମାଧ୍ୟମ ସଂସ୍ଥା ବିବେଚିତ ହୋଇଛି । ଷଷ୍ଠ ସ୍ମାର୍ଟ ସିଟି ଇଣ୍ଡିଆ ଆୱାର୍ଡ କାର୍ଯ୍ୟକ୍ରମ ଶୁକ୍ରବାର ପ୍ରଗତି ମଇଦାନ ଦିଲ୍ଲୀରେ ଶେଷ ହୋଇଛି । ସେଠାରେ କୃଟ କିଭଳି ଆଞ୍ଚଳିକ ପରିବହନ କ୍ଷେତ୍ରରେ ଗତ ୨ ବର୍ଷ ମଧ୍ୟରେ ଭଲ କାର୍ଯ୍ୟ କରି ବିଭିନ୍ନ ସୃଜନାତ୍ମକ ପଦେକ୍ଷପ ନେଇଛି ତାହା ଚର୍ଚ୍ଚାର ବିଷୟ ହୋଇଥିଲା ।

ଭାରତ ବ୍ୟାପାର ସପଦ୍ଧନ ସଂଗଠନ ପ୍ରତିବର୍ଷ ଏହି ପୁରସ୍କାର ଦେଉଛି । ନିକଟରେ କୋଭିଡ୍ ସମୟରେ ୟୁଏମଆଇ ଏହି ପୁରସ୍କାର ପ୍ରଦାନ କରିଥିଲା । ଗତବର୍ଷ ମଧ୍ୟ ଶ୍ରେଷ୍ଠ ସ୍ମାର୍ଟ ପରିବହନ ଯୋଜନା ଭାବେ ୟୁଏମଆଇ ପୁରସ୍କୃତ କରିଥିଲା । ଏହି ପୁରସ୍କାରକୁ ଦୀପ୍ତି ମହାପାତ୍ର (ମହା ପ୍ରବନ୍ଧକ) କ୍ରୁଟ୍ ତରଫରୁ ଗ୍ରହଣ କରିଥିଲେ ।

ଏହି ପରିପ୍ରେକ୍ଷୀରେ କୃଟ ଏମଡି ଅରୁଣ ବୋଥ୍ରା କୃଟର ଏହି ଅଭୁତପୂର୍ବ ସଫଳତା ପାଇଁ ସମସ୍ତ କ୍ୟାପଟେନ୍ ସହିତ ପୁରା ଅପରେସନ୍ ଟିମକୁ ଅଭିନନ୍ଦନ ଜଣାଇଛନ୍ତି। ଯାତ୍ରୀମାନଙ୍କ ବିଶ୍ବାସ ପାଇଁ ସମସ୍ତଙ୍କୁ ସେମାନଙ୍କ ପାଖରେ କୃତଜ୍ଞ ବୋଲି ଜଣାଇଛନ୍ତି । ଏହିଭଳି ସମ୍ମାନ ଆହୁରି ଅଧିକା କାମ କରିବା ପାଇଁ ଆମକୁ ପ୍ରୋତ୍ସାହିତ କରିବ ଓ ଯାତ୍ରୀମାନଙ୍କ ସୁରକ୍ଷା ଆମେ ସବୁବେଳେ ପ୍ରାଥମିକତା ଦେବୁ ବୋଲି କହିଛନ୍ତି ।

ସୁରକ୍ଷା ନିୟମ ଗୁଡିକୁ ଅନୁସରଣ କରି ମହାମାରୀ ସମୟରେ ଆମ ସହିତ ଯାତ୍ରା ଜାରି ରଖିବା ପାଇଁ ବୋଥ୍ରା ଅନୁରୋଧ କରିଛନ୍ତି । 'ମୋ ବସ୍' ସେବା ଯାତ୍ରୀମାନଙ୍କ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ସାଜିଛି । ପୁଣିଥରେ ଦୈନିକ ୧ ଲକ୍ଷରୁ ଉର୍ଦ୍ଧ୍ବ ଯାତ୍ରୀ ମୋ ବସ୍ ସେବାର ବ୍ୟବହାର କରୁଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.