ETV Bharat / city

ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ଦେବା ନେଇ ଭାରତ ସରକାର ବିଚାର କରନ୍ତୁ: ଆଇଜି ଏସକେ ମହାନ୍ତି - ସି ଆର ପି ଏଫ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳନ

ଅର୍ଦ୍ଧସାମରିକ ବାହିନୀ ସି ଆର ପି ଏଫ ପକ୍ଷରୁ ଦେଶର 1600 ସ୍ଥାନରେ ଏକ ସମୟରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଥିବା ବେଳେ ସିଆରପିଏଫ ଓଡିଶା ପକ୍ଷରୁ ସ୍ଥାନୀୟ ଭୁବନେଶ୍ୱର କ୍ୟାମ୍ପସରେ ମଧ୍ୟ ପାଳନ କରାଯାଇଛି ।

ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ଦେବା ନେଇ ଭାରତ ସରକାର ବିଚାର କରିବା ଆବଶ୍ୟକ

author img

By

Published : Aug 29, 2020, 10:21 PM IST

ଭୁବନେଶ୍ବର: ଆଜି ହେଉଛି ଜାତୀୟ କ୍ରୀଡା ଦିବସ। ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଏହି ଦିବସ ଭାବେ ପାଳନ କରାଯାଏ। ତେବେ ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ଏହି ଉତ୍ସବ ସାରା ଦେଶରେ ସେତେ ଜୋରଦାର ପାଳନ କରାଯାଉ ନଥିଲେ ମଧ୍ୟ ସେହି ଅମର ଆତ୍ମାଙ୍କ ସ୍ମୃତି ଉଚ୍ଚାରଣ କରି କଟକଣା ମଧ୍ୟରେ ପାଳନ କରାଯାଉଛି ।

ଧ୍ୟାନଚାନ୍ଦଙ୍କୁ ଭାରତରତ୍ନ ଦେବା ନେଇ ଭାରତ ସରକାର ବିଚାର କରନ୍ତୁ: ଆଇଜି ଏସକେ ମହାନ୍ତି

ଆଉ ଏହାକୁ ଅର୍ଦ୍ଧସାମରିକ ବାହିନୀ ସି ଆର ପି ଏଫ ପକ୍ଷରୁ ଦେଶର 1600 ସ୍ଥାନରେ ଏକ ସମୟରେ ପାଳନ କରାଯାଉଥିବା ବେଳେ ସି ଆର ପି ଏଫ ଓଡିଶା ପକ୍ଷରୁ ସ୍ଥାନୀୟ ଭୁବନେଶ୍ୱର କ୍ୟାମ୍ପସରେ ମଧ୍ୟ ପାଳନ କରାଯାଇଛି। ଏହି ଅବସରରେ ଏକ ବନ୍ଧୁତ୍ବପୂର୍ଣ ଭଲିବଲ ମ୍ୟାଚ ଖେଳାଯିବା ସହ ଖେଳ କିପରି ଭାବେ ଯବାନ ମାନଙ୍କୁ ଦୈନିକ ଫିଟ ରଖିବାରେ ଗୁରୁତ୍ୱ ବହନ କରେ ସେକଥା ଉଲ୍ଲେଖ କରିଛନ୍ତି ଆଇ ଜି ଏସ କେ ମହାନ୍ତି। ଏହି ଅବସରରେ ଆଇଜି ଧ୍ୟାନଚାନ୍ଦଙ୍କ କ୍ରୀଡ଼ାନୈପୁଣ୍ୟ ବିଷୟରେ ଉଲ୍ଲେଖ କରିବା ସହ ତାଙ୍କୁ ଭାରତରତ୍ନ ଦେବାକୁ ହେଉଥିବା ଦାବି ପ୍ରତି ଭାରତ ସରକାର ବିଚାର କରିବାର ଆବଶ୍ୟକତା ରହିଥିବା କହିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.