ETV Bharat / city

ଡିଏଲ ପାଇଁ ସଭିଏଁ ବ୍ଯସ୍ତ, ଛୁଟିଦିନରେ ଆରଟିଓରେ ଭିଡ - new Motor Vehicles Act

ନୂଆ ଟ୍ରାଫିକ ନିୟମ କଡାକଡି ଲାଗୁ ହେବା ପରେ ଡିଏଲ ପାଇଁ ରାଜଧାନୀର ଆରଟିଓ ଅଫିସରେ ଏବେ ଛୁଟିଦିନରେ ବି ଲୋକଙ୍କ ଭିଡ । ଭିଡକୁ ଦୃଷ୍ଟିରେ ରଖି ରାଜଧାନୀର ଚାରୋଟି ସ୍ଥାନରେ ଆରଟିଓ ପାଇଁ ଅସ୍ଥାୟୀ କେନ୍ଦ୍ର ଖୋଲାଯିବାକୁ କରାଯାଇଛି ବ୍ୟବସ୍ଥା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 16, 2019, 2:19 AM IST

ଭୁବନେଶ୍ବର: ନୂଆ ଟ୍ରାଫିକ ନିୟମକୁ ନେଇ ଏବେ ଲୋକଙ୍କ ମୁଣ୍ଡରେ ଚଡକ । ଡକ୍ୟୁମେଣ୍ଟ ପାଇଁ ବ୍ଯସ୍ତ ଏବେ ସବୁ ଗାଡି ଚାଳକ । ଏହାର ପ୍ରମାଣ ଦେଉଛି ଆରଟିଓ ଅଫିସ । ଡିଏଲ ହେଉ କି ଗାଡି ରେଜିଷ୍ଟ୍ରେସନ ରି-ନ୍ଯୁ, ଆରଟିଓ ଅଫିସରେ ଛୁଟିଦିନରେ ବି ଖଚାଖଚ ଭିଡ ଦେଖିବାକୁ ମିଳୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଛୁଟିଦିନ ପଡିଥିବାରୁ ଲୋକେ ଅଫିସ ଟେନସନରୁ ବାହାରି ଗାଡିର ଜରୁରୀ କାଗଜପତ୍ର ବାହାର କରିବାକୁ ଧାଇଁ ଆସିଛନ୍ତି ଆରଟିଓ ଅଫିସକୁ । ତେବେ ଭିଡକୁ ଦୃଷ୍ଟିରେ ରଖି ରାଜଧାନୀର ଚାରୋଟି ସ୍ଥାନରେ ଆରଟିଓ ପାଇଁ ଅସ୍ଥାୟୀ କେନ୍ଦ୍ର ଖୋଲାଯିବାକୁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜାଗା ଚିହ୍ନଟ ମଧ୍ୟ ସରିଛି ।

ସହିଦ ନଗର କର୍ପୋରେସନ କାର୍ଯାଳୟ ସହ ବିଏମସି ଅଫିସ ଓ ସୌଭାଗ୍ଯନଗର ସହ ପଟିଆ ପୁରୁଣା କର୍ପୋରେସନ ଅଫିସରେ ରେଜିଷ୍ଟ୍ରେସନ ବା ଡିଏଲ ଆବେଦନ ପାଇଁ ଆରଟିଓ ଅଧିକାରୀ ଜାଗା ଚିହ୍ନଟ କରିଛନ୍ତି । ଖୁବଶିଘ୍ର ଏଠାରେ ଅସ୍ଥାୟୀ କେନ୍ଦ୍ର ଖୋଲାଯିବ । ଫଳରେ ଲୋକେ ଏଠାରେ ନିଜ ନିଜର ଡିଏଲ ଓ ରେଜିଷ୍ଟ୍ରେସନ ସମ୍ପର୍କିତ ସମସ୍ଯାର ସମାଧାନ କରିପାରିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଡିଏଲ ପାଇଁ ସଭିଏ ବ୍ଯସ୍ତ,ଛୁଟି ଦିନରେ ଆରଟିଓରେ ଭିଡBody:

ନୁଆ ଟ୍ରାଫିକ ନିୟମ ପରେ ସାବାଡ ଲୋକେ।ଡକୁମେଣ୍ଟ ପାଇଁ ବ୍ଯସ୍ତ ସଭିଏ। ଯାହାର ପ୍ରମାଣ ଦେଉଛି ଆରଟିଓ ଅଫିସ।ଡିଏଲ ହେଉ ବା ଗାଡି ରେଜିଷ୍ଟ୍ରେସନ ରେନ୍ଯୁ।ଆରଟିଓ ଅଫିସରେ ଛୁଟି ଦିନରେ ବି ଖଚାଖଚ ଭିଡ।ତେବେ ଛୁଟିଦିନ ପଡିଥିବାରୁ ଅଫିସ ଟେନସନରୁ ବାହାରି ଧାଇଁ ଆସିଛନ୍ତି ନିଜ ନିଜର କାମ ସାରିବାକୁ। ତେବେ ଭିଡକୁ ଦୃଷ୍ଟିରେ ରଖି ରାଜଧାନିରେ ଚାରୋଟି ସ୍ଥାନରେ ଆରଟିଓ ପାଇଁ ଖୋଲାଯିବ ଅସ୍ଥାୟି କେନ୍ଦ୍ର।ଯେଉଁଥିପାଇଁ ସରିଛି ଯାଗା ଚିହ୍ନଟ।ସହିଦନଗର କର୍ପୋରେସନ କାର୍ଯାଳୟ ସହ ବିଏମସି ଅଫିସ। ସୌଭାଗ୍ଯନଗର ସହ ପଟିଆ ପୁରୁଣା କର୍ପୋରେସନ ଅଫିସରେ ରେଜିଷ୍ଟ୍ରେସନ ବା ଡିଏଲ ଆବେଦନ ପାଇଁ ଆରଟିଓ ଅଧିକାରି ଚିହ୍ନଟ କରିଛନ୍ତି। ଖୁବଶିଘ୍ର ସେଠାରେ ଅସ୍ଥାୟି କିଓସ୍କ ପରେ ଲୋକେ ସେଠାରେ ନିଜ ନିଜର ଡିଏଲ ଓ ରେଜିଷ୍ଟ୍ରେସନ ସମ୍ପର୍କିତ ସମସ୍ଯାର ସମାଧାନ କରିପାରିବେ।
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.