ETV Bharat / city

ରାଜଧାନୀରେ ଛାଇଗଲେଣି ଖଣ୍ଡା ଭୁଜାଲି ଅପରାଧୀ, ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ !

author img

By

Published : Nov 2, 2021, 12:04 PM IST

Updated : Nov 2, 2021, 12:27 PM IST

ରାଜଧାନୀ ଭୁବନେଶ୍ବରରେ ଏବେ ବଢିବାରେ ଲାଗିଛି ଅପରାଧ । ଖଣ୍ଡା ଭୁଜାଲି ଧରି ଯୁଆଡେ ପାଉଛନ୍ତି ସିଆଡେ ମାତୁଛନ୍ତି । ଯାହାକୁ ନେଇ ଏବେ ଘରୁ ବାହାରିବାକୁ ଭୟ କରୁଛନ୍ତି ସହରବାସୀ । ଅଧିକ ପଢନ୍ତୁ...

ସହରରେ ଛାଇଗଲେଣି ଖଣ୍ଡା ଭୁଜାଲି ଅପରାଧି, ଘରୁ ବାହାରିବାକୁ ଭୟ କରୁଛନ୍ତି ସହରବାସୀ

ଭୁବନେଶ୍ବର: ମହିଳା ଘରୁ ବାହାରିବାକୁ ଡରୁଛନ୍ତି । ସନ୍ଧ୍ୟା ହେଲେ ଘର କବାଟ କିଳୁଛନ୍ତି ! ବ୍ୟବସାୟୀ ବଣିଜ ବେପାର କରି ଲୁଚି ଲୁଚି ଫେରୁଛନ୍ତି । ରାତ୍ରିରେ ପାର୍କ ଆଉ ସିନେମା ଦେଖି ଫେରିବା ଫ୍ୟାମିଲି ଓ କପଲ ପାଇଁ କଷ୍ଟକର‌ ହେଉଛି । କାରଣ ସହରରେ ଏବେ ଭାଇ ମାତିଛନ୍ତି । ଖଣ୍ଡା ଭୁଜାଲି ଧରି ଯୁଆଡେ ପାଉଛନ୍ତି ସିଆଡେ ମାତୁଛନ୍ତି । କେଉଁଠି ଦାଦାବଟି ନେଇ ଲୋକଙ୍କୁ ହାଣୁଛନ୍ତି ତ କେଉଁଠି ବାଟରେ ମହିଳାଙ୍କୁ ଅଟକାଇ ଟଣା ଓଟରା ସହ ହଇରାଣ ହରକତ କରୁଛନ୍ତି । ଯାହାକୁ ନେଇ ସହରରେ ଏବେ ତ୍ରାହି ତ୍ରାହି ପଡିଲାଣି । ସାଧାରଣ ଲୋକଟିଏ ତ ସ୍ବର ଉଠାଇବା କଷ୍ଟକର। ପୋଲିସ ବି ଏମାନଙ୍କୁ ଧରିପାରୁନି‌ । ଆଉ ଧରିଲେ କଠୋର‌ଦଫା ଲଗାଇବାକୁ ପଛଘୁଞ୍ଚା ଦେଉଛି । ଫଳରେ ସହରର ଆଇନ ଶୃଙ୍ଖଳା ଏବେ ପୁରାପୁରି ବିଗିଡିବାକୁ ବସିଲାଣି । ଯାହାର ଭିଡିଓ ଗୋଟିଏ ପରେ ଗୋଟିଏ ଏବେ ଭାଇରାଲ ହେଉଛି ।

ରାଜଧାନୀରେ ଛାଇଗଲେଣି ଖଣ୍ଡା ଭୁଜାଲି ଅପରାଧୀ, ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ

କିଭଳି ନିଜର‌ ସ୍ଥାୟିତ୍ବ ଜାହିର ପାଇ ଅପରାଧି ଖୁଲମ ଖୁଲା ଟ୍ରାଫିକ ଉପରେ ଖଣ୍ଡା ଧରି ଅଶ୍ଳିଳ ଇଙ୍ଗିତ ପ୍ରଦର୍ଶନ କରୁଛନ୍ତି। ଏପରି କି ସେହି ବାଟ ଦେଇ ସହରବାସୀ ଯିବାକୁ ଏ ବେ ଡରୁଛନ୍ତି। ଖୋଦ ରାଜଧାନିର ଟ୍ରାଫିକ ପୋଷ୍ଟ ଉପରେ ୧୦ରୁ ଉର୍ଦ୍ଧ୍ବ ଅପରାଧିଙ୍କ ଏପରି ଖୁଲମ ଖୁଲା ଖଣ୍ଡା ଭୁଜାଲି ପ୍ରଦର୍ଶନ, ଗାଳି ଗୁଲଜ ସହ ଗାଡିରେ ବୁଲି ସହରରେ ପଇଁତରା ମାରୁଛନ୍ତି। ନା ଅଟକାଇବାକୁ ପିସିଆର‌ ଆସୁଛି, ନା ଥାନା ଅଧିକାରିଙ୍କ ନିଦ ଭାଙ୍ଗୁଛି । ଲୋକଙ୍କ ନିଦ ହଜାଇଥିବା ଅପରାଧି ଏବେ ରାସ୍ତା ଉପରେ ହଇଚଇ ମଚାଇଥିବା ବେଳେ ପୋଲିସ ଚଳାଇଛି ବସ୍ତି ଚାଲ ଅଭିଯାନ ।

  • Now criminals roam free in Bhubaneswar.
    Dancing, glamorizing their life style, swinging swords and displaying firearms publicly has become the norm.
    Where is the Police?
    Gone home obviously pic.twitter.com/CxBdSvyFgX

    — Tathagata Satpathy (@SatpathyLive) November 1, 2021 " class="align-text-top noRightClick twitterSection" data=" ">

ତେବେ ଗତ ୨୭ ତାରିଖରେ ନିଜର ମଙ୍ଗେତର ସହ ଫେରୁଥିବା ଜଣେ ଯୁବତୀ ବଖାଣିଛନ୍ତି ଏଭଳି କ୍ରିମିନାଲଙ୍କ ଛାତିଥର ଦୃଶ୍ୟର କାହାଣୀ। କିପରି ଘରକୁ ଫେରୁଥିବା ବେଳେ ଗାଡି ଆଗକୁ ମଦ ବୋତଲ ଫିଙ୍ଗିଥିଲେ ଅପରାଧୀ । ନିଶାରେ ଚୁର ଖଣ୍ଡା ଭୁଜାଲିଧାରୀ ଅପରାଧୀ ତାଙ୍କ ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ ସହ ଅସଦାଚରଣ କରିଥିଲେ। ଯେଉଁଥିପାଇଁ ସେ ପୋଲିସ ପିସିଆରକୁ କଲ ବି କରିଥିଲେ । ହେଲେ କେହି ଫୋନ ଉଠାଇନଥିଲେ । ଶେଷରେ ମୁଣ୍ଡ ନୁଆଁଇ ଘରକୁ ଫେରିଥିଲେ। ଆଉ ଏଵେ ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ଯାହାର‌ ଏକ ଭିଡିଓକୁ ନେଇ ଏବେ ଜଣାଶୁଣା ସାମ୍ବାଦିକ ତଥା ପୂର୍ବତନ ରାଜନେତା ତଥାଗତ ଶତପଥି ସୋସିଆଲ ମିଡିଆରେ ଆପତ୍ତି ଉଠାଇଛନ୍ତି ।

ସେପ୍ଟେମ୍ବର ମାସରେ ୧୨ ଜଣଙ୍କ ବିରୋଧରେ ଦଫା ୧୧୦ରେ ମାମଲା ରୁଜ୍ଜୁ ହୋଇଥିବା ବେଳେ ୨୬ ଜଣ ଜେଲରୁ ମୁକୁଳିଥିବା ପୋଲିସ ରେକର୍ଡ କହୁଛି। ଏନେଇ ପୋଲିସ କମିଶନର କୋଣସି ପ୍ରତିକ୍ରିୟା ଦେଉ ନଥିବା ବେଳେ ଭୁବନେଶ୍ଵର ଡିସିପି ନିର୍ଦ୍ଧିଷ୍ଟ କିଛି କେସର ଅପଡେଟ ଦେଇ କିଛି କ୍ରିମିନାଲଙ୍କୁ ଗିରଫ କରାଯାଇଛି ବୋଲି ମାପି ଚୁପି ପ୍ରତିକ୍ରିୟା ରଖୁଛନ୍ତି । ଯାଉଁଥିପାଇଁ ଦାୟିତ୍ବରେ ଥିବା ଭୁବନେଶ୍ଵର ଡିସିପି ଓ ପୋଲିସ କମିସନରଙ୍କୁ ଦାୟୀ କରିଛନ୍ତି ସହରବାସୀ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Nov 2, 2021, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.