ETV Bharat / city

ଘଙ୍ଗାପାଟଣା ଜମି ଦୁର୍ନୀତି ମାମଲା, ଦୁର୍ନୀତିଖୋରଙ୍କୁ ସୁରକ୍ଷା ଦେଉଛି କ୍ରାଇମବ୍ରାଞ୍ଚ

ଆଦିବାସୀଙ୍କ ଜମି ହଡପ କରିଥିବା ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛନ୍ତି ସରକାର । ଏନେଇ କ୍ରାଇମବ୍ରାଞ୍ଚ ଏବଂ ସରକାରଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ସୂଚନା ଅଧିକାର ଅଭିଯାନ ।

author img

By

Published : Mar 26, 2019, 9:02 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ଭୁବନେଶ୍ୱର: ଦୋଷୀଙ୍କୁ ସୁରକ୍ଷା ଦେଉଛି କ୍ରାଇମବ୍ରାଞ୍ଚ । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଓଲଟା ସେମାନଙ୍କୁ ସୁରକ୍ଷା ମିଳୁଛି। ସରକାର ମଧ୍ୟ ସେମାନଙ୍କ ପକ୍ଷରେ। କ୍ରାଇମବ୍ରାଞ୍ଚ ଏବଂ ସରକାରଙ୍କ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ସୂଚନା ଅଧିକାର ଅଭିଯାନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ୱର

ସୂଚନା ମୁତାବକ, 2014 ମସିହାରେ ଭୁବନେଶ୍ୱର ଉପକଣ୍ଠ ଘଙ୍ଗାପାଟଣା ଠାରେ ଆଦିବାସୀଙ୍କୁ ସରକାର ଜମି ପ୍ରଦାନ କରିଥିଲେ । କିନ୍ତୁ ସେହି ଜମିକୁ ଚଞ୍ଚକତା କରି ହଡପ କରାଯାଇଥିବା ଘଟଣା ଲୋକ ଲୋଚନକୁ ଆସିଥିଲା।ଯାହାର ତଦନ୍ତ ଭାର ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ। କିନ୍ତୁ କ୍ରାଇମବ୍ରାଞ୍ଚ ଏହାର ଦୋଷୀଙ୍କୁ ଧରିବା ବଦଳରେସେମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅଭିଯୋଗ କରାଯାଇଛି।

ଏନେଇ ସୋମବାର ଲୋହିଆ ଏକାଡେମୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନାମରେ ଅଭିଯୁକ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ସମ୍ମିଳନୀରେ କହିଛନ୍ତି ସୂଚନା ଅଧିକାର କର୍ମୀ ସୁଧୀର ମହାନ୍ତି ।

ସେହିପରି ସୂଚନା କମିଶନ ଅଧ୍ୟକ୍ଷ ଥିବା ଶଶିପ୍ରଭା ବିନ୍ଧାଣି ସରକାରଙ୍କ ଦଲାଲ ସାଜି ସୂଚନା ପ୍ରଦାନ କରିବାରେ ପକ୍ଷପାତ କରିଥିବା ଅଭିଯୋଗ ହୋଇଛି। ସବୁ ସରକାରୀ ଜମି ସରକାରଙ୍କ ଖାତାକୁ ଫେରି ଆସିଥିବା କୁହା ଯାଉଥିଲେ ମଧ୍ୟ ଏହାକୁ କିଏ କବଜା କରିଥିଲା ଏବଂ କେତେ ପରିମାଣର କରିଥିଲେ ତାହାର କୌଣସି ସୂଚନା ଦିଆଯାଇନାହିଁ। ସେପଟେ ସେହିସବୁ ଜମି ଏବେ ସୁଦ୍ଧା ସେମାନଙ୍କ କବଜାରେ ଥିବା ବେଳେ ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି ।

ତେବେ ଏଥିରେ ସମ୍ପୃକ୍ତ ନେତା ଓ ଅଧିକାରୀଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଅଭିଯାନ ପକ୍ଷରୁ ଏହି ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କୁହାଯାଇଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.