ETV Bharat / city

NBW କାର୍ଯ୍ୟକାରୀ ପାଇଁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଅଭିଯାନ

ଜାମିନ ବିହୀନ ଗିରଫ ପରୱାନା ଗୁଡିକ କାର୍ଯ୍ୟକାରୀ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ । ଏହି ଅଭିଯାନ ଜାନୁଆରୀ ୨୭ରୁ ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

crime-branch-arrangement-special-programme-for-nbw
ଏନ୍‌ବିଡବ୍ଲୁ କାର୍ଯ୍ୟକାରୀ ପାଇଁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଅଭିଯାନ
author img

By

Published : Feb 5, 2020, 11:03 PM IST

କଟକ: ଜାମିନ ବିହୀନ ଗିରଫ ପରୱାନା ଗୁଡିକ କାର୍ଯ୍ୟକାରୀ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ କରାଯାଇଛି । ଏହି ଅଭିଯାନ ଜାନୁଆରୀ ୨୭ ରୁ ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଅଭିଯାନ ଚାଲିଥିବା ସମୟ ମଧ୍ୟରେ ୫୧୨୧ଟି ଜାମିନ ବିହୀନ ପରୱାନାକୁ କାର୍ଯ୍ୟକାରୀ କରାଯାଇଛି । ୨୦୧୯ରେ ସମୁଦାୟ ୧୬ ହଜାର ୪୯୯ ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଥିବାବେଳେ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ କମ ସମୟରେ ଏହି ସଫଳତା ମିଳିଥିବା ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ଏନ୍‌ବିଡବ୍ଲୁ କାର୍ଯ୍ୟକାରୀ ପାଇଁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଅଭିଯାନ

ଏହି ସ୍ବତନ୍ତ୍ର ଅଭିଯାନ ଫଳରେ କାର୍ଯ୍ୟକାରୀ ହୋଇନଥିବା ଜାମିନ ବିହୀନ ପରୱାନା ସଂଖ୍ୟାରେ ୨୦ ପ୍ରତିଶତ ହ୍ରାସ ଘଟିଛି। ସ୍ବତନ୍ତ୍ର ଅଭିଯାନର ଆରମ୍ଭରେ କାର୍ଯ୍ୟକାରୀ ହୋଇନଥିବା NBW(non bailable warrant)ର ସଂଖ୍ୟା ୩୯ ହଜାର ୨୫୪ ଥିଲା । ଅଭିଯାନ ସମୟରେ ଆଉ ୧୬୮୫ଟି ନୂଆ ପରୱାନା ଗ୍ରହଣ କରାଯାଇଥିଲା। ଏହି ସ୍ବତନ୍ତ୍ର ଅଭିଯାନ ସମୟରେ ୫୧୨୧ ଟି ପରୱାନା କାର୍ଯ୍ୟକାରୀ ହୋଇଥିବାବେଳେ ୪୩୩୩ଟି ଏନ୍‌ବିଡବ୍ଲୁ ର ଅନ୍ୟ ଉପାୟରେ ସମାଧାନ କରାଯାଇଛି।

ସ୍ବତନ୍ତ୍ର ଅଭିଯାନ ଶେଷ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବା ଏନବିଡବ୍ଲୁର ସଂଖ୍ୟା ୩୧ ହଜାର ୪୮୨କୁ ଖସିଛି। ଗଞ୍ଜାମ ଜିଲ୍ଲା ପୋଲିସ ସବୁଠାରୁ ଅଧିକ ୭୩୩ଟି ଏନବିଡବ୍ଲୁ କାର୍ଯ୍ୟକାରୀ କରିଥିଲାବେଳେ କୋରାପୁଟ ପୋଲିସ ୪୧୭ଟି ଏନବିଡବ୍ଲୁ କାର୍ଯ୍ୟକାରୀ କରିଛନ୍ତି । ସେହିପରି ଖୋର୍ଦ୍ଧା ପୋଲିସ ଏହି ସମୟରେ ୩୫୫ଟି ଏନବିଡବ୍ଲୁକୁ କାର୍ଯ୍ୟକାରୀ କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:ଜାମିନ ବିହୀନ ଗିରଫ ପରୱାନା ଗୁଡିକ କାର୍ଯ୍ୟକାରୀ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ କରାଯାଇଥିଲା।ଏହି ଅଭିଯାନ ଜାନୁଆରୀ ୨୭ ରୁ ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କରାଯାଇଥିଲା।ଏହି ସମୟ ମଧ୍ୟରେ ୫୧୨୧ ଟି ଜାମିନ ବିହୀନ ପରୱାନା କୁ କାର୍ଯ୍ୟକାରୀ କରାଯାଇଥିଲା।୨୦୧୯ ରେ ସମୁଦାୟ ୧୬ ହଜାର ୪୯୯ ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ କରାଯାଇଥିବାବେଳେ ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ କମ ସମୟରେ ଏହି ସଫଳତା କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।
ଏହି ସ୍ୱତନ୍ତ୍ର ଅଭିଯାନ ଫଳରେ କାର୍ଯ୍ୟକାରି ହୋଇନଥିବା ଜାମିନ ବିହୀନ ପରୱାନା ସଂଖ୍ୟାରେ ୨୦ ପ୍ରତିଶତ ହ୍ରାସ ଘଟିଛି।ସ୍ୱତନ୍ତ୍ର ଅଭିଯାନର ଆରମ୍ଭରେ କାର୍ଯ୍ୟକାରୀ ହୋଇନଥିବା ଏନବିଡବ୍ଲୁ ର ସଂଖ୍ୟା ୩୯ ହଜାର ୨୫୪ ଥିଲା।ଅଭିଯାନ ସମୟରେ ଆଉ ୧୬୮୫ ଟି ନୂଆ ପରୱାନା ଗ୍ରହଣ କରାଯାଇଥିଲା।ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ୫୧୨୧ ଟି ପରୱାନା କାର୍ଯ୍ୟକାରି ହୋଇଥିବାବେଳେ ୪୩୩୩ ଟି ଏନବିଡବ୍ଲୁ ର ଅନ୍ୟ ଉପାୟରେ ସମାଧାନ କରାଯାଇଛି।ସ୍ୱତନ୍ତ୍ର ଅଭିଯାନ ଶେଷ ସୁଦ୍ଧା କାର୍ଯ୍ୟକାରୀ ହୋଇନଥିବା ଏନବିଡବ୍ଲୁ ର ସଂଖ୍ୟା ୩୧ ହଜାର ୪୮୨ କୁ ଖସିଛି।
ଗଞ୍ଜାମ ଜିଲ୍ଲା ପୋଲିସ ସବୁଠାରୁ ଅଧିକ ୭୩୩ ଟି ଏନବିଡବ୍ଲୁ କାର୍ଯ୍ୟକାରୀ କରିଥିଲାବେଳେ କୋରାପୁଟ ପୋଲିସ ୪୧୭ ଟି ଏନବିଡବ୍ଲୁ କାର୍ଯ୍ୟକାରୀ କରିଛନ୍ତି।ସେହିପରି ଖୋର୍ଦ୍ଧା ପୋଲିସ ଏହି ସମୟରେ ୩୫୫ ଟି ଏନବିଡବ୍ଲୁ କୁ କାର୍ଯ୍ୟକାରୀ କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।

ବାଇଟ - ସୌମେନ୍ଦ୍ର ପ୍ରିୟଦର୍ଶୀ,କ୍ରାଇମବ୍ରାଞ୍ଚ ଏଡିଜି।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.