ETV Bharat / city

ସାଇବର ଠକଙ୍କ ଆଡ୍ଡାରେ କ୍ରାଇମବ୍ରାଞ୍ଚ, ବନ୍ଧା ହେଲେ 6 ଠକ

author img

By

Published : Sep 14, 2022, 10:44 AM IST

Updated : Sep 14, 2022, 8:45 PM IST

ସାଇବର ଠକ ଆଡ୍ଡାରେ କ୍ରାଇମବ୍ରାଞ୍ଚର ଚଢ଼ାଉ। ମୟୂରଭଞ୍ଜର ବେତନଟି ଭଣ୍ଡଗ୍ରାମରୁ ସାଇବର ରାକେଟ ଠାବ। ଏକାଧିକ ପ୍ରି ଆକ୍ଟିଭ ସିମ ସମେତ ସିମ ବକ୍ସ ଓ ଅନ୍ୟାନ୍ଯ ଅତ୍ୟାଧୁନିକ ସାମଗ୍ରୀ ଜବତ କଲା କ୍ରାଇବ୍ରାଞ୍ଚ। ଅଧିକ ପଢ଼ନ୍ତୁ

crime branch seized fraud sim cards and material from mayurbhanj
କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ଆଡ୍ଡା, 6 ଗରିଫ

ଭୁବନେଶ୍ବର/କଟକ: ସାଇବର ଠକଙ୍କ ସନ୍ଧାନରେ ଓଡିଶା କ୍ରାଇମବ୍ରାଞ୍ଚର ତନାଘନା । ମୟୂରଭଞ୍ଜରେ ଠକଙ୍କ ଆଡ୍ଡା ଉପରେ କ୍ରାଇମବ୍ରାଞ୍ଚ ଟିମ ଚଢ଼ାଉ କରିଛି। ବେତନଟି ଭଣ୍ଡଗାଁରେ ଏଭଳି ରାକେଟର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ ‌। KYC ଅପଡେଟ କରିବା ଆଳରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ମେସେଜ ପଠାଇବା ସହ ସେମାନଙ୍କୁ ଠକେଇ କରୁଥିଲେ ଏହି ଗ୍ୟାଙ୍ଗର ସଦସ୍ୟ। ଟେଲିକମ ବିଭାଗର ତଥ୍ୟ ଆଧାରରେ ଠକାମି ମେସେଜ ଆସୁଥିବା ଲୋକେସନକୁ ଟ୍ରାକ କରି ଠକଙ୍କ ଆଡ୍ଡା ଉପରେ କ୍ରାଇମବ୍ରାଞ୍ଚ ଚଢାଉ କରିଥିଲା । ସେଠାରୁ ଏକାଧିକ ପ୍ରି ଆକ୍ଟିଭ ସିମ ସମେତ ସିମ ବକ୍ସ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ସାମଗ୍ରୀ ଜବତ କରାଯାଇଛି ।

କ୍ରାଇମବ୍ରାଞ୍ଚ ହାତରେ ସାଇବର ଠକ ଆଡ୍ଡା

ଗିରଫ ଅଭିଯୁକ୍ତମାନେ ହେଲେ ବିଶାଲ ଖଣ୍ଡେଲଓ୍ବାଲ, ତାପସ ପାତ୍ର, ନିଗମ ପାତ୍ର, ସୁଧାଶୁଂ ଦାସ,ଅଜୁପାତ୍ର ଓ ଅଜୟ ପାତ୍ର । ସମସ୍ତ ଅଭିଯୁକ୍ତଙ୍କ ଘର ମୟୁରଭଞ୍ଜ ବେତନଟୀ ଅଞ୍ଚଳରେ । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଓ୍ବାଲ ଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟାମାନଙ୍କ ପାଖରେ ସାଇବର ସମ୍ପର୍କିତ ଗଭିର ଜ୍ଞାନ ଥିଲା । ସେହି ଜ୍ଞାନକୁ ବ୍ୟବହାର କରି ଉକ୍ତ ଗ୍ୟାଙ୍ଗ KYC ଅପଡେଟ କରିବା ଆଳରେ ଲୋକଙ୍କୁ ମେସେଜ କରୁଥିଲା ଏବଂ ଠକେଇ ମଧ୍ୟ କରୁଥିଲେ । ବଡ଼ କଥା ହେଉଛି ଏହି ସାଇବର ଠକମାନେ ମେସେଜ ପଠାଇବା ପାଇଁ ସିମ୍ ବକ୍ସ ବ୍ୟବହାର କରୁଥିଲେ ।

କଣ ଏହି ସିମ୍ ବକ୍ଟ ଏବଂ କିପରି ଏହାକୁ ବ୍ୟବହାର କରାଯାଏ ?

ଶହ ଶହ ସିମକୁ ମିଶାଇ କରି ପ୍ରସ୍ତୁତ ହୋଇଥିବା ଏମିତି ଏକ ଡିଭାଇସ୍ ଯାହା ଜରିଆରେ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ମେସେଜ ପଠାଯାଇପାରିବ । ଏହାକୁ ବ୍ୟବହାର କରି ଗୋଟିଏ ସମୟରେ ହଜାର ହଜାର ହଜାର ମେସେଜ ପଠାଯାଇପାରିବ । ଘଣ୍ଟାରେ 55 ହଜାର 600ଟି ମେସେଜରେ ପଠାଇ ହେବ ।

ଏମାନଙ୍କ ପାଖରୁ ଦୁଇଟି ସିମ ବକ୍ସ ଜବତ ହୋଇଛି ଏବଂ ପ୍ରତି ସିମ୍ ବକ୍ସରେ 512 ଲେଖାଏଁ ସିମ ଖଞ୍ଜା ଯାଇଥିଲା । ଏହି ଗ୍ୟାଙ୍ଗ ଦିନକୁ ସାଢେ 6 ଲକ୍ଷ ହିସାବରେ ଦୁଇଟି ସିମ ବକ୍ସ ଜରିଆରେ ଦୈନିକ ପ୍ରାୟ 13 ଲକ୍ଷ ମୋବାଇଲକୁ ଫେକ ମେସେଜ ପଠାଉଥିଲେ । ଯେଉଁମାନେ ଏହି ଫେକ ମେସେଜର ଉତ୍ତର ଦେଉଥିଲେ, ସେମାନଙ୍କ ଠାରୁ ବିଭିନ୍ନ ସେବା ପ୍ରଦାନ କରିବା ଆଳରେ ଅର୍ଥ ଠକୁଥିଲେ।

ସାଇବର ଠକଙ୍କ ଆଡ୍ଡାରେ କ୍ରାଇମବ୍ରାଞ୍ଚ, ବନ୍ଧା ହେଲେ 6 ଠକ

ଏହା ମଧ୍ୟ ପଢ଼ନ୍ତୁ: ସିକନ୍ଦରାବାଦ ଲଜ୍‌ରେ ଅଗ୍ନିକାଣ୍ଡ, ଶ୍ୱାସରୁଦ୍ଧ ହୋଇ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ

କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଶାଲ ଖଣ୍ଡେଲଓ୍ବାଲ ପ୍ରଥମେ ଏହି ସିମ ବକ୍ସଟିକୁ କିଣିଥିଲା । ପରେ ମେସେଜ ପଠାଇବା ପାଇଁ ସେ ତାର ବନ୍ଧୁ ତାପସକୁ ନିୟୋଜିତ କରିଥିଲା । ଏହି ଗ୍ୟାଙ୍ଗର ଦୁଇ ପ୍ରମୁଖ ସଦସ୍ୟ ସୁଧାଶୁଂ ପାତ୍ର ଓ ନିଗମ ପାତ୍ର ପ୍ରି-ଆକ୍ଟିଭେଟ୍ ସିମ୍ ଯୋଗାଉଥିଲେ । କିଛି ମାସ ପରେ ତାପସ ଆଉ ଦୁଇ ଜଣ ଯୁବକ ଅଜୟ ପାତ୍ର ଓ ଅଜୁ ପାତ୍ରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲା ।
KYC ଅପଡେଟ କରିବା ଆଳରେ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କ ପାଖକୁ ଆସୁଥିବା ସନ୍ଦିଗ୍ଧ ମେସେଜ ଆସୁଥିବା ଜାଣିବା ପରେ କେନ୍ଦ୍ରୀୟ ଟେଲିକମ୍ୟୁନିକେସନ ମନ୍ତ୍ରଣାଳୟ ଏହି ମାମଲା ତଦନ୍ତ କରିବା ପାଇଁ ଓଡ଼ିଶା କ୍ରାଇମବାଞ୍ଚକୁ ନିର୍ଦ୍ଦେଶ ଦେଇଥିଲା । ମାମଲାର ତଦନ୍ତ ଆରମ୍ଭ କରିବାକୁ ଯାଇ କ୍ରାଇମବ୍ରାଞ୍ଚ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବେତନଟୀ ବାସିନ୍ଦା ବିଶାଲ ଖଣ୍ଡେଲଓ୍ବାଲ ପାଖରେ ପହଞ୍ଚିଥିଲା । ବିଶାଳକୁ ଜେରା କରିବା ପରେ ସେ କ୍ରାଇମବ୍ରାଞ୍ଚ ଆଗରେ ଅପରାଧର ପୁରା କାହାଣୀ କହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 14, 2022, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.