ETV Bharat / city

ଏଟିଏମ୍‌ କାର୍ଡ ଠକେଇରୁ ବର୍ତ୍ତିବା ଉପାୟ ଦେଲା କ୍ରାଇମବ୍ରାଞ୍ଚ ପୋଲିସ

ଏଟିଏମ୍‌ ବ୍ୟବହାରକାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଏଟିଏମ୍‌ ଠକେଇରୁ କିଭଳି ବର୍ତ୍ତିବେ ତଥା କଣ କରିବେ କଣ ନ କରିବେ ସେ ସଂକ୍ରାନ୍ତରେ ସାବଧାନତା ଜାରି କରିଛି କ୍ରାଇମବ୍ରାଞ୍ଚ ।

ଡିଜାଇନ ଫଟୋ
author img

By

Published : Jul 19, 2019, 12:59 PM IST

ଭୁବନଶ୍ବର: ଦେଶରେ ଅନଲାଇନ ଠକେଇ ଓ ଏଟିଏମ କିମ୍ବା କ୍ରେଡିଟ କାର୍ଡ ସମ୍ବନ୍ଧୀୟ ଠକେଇ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅନୁରୂପ ଭାବରେ ରାଜ୍ୟରେ ମଧ୍ୟଏହି ଘଟଣା ଦିନକୁ ଦିନ ଉଦବେଗ୍‌ ଜନକ ସ୍ଥିତିର ପହଞ୍ଚିଛି । ଯାହା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଭଳି ସ୍ଥିତିରେ ଏଟିଏମ୍‌ ବ୍ୟବହାରକାରୀଙ୍କ ପାଇଁ ଗାଇଡଲାଇନ ଜାରି କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଏଟିଏମ୍‌ ଠକେଇ ଶିକାରକୁ କିଭଳି ବର୍ତ୍ତିବେ ତଥା କଣ କରିବେ କଣ ନ କରିବେ ସେ ସଂକ୍ରାନ୍ତରେ ସାବଧାନତା ଜାରି କରିଛି ।

crime-branch-issues-advisories
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ, ଟ୍ୱିଟର@odisha_police

ତେବେ ଆସନ୍ତୁ ଜାଣିବା କିଭଳି ଏଟିଏମ୍‌ କାର୍ଡ ବ୍ୟବହାରଜନିତ ସାବଧାନତା ଜାରି କରିଛି କ୍ରାଇମବ୍ରାଞ୍ଚ ।

  • ଏଟିଏମ୍‌ ପିନ୍‌ ନମ୍ବର ମାରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
  • ଏଟିଏମ୍‌ ବୁଥ୍‌ ନିକଟରେ ଅଜଣା ବ୍ୟକ୍ତିଙ୍କର ଚଳପ୍ରଚଳକୁ ଲକ୍ଷ୍ୟ ରଖନ୍ତୁ ଓ ପିନ୍‌କୁ ଲୁଚାଇ ମାରନ୍ତୁ ।
  • ଆଖପାଖରେ ସ୍କିମର ଲାଗିଛି କି ନାହିଁ ଭଲ ଭାବରେ ଲକ୍ଷ୍ୟ ରଖନ୍ତୁ ।
  • ଏଟିଏମ୍‌ କାର୍ଡରେ ଚଙ୍କା ପଇଠ ତଥା ଜିନିଷ କିଣିବା ସମୟରେ କାର୍ଡ ସ୍ବାପିଙ୍ଗ ମେସିନ୍‌ ନିଜେ ବ୍ୟବହାର କରନ୍ତୁ
  • ଏଟିଏମ୍‌ କାର୍ଡ ତଥା ଏଟିଏମ୍‌ ପିନ୍‌ ନମ୍ବର ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ ।
  • ଏଟିଏମ୍‌ କାଉଣ୍ଟରରେ ଟଙ୍କା ବାହାର କରିବା ସମୟରେ ଅଜଣା ବ୍ୟକ୍ତିଙ୍କର ସାହାଯ୍ୟ ନିଅନ୍ତୁ ନାହିଁ ।
  • ନିଜର ଜନ୍ମ ତାରିଖ, ଘରର ଠିକଣା ତଥା ମୋବାଇଲ ଫୋନ୍‌ ନମ୍ବର ଏଟିଏମ୍‌ ପିନ୍‌ ଭାବେ ବ୍ୟବହାର କରନ୍ତୁ ନାହିଁ ।
  • ଏଟିଏମ୍‌ କାର୍ଡ ଚୋରେ ହୋଅଗଲେ କିମ୍ବା ହଜିଗଲେ, ତୁରନ୍ତ ଏଟିଏମ୍‌ କାର୍ଡଟିକୁ ବ୍ଲକ କରନ୍ତୁ ଓ ବ୍ୟାଙ୍କରେ ଏହି ସମ୍ବନ୍ଧରେ ଲେଖିକରି ଜଣାନ୍ତୁ ।

ସେହିପିର କାର୍ଡ ସମ୍ବନ୍ଧୀୟ ଅଭିଯୋଗ ବାବଦରେ ସବିଶେଷ ତଥ୍ୟ ଟ୍ବିଟ କରିଛି କ୍ରାଇମବ୍ରାଞ୍ଚ ପୋଲିସ

  • ଆପଣ ଯଦି ଏଟିଏମ କିମ୍ବା କ୍ରେଡିଟ କାର୍ଡ ସମ୍ବନ୍ଧୀୟ କୌଣସି ଠକେଇ ନେଣଦେଣର ମେସେଜ ଆପଣଙ୍କର ପଞ୍ଜୀକୃତ ମୋବାଇଲ ନମ୍ବର ତଥା ଇ-ମେଲରେ ପାଆନ୍ତି, ତେବେ ତୁରନ୍ତ ବ୍ୟାଙ୍କ ଯାଇ ଲିଖିତ ଆକାରରେ ଅଭିଯୋଗ କରନ୍ତୁ, ପୁନର୍ବାର ଟଙ୍କା କାରବାର ବନ୍ଦ କରନ୍ତୁ ତଥା ନିକଟସ୍ଥ ଥାନା ଯାଇ ନିଜର ବ୍ୟାଙ୍କଜମାଖାତାର ଅବିକଳ ନକଲ ସହିତ ଲିଖିତ ଭାବରେ ଅଭିଯୋଗ କରନ୍ତୁ।
  • ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ୦୬.୦୭.୨୦୧୭ ନିୟମାବଳୀ ଅନୁଯାୟୀ ଆପଣ ଯଦି ଠକେଇର ଶିକାର ହୁଅନ୍ତି, ତେବେ ଏହି ବାବଦରେ ନିଜର ଆକାଉଣ୍ଟ ଥିବା ବ୍ୟାଙ୍କରେ ତିନି ଦିନ ମଧ୍ୟରେ ଲିଖିତ ଆକାରରେ ଜଣାନ୍ତୁ।
  • ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନିୟମାବଳୀ ଅନୁଯାୟୀ ଯଦି ଆପଣ କାର୍ଡ ବାବଦରେ କୌଣସି ତଥ୍ୟ ଯଥା କାର୍ଡ ନମ୍ବର, କାର୍ଡର ସମୟ ଅବଧି, ସିଭିଭି, ଓଟିପି ସାଇବର ଠକମାନଙ୍କୁ ଦେଇ ନଥିବେ ତା’ହଲେ ଆପଣ ସମସ୍ତ ଟଙ୍କା ଫେରସ୍ତ ପାଇ ପାରିପାରିବେ।
  • ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ୨୪.୦୬.୨୦୧୯ ର ନିୟମାବଳୀ ଅନୁଯାୟୀ ଆପଣ ଠକେଇ ବାବଦରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର “Complaint Management System (CMS)” ପୋର୍ଟାଲ https://cms.rbi.org.in/cms/IndexPage.aspx କୁ ଯାଇ ଅନଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ଆପଣଙ୍କ ଅଭିଯୋଗ ବାବଦରେ ସମସ୍ତ ବିବରଣୀ ପାଇ ପାରିବେ।

ଓଡିଶା ପୋଲିସ ନିଜ ଅଫିସିଆଲ ଟ୍ବିଟର ପେଜରେ ଏହି ସମ୍ପର୍କରେ ଦୁଇଟି ଫଟୋ ପୋଷ୍ଟ କରି ସତର୍କତା , ସଚେତନତା ସହ ସାବଧାନ ରହି ଏଟିଏମ୍‌ ଫ୍ରଡରୁ ରକ୍ଷା ପାଇବା ସୂଚନା ଉଲ୍ଲେଖ କରିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.