ଭୁବନେଶ୍ବର: ଅଢେଇ କୋଟି ଟଙ୍କା ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ ଓଡିଶା ପୋଲିସ । ନୋଏଡାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ହିମାଂଶୁ ଭଣ୍ଡାରୀ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ସେ କେନ୍ଦ୍ର ସରକାର ଅଭିଯୋଗକାରୀଙ୍କ ଜୀବନ ବୀମାକୁ ଚୟନ କରୁଥିବାରୁ କହି ଅଭିଯୁକ୍ତ ହିମାଂଶୁ କରୁଥିଲେ ଠକେଇ ।
![ବ୍ୟବସାୟୀଙ୍କୁ ଠକେଇ ଅଭିଯୋଗ, ନୋଏଡାରୁ ଜଣଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ ଇଓଡବ୍ଲ୍ୟୁ](https://etvbharatimages.akamaized.net/etvbharat/prod-images/14782505_eow.jpg)
ଏପଟେ ପ୍ରଧାନମନ୍ତ୍ରୀ ରାହତକୋଷ ଯୋଜନାରୁ 2 କୋଟି 34ଲକ୍ଷ ଟଙ୍କା ଯୋଗାଇ ଦେବାକୁ କହି ଯୋଡ଼ାର ବ୍ୟବସାୟୀ ପ୍ରମୋଦ ରାଉତଙ୍କୁ 2019 ଫୋନ କରି ଠକିଥିଲା ଅଭିଯୁକ୍ତ କରିଥିଲା ଏହି ଠକେଇ । ତେବେ ତାଙ୍କୁ କେନ୍ଦ୍ର ଅର୍ଥନୀତି ନିଷ୍ଟ୍ରୀ ଅଫ ଫାଇନ୍ସନ୍ସ ଅଧିକାରୀ କହି ଠକେଇ କରିଥିଲା । ଅନ୍ୟପଟେ ପ୍ରମୋଦଙ୍କ ଅଭିଯୋଗ ଆଧାରରେ ଗତକାଲି ଉତ୍ତରପ୍ରଦେଶ ନୋଏଡାରୁ ଗିରଫ କରିଛି ଇଓଡବ୍ଲ୍ୟୁ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ