ଭୁବନେଶ୍ବର: ଫ୍ଲାଟ ଦେବା ଆଳରେ ଗ୍ରାହକଙ୍କ ନାଁରେ ଲୋନ କରି ୧ କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ ବିଲଡର । କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ନୟାଗଡ଼ରୁ ଗିରଫ ହୋଇଛନ୍ତି ବସେରା ପ୍ରୋଜେକ୍ଟର ଏମଡି ଅମରେଶ ଚନ୍ଦ୍ର ଷଡ଼ଙ୍ଗୀ । କେତେ ଲୋକଙ୍କଠୁ ଏପରି ଠକାମି ହୋଇଛି ସେନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ।
ସୂଚନା ଅନୁସାରେ ୨୦୧୬ମସିହାରେ ଅଭିଯୁକ୍ତ ବସେରା ଫ୍ରେସ୍କୋ ପ୍ରୋଜେକ୍ଟରେ ଭୁବନେଶ୍ବର ସିଜୁଆ ଅଞ୍ଚଳରେ ଫ୍ଲାଟ ଦେବେ କହି ଜ୍ୟୋତି ଶଙ୍କର ପଣ୍ଡା ନାମକ ବ୍ୟକ୍ତିଙ୍କୁ ଫସାଇଥିଲେ । ବିଡିଏ ଆପ୍ରୁଭାଲ ଦେଖାଇ ଜ୍ୟୋତିଙ୍କ ନାମରେ ୧କୋଟି ୧୫ଲକ୍ଷ ୮୨ହଜାର ଲୋନ କରିବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଏନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ନିକଟରେ ଅଭିଯୋଗ ପରେ ନୟାଗଡ଼ର ନୂଆଗାଁ ବାରବାଟିରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତେବେ ଏଭଳି ଘଟଣା ପରେ ସତର୍କ ରହିବା ପାଇଁ ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର