ETV Bharat / city

ଓଡିଶା IAS-IPSଙ୍କୁ ସାଇବର ଠକ ମାଗୁଛି ଟଙ୍କା: OCAC ସିଇଓଙ୍କ ପରେ ଅନ୍ୟକୁ ଠକେଇ ପାଇଁ ପ୍ଲାନ - whatsapp number of occa ceo hacked news

ଏବେବି ଆକ୍ଟିଭ ଅଛି OCAC ସିଇଓଙ୍କ ନାଁରେ ଠକିଥିବା ସାଇବର ଠକ। ଓଡିଶା କ୍ୟାଡର ଏକାଧିକ ହାଇପ୍ରୋଫାଇଲଙ୍କୁ ଏବେବି ବିଭିନ୍ନ ବାହାନାରେ ମାଗୁଛି ଟଙ୍କା। କିଛି IAS ଓ IPSଙ୍କୁ ଏପରି ଠକେଇ ପାଇଁ ମେସେଜ କରୁଛି ଠକ। ଯାହାର ହାବୁଡରେ ଆସିଥିଲେ ଓଡିଶା କ୍ରାଇମବ୍ରାଞ୍ଚ ଏଡିଜି ସଜୀବ ପଣ୍ଡା । ଅଧିକ ପଢନ୍ତୁ

ଓଡିଶା IAS-IPSଙ୍କୁ ସାଇବର ଠକ ମାଗୁଛି ଟଙ୍କା: OCAC ସିଇଓଙ୍କ ପରେ ଅନ୍ୟକୁ ଠକେଇ ପାଇଁ ପ୍ଲାନ

author img

By

Published : Dec 11, 2021, 6:32 PM IST

Updated : Dec 11, 2021, 10:25 PM IST

ଭୁବନେଶ୍ବର: ଏବେବି ଆକ୍ଟିଭ ଅଛି OCAC ସିଇଓଙ୍କ ନାଁରେ ଠକିଥିବା ସାଇବର ଠକ। ଓଡିଶା କ୍ୟାଡର ଏକାଧିକ ହାଇପ୍ରୋଫାଇଲଙ୍କୁ ଏବେବି ବିଭିନ୍ନ ବାହାନାରେ ମାଗୁଛି ଟଙ୍କା। କିଛି IAS ଓ IPSଙ୍କୁ ଏପରି ଠକେଇ ପାଇ ମେସେଜ କରୁଛି ଠକ। ଯାହାର ହାବୁଡରେ ଆସିଥିଲେ ଓଡିଶା କ୍ରାଇମବ୍ରାଞ୍ଚ ଏଡିଜି ସଜୀବ ପଣ୍ଡା। ତାଙ୍କ‌ ନମ୍ବରକୁ ଜଣେ ହାଇପ୍ରୋଫାଇଲ ଲୋକଙ୍କର ହ୍ବାଟସପରୁ ଏକ ଆଳ ଦେଖାଇ ୯୮ହଜାର ଟଙ୍କା ମାଗିଥିଲା ।

ଓଡିଶା IAS-IPSଙ୍କୁ ସାଇବର ଠକ ମାଗୁଛି ଟଙ୍କା: OCAC ସିଇଓଙ୍କ ପରେ ଅନ୍ୟକୁ ଠକେଇ ପାଇଁ ପ୍ଲାନ
ଓଡିଶା IAS-IPSଙ୍କୁ ସାଇବର ଠକ ମାଗୁଛି ଟଙ୍କା: OCAC ସିଇଓଙ୍କ ପରେ ଅନ୍ୟକୁ ଠକେଇ ପାଇଁ ପ୍ଲାନ
ଓଡିଶା IAS-IPSଙ୍କୁ ସାଇବର ଠକ ମାଗୁଛି ଟଙ୍କା: OCAC ସିଇଓଙ୍କ ପରେ ଅନ୍ୟକୁ ଠକେଇ ପାଇଁ ପ୍ଲାନ

ଚାଲାକ କରି କ୍ରାଇମବ୍ରାଞ୍ଚ ଏଡିଜି ତାଙ୍କୁ ଆକାଉଣ୍ଟ ନମ୍ବର ମାଗିଥିଲେ। ପରେ ସେ ଗୋଟିଏ ଆକାଉଣ୍ଟ ଦେବା ପରେ ସେହି ଆକାଉଣ୍ଟକୁ ବ୍ଲକ କରିଦେଇଥିଲେ କ୍ରାଇମବ୍ରାଞ୍ଚ ଏଡିଜି। ପରେ ଠକକୁ ଆକାଉଣ୍ଟ ଟଙ୍କା ଯାଉନଥିବା ବାହାନା ଦେଖାଇ ଆଉ ଏକ ଆକାଉଣ୍ଟ ମାଗିଥିଲେ । ପରେ ସେ ସେହି ଆକାଉଣ୍ଟକୁ ବି ବ୍ଲକ କରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି। ତେବେ ଦୁଇଟି ଆକାଉଣ୍ଟ ସେହି ସାଇବର ଠକ ଅର୍ଥାତ ନାଇଜେରିଆନ ଠକ ଅପରେଟ କରୁଥିବା ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ । ଏନେଇ ଦୁଇ ଆକାଉଣ୍ଟ ଗୋଟିଏ ଗୁଜୁରାଟର ଏସବିଆଇ ଆକାଉଣ୍ଟ ଥିବାବେଳେ ଆଉ ଏକ ଆକାଉଣ୍ଟ ଆଇସିଆଇସିଆଇ ବ୍ୟାଙ୍କ ତ୍ରିପୁରାର ବୋଲି ଜଣାପଡିଛି।

ଦୁଇ ଆକାଉଣ୍ଟକୁ ବ୍ଲକ ପରେ ବ୍ୟାଙ୍କ ଆକାଉଣ୍ଟର ରେଜିଷ୍ଟର ଇମେଲ ଆଇଡି ଓ ମୋବାଇଲ ନମ୍ବରରୁ ଠକର ଲୋକେସନ ବାଙ୍ଗାଲୁରୁ ବୋଲି ଜଣାପଡିଛି । ତେବେ ସମ୍ପୃକ୍ତ ଠକ ଜଣକ ପୂର୍ବରୁ ଧରା ଧରାପଡିଥିବା ନାଇଜେରିଆନ ଠକ ଗ୍ୟାଙ୍ଗର ବୋଲି ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ । ଯେହେତୁ ଠକଙ୍କ ଗ୍ୟାଙ୍ଗ ଜଣେ ଆଇଏଏସ(IAS)ଙ୍କ ଆକାଉଣ୍ଟ ହ୍ୟାକ କରିଥିଲେ ପରେ ସେହି କଣ୍ଟାକ୍ଟରୁ ଏକାଧିକ ଅଫିସରଙ୍କ ନମ୍ବର ପାଇଥିଲେ ।

ସେହି କଣ୍ଟାକ୍ଟରୁ ଗୋଟିଏ ପରେ ଗୋଟିଏ ହାଇପ୍ରୋଫାଇଲ ଲୋକଙ୍କୁ ନିଜର ସାଇବର ଜାଲରେ ପକାଇ ହ୍ବାଟସପ ଜରିଆରେ ଠକେଇ ପ୍ଲାନ‌ କରୁଛନ୍ତି । ଯାହାର କ୍ରମରେ ଜଣେ ହାଇପ୍ରୋଫାଇଲ ଲୋକର ନମ୍ବର ହ୍ୟାକ ପରେ ଏବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ହ୍ବାଟସପକୁ ସେହି ନମ୍ବରରୁ ଏକ ଆଳ ଦେଖାଇ ଟଙ୍କା ମାଗୁଥିଲା ଠକ। ଏନେଇ ସତର୍କ କରାଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । କିପରି ଏପରି ଠକେଇରୁ ବର୍ତ୍ତିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Dec 11, 2021, 10:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.