ETV Bharat / city

ଖରସ୍ରୋତା ଜଳ ବିବାଦ, ପ୍ରଶାସନର ଦମନଲୀଳାକୁ ନିନ୍ଦା କଲା ବାମପନ୍ଥୀ - ଜଳ ବିବାଦ ନେଇ ସିପିଆଇଏମ ପ୍ରେସମିଟ୍

ଖରସ୍ରୋତା ବୃହତ୍ ଜଳ ପ୍ରକଳ୍ପ ବିବାଦ । ବିରୋଧକାରୀଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କଲା ବାମପନ୍ଥୀ ଦଳ । ଅଧିକ ପଢନ୍ତୁ...

ଖରସ୍ରୋତା ଜଳ ବିବାଦ, ପ୍ରଶାସନର ଦମନଲୀଳାକୁ ନିନ୍ଦା କଲା ବାମପନ୍ଥୀ

author img

By

Published : Aug 17, 2021, 10:19 PM IST

ଭୁବନେଶ୍ବର: ଖରସ୍ରୋତା ବୃହତ୍ ଜଳ ପ୍ରକଳ୍ପ ବିବାଦ । ବିରୋଧକାରୀଙ୍କ ଉପରେ ପ୍ରଶାସନର ଦମନଲୀଳା ଓ ଗିରଫଦାରୀକୁ ତୀବ୍ର ନିନ୍ଦା ବାମପନ୍ଥୀ ଦଳ । ରାଜ୍ୟର 4ଟି ବାମପନ୍ଥୀ ଦଳ ଭଗବତୀ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏହାକୁ ନିନ୍ଦା କରିଛି । ଏଥିସହ ଗିରଫ ବ୍ୟକ୍ତିଙ୍କୁ ଖଲାସ କରିବା ସଙ୍ଗେ ସଙ୍ଗେ ମକଦ୍ଦମା ପ୍ରତ୍ୟାହାର କରି ଆନ୍ଦୋଳନକାରୀଙ୍କ ସହ ଆଲଚୋନା କରିବା ଏବଂ ସହମତି ଯାଏଁ ନିର୍ମାଣ କାର୍ଯ୍ୟ ସ୍ଥଗିତ କରିବାକୁ ଦଳ ଆହ୍ବାନ ଦେଇଛି ।

ଖରସ୍ରୋତା ଜଳ ବିବାଦ, ପ୍ରଶାସନର ଦମନଲୀଳାକୁ ନିନ୍ଦା କଲା ବାମପନ୍ଥୀ

ଦଳର ଅଭିଯୋଗ ଅନୁଯାୟୀ, ରାଜ୍ୟ ସରକାର ଓ ପ୍ରଶାସନ ଏହି ପ୍ରକଳ୍ପର ଡିପିଆର ବା ସବିଶେଷ ପ୍ରୋଜେକ୍ଟ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରକାଶ କରି ନାହାନ୍ତି । ପଡ଼ୋଶୀ ଜିଲ୍ଲାର ୩ଟି ବ୍ଳକକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣର ଉଦ୍ଦେଶ୍ୟ ବୋଲି ଯାହା କୁହାଯାଉଛି, ତାହା ମିଛକୁ ଆଖିଠାର ଭଳି । ସରକାରଙ୍କ ଅସଲ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ନାଁରେ ଧାମରାଠାରେ ଆଦାନୀର ସାମୁଦ୍ରିକ ବନ୍ଦର ଓ ଏହାର କମ୍ପାନୀମାନଙ୍କୁ ପାଣି ଯୋଗାଇବା । ଏଣୁ ଖରସ୍ରୋତା ନଦୀର ଜଳ ଅନୁପାତ ଏହାର ତୀରବର୍ତ୍ତୀ ଅଞ୍ଚଳର ଜଳସଙ୍କଟ, କୃଷି, ପରିବେଶ ଏବଂ ଭିତରକନିକାର ଜୈବ ବିବିଧତା ଉପରେ ପ୍ରଭାବକୁ ଅଣଦେଖା କରି ପ୍ରକଳ୍ପ କରାଯାଉଛି ।

ଖରସ୍ରୋତା ତୀରବର୍ତ୍ତୀ ଦୁଇଟି ଜିଲ୍ଲାର ବିସ୍ତୀର୍ଣ୍ଣ ଅଞ୍ଚଳ କୃଷି ଉପରେ ନିର୍ଭରଶୀଳ । ଆଳି ଓ ରାଜକନିକା ଅଞ୍ଚଳର ସ୍ଥାନୀୟ ଲୋକଙ୍କ ପାଇଁ ଖରସ୍ରୋତା ନଦୀରୁ ଜଳସେଚନ ଓ ପାନୀୟ ଜଳ ନିମନ୍ତେ ୧୯୭୧ ମସିହାରୁ ଆନ୍ଦୋଳନ ହୋଇଆସୁଛି । ଏବେ ବୃହତ୍ ଜଳ ପ୍ରକଳ୍ପ ଫଳରେ ନଦୀ ଗର୍ଭ ଶୁଖିଯିବ ଏବଂ ଜଳ ଲୁଣିଆ ହୋଇଯିବ ବୋଲି ଆଶଙ୍କା କରି ସେମାନେ ନଦୀର ତଳମୁଣ୍ଡରେ ଏକ ବ୍ୟାରେଜ ନିର୍ମାଣ ପାଇଁ ଦାବି କରି ଆନ୍ଦୋଳନ ଚଳାଇଛନ୍ତି । ଏଣୁ ରାଜ୍ୟ ସରକାର ତୁରନ୍ତ ଡିପିଆର ପ୍ରକାଶ କରିବା ସଙ୍ଗେ ସଙ୍ଗେ ଦମନ ନୀତି ପରିତ୍ୟାଗ କରି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରନ୍ତୁ ବୋଲି ୪ ଦଳର ନେତାମାନେ ଦାବି ଜଣାଇଛନ୍ତି । ଏଥିସହ ଆସନ୍ତା ୧୯ ତାରିଖ ଦିନ ଓଡ଼ିଶାର ରାଜ୍ୟପାଳଙ୍କୁ ଏ ସଂକ୍ରାନ୍ତରେ ଏକ ସ୍ମାରକପତ୍ର ଦିଆଯିବ ବୋଲି ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.