ଭୁବନେଶ୍ୱର: ଲଗାତାର ତୈଳଦର ବୃଦ୍ଧିକୁ ନେଇ ତେଜିବାରେ ଲାଗିଛି ପ୍ରତିବାଦ । ଦିନକୁ ଦିନ ରାଜ୍ୟ ତଥା ଦେଶରେ ବେଲଗାମ ହେଉଛି ତୈଳ ଦର। ତେବେ ଚଳିତ ମାସରେ ତୈଳ ଦର ବୃଦ୍ଧି ସର୍ବକାଳୀନ ରେକର୍ଡ ଭାଙ୍ଗି ଥିବା ଜଣାପଡିଛି। ଯାହାକୁ ନେଇ ସିପିଆଇ ପକ୍ଷରୁ ପ୍ରତିବାଦ ସ୍ବରୂପ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସିପିଆଇ ଭୁବନେଶ୍ୱର ଜୋନ ପକ୍ଷରୁ ସ୍ଥାନୀୟ ଅଶୋକ ନଗର ଅଞ୍ଚଳରେ କର୍ମକର୍ତ୍ତାମାନେ ଅଭିନବ ଉପାୟରେ ପ୍ରଦର୍ଶନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି। ଏକ ଟ୍ରଲି ଉପରେ ସ୍କୁଟର ରଖି ଆଗକୁ କିପରି ଖାଉଟିମାନେ ହଇରାଣ ହନ୍ତସନ୍ତ ହେବେ ତାହାର ଚିତ୍ର ଦେଖାଇଛନ୍ତି।
ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ । ଏମାନେ ଖାଉଟି ମାନଙ୍କୁ ଶୋଷଣ କରିବା ପାଇଁ ଚେଷ୍ଟା କରୁଥିବା ବେଳେ କର୍ପୋରେଟ ମାନଙ୍କୁ ସହଯୋଗ କରୁଥିବା କହିଛନ୍ତି ସିପିଆଇ ଜୋନ ସମ୍ପାଦକ ସୁର ଜେନା। ତେଣୁ ସରକାର ଏହି ମହାମାରୀ ସମୟରେ ଲୋକଙ୍କ ସହାୟତା କରିବା ବଦଳରେ ସେମାନଙ୍କ ଉପରେ ଦରଦାମ ବୋଝ ନ ଲଦି ଏହାର ଦାମ ହ୍ରାସ କରିବାକୁ ସେ କହିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ