ଭୁବନେଶ୍ବର : ଏପ୍ରିଲ ୧୭ରେ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ । ବିଜେପି, ବିଜେଡି ପରେ ଆଜି ପିପିଲି ଉପନିର୍ବାଚନ ପାଇଁ ସିପିଆଇ (ଏମଏଲ) ପ୍ରାର୍ଥୀ ଘୋଷଣା କରିଛି । ଏଥିରେ କୃଷକ ନେତା ଅଶୋକ ପ୍ରଧାନଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି ।
ସିପିଆଇ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର ସଭାରେ ଉପସ୍ଥିତ ରହି ପ୍ରାର୍ଥୀ ଘୋଷଣା କରିଥିଲେ । ଦରବୃଦ୍ଧି, ବେକାରୀ ସମସ୍ୟା, କୃଷି ଆନ୍ଦୋଳନ ଓ ଆଇନ ଶୃଙ୍ଖଳା ମୁଖ୍ୟ ନିର୍ବାଚନି ପ୍ରସଙ୍ଗ ରହିବ ବୋଲି ସେ କହିଥିଲେ । ଆସନ୍ତା ମାର୍ଚ୍ଚ ୩୦ରେ ତାଙ୍କର ମନୋନୟନ ପତ୍ର ଦାଖଲ କରିବେ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ