ETV Bharat / city

ଇନ୍ଧନ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ

author img

By

Published : Feb 28, 2021, 2:26 PM IST

ସାରା ଦେଶରେ ପେଟ୍ରୋଲ, ଡିଜେଲ ସମେତ ରନ୍ଧନ ଗ୍ୟାସ ଦର ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି । ଯାହାର ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କସବାଦୀ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ଇନ୍ଧନ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ସାରା ଦେଶରେ ପେଟ୍ରୋଲ, ଡିଜେଲ ସମେତ ରନ୍ଧନ ଗ୍ୟାସ ଦର ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଛି । ଯାହାକି ଅନେକ ବର୍ଷର ରେକର୍ଡ ଭାଙ୍ଗି ବର୍ତ୍ତମାନ ସର୍ବୋଚ୍ଚ ଦରରେ ପହଁଚିଛି । ଉଭୟ ସରକାର ନିଜର ମୁନାଫା ପାଇଁ ସେଥିରେ ଆଖିବୁଜା ଟିକସ ଆଦାୟ କରୁଥିବାରୁ ଖାଉଟି ହନ୍ତସନ୍ତ ହେଉଛନ୍ତି । ଯାହାର ପ୍ରତିବାଦରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କସବାଦୀ ପକ୍ଷରୁ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏକାଧିକ ଦଳୀୟ କର୍ମକର୍ତା ଓ କର୍ମୀମାନେ ଏକତ୍ରିତ ହୋଇ ମୋଦି ସରକାର ବିରୁଦ୍ଧରେ ନାରାବାଜି ଦେବା ସହ ତୁରନ୍ତ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଏହି ଆନ୍ଦୋଳନ ଜନଜାଗରଣରେ ପରିଣତ ହେବା ସହ ଏହାର ଜବାବ ଲୋକମାନେ ଭୋଟ ମାଧ୍ୟମରେ ଦେଇ ତାଙ୍କ ସରକାରରୁ ବିତାଡିତ କରିବେ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.