ETV Bharat / city

ନିଲମ୍ବନ ପରେ ରାଜଧାନୀରୁ ମାଓ ଇଲାକା ଗଲେ 2 ପୋଲିସକର୍ମୀ - ଭୁବନେଶ୍ବରର ରୂପାଲି ଛକ

କର୍ତ୍ତବ୍ୟରେ ଅବହେଳା କରିବା ପଡିଲା ମହଙ୍ଗା । ରାଜଧାନୀରୁ ଗଲେ ମାଲକାନଗିରି ।

ଫାଇଲ ଫଟୋ
author img

By

Published : Sep 4, 2019, 11:00 PM IST

ଭୁବନେଶ୍ବର: କର୍ତ୍ତବ୍ୟରେ ଅବହେଳା କରିବା ମହଙ୍ଗା ପଡିଛି ଦୁଇ କାର୍ଯ୍ୟରତ ପୋଲିସ ଅଧିକାରୀଙ୍କୁ । ଭୁବନେଶ୍ବରରୁ ସିଧା ବଦଳି ହୋଇଛନ୍ତି ମାଲକାନଗିରି । ଏପରି ଏକ ଘଟଣା ଘଟିଥିଲା ଗତ ଦୁଇ 2ତାରିଖରେ ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରର ରୂପାଲି ଛକ ଠାରେ ଥିବା ଟ୍ରାଫିକ ପୋଷ୍ଟରେ 2ଜଣ ଅଧିକାରୀ କନେଷ୍ଟବଳ କାଳିଆ ସୁନା ଓ ଓ.ଏ.ପି.ଏଫ କନେଷ୍ଟବଳ ଅଜୟ ପ୍ରଧାନ ଟ୍ରାଫିକ ପରିଚାଳନାରେ ଥିଲେ । କିନ୍ତୁ ଉଭୟ କର୍ତ୍ତବ୍ୟ ସମୟରେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ଥିଲେ । ଯାହା ଫଳରେ ରୁପାଲି ଛକରେ ଗୁରୁତର ଟ୍ରାଫିକ ସମସ୍ୟା ଦେଖାଦେଇଥିଲା । ଯଦ୍ବାରା ରାଜ୍ୟ ପୋଲିସ ସର୍ବସାଧାରଣରେ ନିନ୍ଦିତ ହୋଇଥିଲା ।

ଏହି ଘଟଣା ଜଣାପଡିବା ପରେ ଡିସିପି ଅନୁପ ସାହୁ ଉଭୟଙ୍କୁ ନିଳମ୍ବିତ କରିଥିଲେ । ପରେ ଏହି ଘଟଣା ପୋଲିସ ଡିଜିଙ୍କ ପାଖରେ ପହଞ୍ଚିଥିଲା । ଡିଜିପି ଏହି ଘଟଣାକୁ ଗୁରୁତର ସହ ନେଇଥିଲେ । ତତକ୍ଷଣାତ ଉଭୟ ଅଧିକାରୀଙ୍କୁ ନିଲମ୍ବନ ଅବସ୍ଥାରେ ଜିଲ୍ଲା ବାହାରକୁ ବଦଳି କରିବାକୁ ନିର୍ଦେଶ ଦେଇଥିଲେ । ଫଳରେ କନେଷ୍ଟବଳ କାଳିଆ ସୁନାଙ୍କୁ ସୁନ୍ଦରଗଡ ଓ ଅଜୟ ପ୍ରଧାନଙ୍କୁ ମାଲକାନଗିରିକୁ ବଦଳି କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ନିଲମ୍ବିତ ହେଲେ ଦୁଇ କନଷ୍ଟେବଳBody:ନିଲମ୍ବିତ ହେଲେ ଦୁଇ କନଷ୍ଟେବଳConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.