ETV Bharat / city

କୋଭାକ୍ସିନ ଟୀକା ସଂରକ୍ଷଣ ପ୍ରସଙ୍ଗ, 2 ରୁ 8 ଡିଗ୍ରୀ ତାପମାତ୍ରାରେ ରଖିହେବ - କୋଭାକ୍ସିନ ଟୀକା ସଂରକ୍ଷଣ ପ୍ରସଙ୍ଗ

ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଟୀକା ସଂରକ୍ଷଣ ପ୍ରସଙ୍ଗ । ଟୀକା ମାନବ ପରୀକ୍ଷଣ ମୁଖ୍ୟ ଡଃ ଇ ଭେଙ୍କେଟ ରାଓଙ୍କ ସୂଚନା । କୋଭାକ୍ସିନ 2 ରୁ 8 ଡିଗ୍ରୀ ତାପମାତ୍ରାରେ ସଂରକ୍ଷଣ କରିହେବ । ଅଧିକ ଖବର ପଢନ୍ତୁ...

କୋଭାକ୍ସିନ ଟୀକା ସଂରକ୍ଷଣ ପ୍ରସଙ୍ଗ, 2 ରୁ 8 ଡିଗ୍ରୀ ତାପମାତ୍ରାରେ ରଖିହେବ

author img

By

Published : Nov 21, 2020, 7:15 PM IST

ଭୁବନେଶ୍ବର: ଭାରତରେ ପ୍ରସ୍ତୁତ ହେଉଥିବା କୋଭାକ୍ସିନ ଅନ୍ୟ ଟୀକା ଭଳି 2 ରୁ 8 ଡିଗ୍ରି ତାପମାତ୍ରା ରେ ସଂରକ୍ଷଣ କରି ରଖି ହେବ । ତେଣୁ ଭାରତର ସ୍ଥିତିକୁ ଦେଖିଲେ ଏହି ଟୀକା ବ୍ୟବହାର ହୋଇପାରିବ । ଅନ୍ୟ ଦେଶରେ ତିଆରି ହୋଇଥିବା ଟୀକା ଗୁଡିକ ଆମଦାନୀ ହେଲେ ତାହାକୁ ସଂରକ୍ଷଣ କରିବାରେ କଷ୍ଟକର ହୋଇପଡିବ । କାରଣ ଶିଶୁମାନଙ୍କୁ ଦିଆଯାଉଥିବା ଟୀକା ଗୁଡିକୁ ରଖିବା ପାଇଁ ଅବଶ୍ୟାକୀୟ କୋଲଡ଼ ଚେନର ବ୍ୟବସ୍ତା ନାହିଁ ।

ଏପଟେ 5 ପ୍ରତିଶତ ଜନସଂଖ୍ୟା ପାଇଁ କୋଲଡ଼ ଚେନ ଯଥେଷ୍ଟ ପରିମାଣରେ ନାହିଁ । କୋଭାକ୍ସିନ ଟୀକା ପାଇଁ ବୃହତ ପରିମାଣରେ କୋଲଡ଼ ଚେନର ଆବଶ୍ୟକତା ରହିଛି । ତେଣୁ ବିଦେଶରୁ ଆସିବାକୁ ଥିବା ଟୀକାର ମାଇନସ 70 ଡିଗ୍ରୀ ରେ ଭ୍ୟାକ୍ସିନ ରଖିବା ଆମ ପାଇଁ ଅସୁବିଧା ହୋଇପାରେ ।

କୋଭାକ୍ସିନ ଟୀକା ସଂରକ୍ଷଣ ପ୍ରସଙ୍ଗ, 2 ରୁ 8 ଡିଗ୍ରୀ ତାପମାତ୍ରାରେ ରଖିହେବ

ଅନ୍ୟପଟେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ କୋଭିଡ ଟୀକା ପହଁଞ୍ଚିବା ପାଇଁ କୋଲଡ଼ ଚେନ ଓଡ଼ିଶାରେ ରହିଛି । ଯେପରିକି ଭୁବନେଶ୍ୱର ରୁ ମାଲକାନଗିରିରେ ଟୀକା ପହଞ୍ଚାଇବା ପାଇଁ ଯତ୍ନ ନେବା ଉଚିତ । ଏହା ସହ ସମସ୍ତଙ୍କୁ ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଜୋରଦାର ଆରମ୍ଭ ହୋଇଛି ।

କୋଭାସ୍କିନର ମାନବ ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ 2 ରୁ 3 ଦିନ ହେବ ଆରମ୍ଭ ହୋଇଛି । ତେଣୁ ଭାରତରେ ଟୀକାର ପ୍ରସ୍ତୁତ ଶେଷ ହେବା ଲାଗି ଆହୁରି ସମୟ ଲାଗିବ। ବିଦେଶ ଟୀକା ସଂରକ୍ଷଣ କରିବା ପାଇଁ ରାଜ୍ୟରେ ଉପଯୁକ୍ତ ସଂରକ୍ଷଣର ବ୍ୟବସ୍ତା ନାହିଁ।

ଏହି ଟୀକା ତୃତୀୟ ପର୍ଯ୍ୟାୟରେ ସ୍ବେଚ୍ଛାସେବୀଙ୍କୁ 28 ଦିନ ଅନ୍ତରରେ 2 ଟି ଡୋଜ ରେ ଟୀକା ଦିଆଯିବ । ମାତ୍ର ଏହାର ଅନୁସନ୍ଧାନ ନିମନ୍ତେ ପ୍ରାୟ 12 ମାସ ସମୟ ଲାଗିବ। ଡ଼ଃ ରାଓ କହିଛନ୍ତି ଯେ, ଏହି ପରିକ୍ଷଣର ଭାଗ ନେବା ପାଇଁ ଜଣେ ବ୍ୟକ୍ତି ସମ୍ପୂର୍ଣ ଭାବରେ ସୁସ୍ଥ ରହିଥିବା ବାଧ୍ୟତାମୂଳକା ନୁହେଁ । ଯେଉଁ ବ୍ୟକ୍ତିମାନେ ଟିକାର ମାନବ ପରିକ୍ଷଣର ସାମିଲ ହେବାକୁ ଚାହୁଁଛନ୍ତି ତେବେ ସେହିମାନେ କେବଳ http://ptctu.soa.ac.in ରେ ଲଗଇନ କରି ନାମକୁ ପଞ୍ଜିକରଣ କରିପାରିବେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.