ETV Bharat / city

ନିଜସ୍ୱ ପାଣ୍ଠିରୁ ଟୀକା ଦେଉଛନ୍ତି ରାଜ୍ୟ ସରକାର, ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇ ପ୍ରଶ୍ନ ଉଠେଇଲା ବିଜେଡି

author img

By

Published : May 11, 2021, 3:45 PM IST

ରାଜ୍ୟରେ 18ରୁ 44 ବର୍ଷ ବର୍ଗର ଲୋକଙ୍କ ପାଇଁ ଟୀକାକରଣ ଚାଲିଛି । ରାଜ୍ୟରେ ଆବଶ୍ୟକତା ମେଣ୍ଟାଇବା ଲାଗି ଓଡ଼ିଶା ସରକାର ଗ୍ଲୋବାଲ୍ ଟେଣ୍ଡର ଡାକି ମାଗଣା ଟୀକା ଦେବାର ବ୍ୟବସ୍ଥା କରୁଛନ୍ତି । ତେବେ ଏହି ଟୀକା ନେବା ପରେ ଯେଉଁ ପ୍ରମାଣପତ୍ର ମିଳୁଛି, ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ଅଧିକ ପଢନ୍ତୁ...

Covid19 vaccination photo politics
ନିଜସ୍ୱ ପାଣ୍ଠିରୁ ଟୀକା ଦେଉଛନ୍ତି ରାଜ୍ୟ ସରକାର; ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇ ପ୍ରଶ୍ନ ଉଠେଇଲା ବିଜେଡି

ଭୁବନେଶ୍ବର: ରାଜ୍ୟରେ 18ରୁ 44 ବର୍ଷ ବର୍ଗର ଲୋକଙ୍କ ଟୀକାକରଣ ଚାଲିଛି । ଆଉ ଏହି ଟିକା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ କିଣୁଛନ୍ତି । ଏହା ସହ ରାଜ୍ୟରେ ଆବଶ୍ୟକତା ମେଣ୍ଟାଇବା ଲାଗି ଓଡ଼ିଶା ସରକାର ଗ୍ଲୋବାଲ୍ ଟେଣ୍ଡର ଡାକି ମାଗଣା ଟୀକା ଦେବାର ବ୍ୟବସ୍ଥା କରୁଛନ୍ତି । ତେବେ ଏହି ଟୀକା ନେବା ପରେ ଯେଉଁ ପ୍ରମାଣପତ୍ର ମିଳୁଛି, ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଏହାକୁ ନେଇ ପ୍ରଶ୍ନ ଉଠାଇଛି ବିଜୁ ଜନତା ଦଳ । ସୋସିଆଲ ମିଡ଼ିଆରେ ଦଳର ବିଧାୟକ ଓ ନେତା ଏ ନେଇ ପୋଷ୍ଟ କରି ସମାଲୋଚନା କରିବା ସହ ପ୍ରଶ୍ନ ଉଠାଇଛନ୍ତି ।

ବିଜେଡି କହିଛି, ମହାମାରୀ କୋରୋନା କାଳରେ ରାଜ୍ୟ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି କମ୍ପାନୀରୁ ଭ୍ୟାକ୍ସିନ୍ କିଣୁଛନ୍ତି ରାଜ୍ୟ ସରକାର । ଆଉ ରାଜ୍ୟ ପାଣ୍ଠିରେ ଓଡ଼ିଶାବାସୀଙ୍କୁ ମାଗଣାରେ ଟୀକା ପ୍ରଦାନ କରାଯାଉଛି । କିନ୍ତୁ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବଡ଼ ଫଟୋ ସହ ନାଁ ଦେଖିବାକୁ ମିଳୁଛି । ଯାହାକୁ ବିଜୁ ଜନତା ଦଳ ସହଜରେ ହଜମ କରିପାରିନାହିଁ । ରାଜ୍ୟର ଟିକାକରଣ ପ୍ରକ୍ରିୟାରେ ମୋଦି କ’ଣ କରିଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି ? କେବଳ ଏକ ମାଧ୍ୟମ ସାଜି ପ୍ରଧାନମନ୍ତ୍ରୀ ନିଜର ସ୍ବାର୍ଥ ସାଧନ କରୁଛନ୍ତି ବୋଲି ବିଜେଡି କଟାକ୍ଷ କରିଛି । ପ୍ରଧାନମନ୍ତ୍ରୀଙ୍କର ମାନବିକତା ମରିଗଲାଣି । ସେଇଥିପାଇଁ ସେ ରାଜ୍ୟବାସୀଙ୍କୁ ମାଗଣାରେ ଟୀକା ପ୍ରଦାନ କରୁନାହାନ୍ତି ବୋଲି ବିଜେଡି ସମାଲୋଚନା କରିଛି ।

ରାଜ୍ୟରେ ଟିକାର ଅଭାବ ମେଣ୍ଟାଇବା ଲାଗି ଓଡ଼ିଶା ସରକାର ଗ୍ଲୋବାଲ୍ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ରାଜ୍ୟବାସୀଙ୍କୁ ମାଗଣା ଟୀକା ଦେବାର ବ୍ୟବସ୍ଥା କରୁଛନ୍ତି । ଯେଉଁ କାର୍ଯ୍ୟ କେନ୍ଦ୍ର ସରକାର କରିବା କଥା ସେହି କାମ ଓଡିଶା ସରକାର କରୁଛନ୍ତି ବୋଲି ବିଜେଡି କହିଛି । ମହାମାରୀ ପରି ଜଟିଳ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସମସ୍ୟାର ସମାଧାନ କରିବେ ବୋଲି ଆଶା ଥିଲା । କିନ୍ତୁ ସେ କରୁଛନ୍ତି କ’ଣ ବୋଲି ବିଜେଡି ପ୍ରଶ୍ନ କରିଛି ? ନିଜ ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟରେ ଭବ୍ୟ ନିବାସ ଓ ସେଣ୍ଟ୍ରାଲ ଭିସ୍ତାର ନିର୍ମାଣ କରୁଛନ୍ତି । ଯେଉଁ ଟଙ୍କାରେ ଅନେକ ହସ୍ପିଟାଲ ନିର୍ମାଣ ହୋଇପାରିଥାନ୍ତା । ରୋଗୀଙ୍କୁ ବେଡ୍‌, ଅକ୍ସିଜେନ୍‌, ଆମ୍ବୁଲାନ୍ସ ଆଦି ଜରୁରୀ ସେବା ପ୍ରଦାନ କରାଯାଇ ପାରିଥାନ୍ତା । କିନ୍ତୁ ତାଙ୍କୁ କେବଳ ନିଜ ସ୍ବାର୍ଥର ଚିନ୍ତା ପଡ଼ିଛି । ଯାହାର ଭୟଙ୍କର ପରିଣାମ ଦେଶବାସୀ ଭୋଗୁଛନ୍ତି ବୋଲି ବିଜେଡି କହିଛି । ଦେଶର ମହାବିପତ୍ତି ସମୟରେ ଲୋକଙ୍କ ଜୀବନ ଅପେକ୍ଷା ଯେଉଁ ପ୍ରଧାନମନ୍ତ୍ରୀ ନିଜର ବିଳାସପୂର୍ଣ୍ଣ ଜୀବନ କଥା ଚିନ୍ତା କରୁଛନ୍ତି ବୋଲି ବିଜେଡି ବିଧାୟକ ଅଭିଯୋଗ କରିଛନ୍ତି । ସେପରି ପ୍ରଧାନମନ୍ତ୍ରୀ ରହି ଲାଭ କ’ଣ ବୋଲି ଦଳ ପ୍ରଶ୍ନ କରୁଛି ।

ରାଜ୍ୟ ସରକାର 18-44 ବର୍ଷ ବୟସ ମଧ୍ୟରେ ଥିବା ସମସ୍ତଙ୍କୁ ମାଗଣାରେ ଟୀକା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ଏକ କୋଟି ତେୟାନବେ ଲକ୍ଷ ଷାଠିଏ ହଜାର ଲୋକଙ୍କୁ ଏହା ଯୋଗାଇ ଦିଆଯିବ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେଥିପାଇଁ 2 ହଜାର କୋଟି ଟଙ୍କାର ବଜେଟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଦେଶର ଟୀକା ଉତ୍ପାଦନ କାରୀ ଦୁଇ ସଂସ୍ଥା ଭାରତ ବୟୋଟେକରୁ କୋଭାକ୍ସିନ ଓ ସେରମ ଠାରୁ କୋଭିସିଲଡ଼ ଟୀକା ପାଇଁ ଅଗ୍ରୀମ ଦେଇଥିଲେ । ପ୍ରାୟ ଏକ କୋଟି ତେୟାନବେ ଲକ୍ଷ ଷାଠିଏ ହଜାର ଲୋକଙ୍କୁ ଏହା ଯୋଗାଇ ଦିଆଯିବ । ତେବେ ଏହି ଦୁଇ ସଂସ୍ଥା ମାସକୁ ଯୋଗାଇ ଦେଇଥିବା ଟିକାର ପରିମାଣର ହିସାବ ଅନୁଯାଇ ଟୀକା କରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ବହୁ ବର୍ଷ ଲାଗିଯିବ । ଏଥିପାଇଁ ରାଜ୍ୟ ସରକାର ଓଡିଶା ରାଜ୍ୟ ଔଷଧ ନିଗମ ଦ୍ଵାରା e- Global Tender ମାଧ୍ୟମରେ ଖୋଲା ବଜାରରୁ ପ୍ରତିଷେଧକ ଟୀକା କ୍ରୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.