ETV Bharat / city

ଡୋର ଟୁ ଡୋର ହେବ ଟୀକାକରଣ, ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କୁ ପ୍ରାଥମିକତା

author img

By

Published : Sep 28, 2021, 10:45 PM IST

ଟୀକାକରଣ ବ୍ୟବସ୍ଥାକୁ ଆହୁରି ସୁବ୍ୟବସ୍ଥିତ କରାଯିବ । ଡୋର ଟୁ ଡୋର ହେବ ଟୀକାକରଣ । ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କୁ ଦିଆଯିବ ପ୍ରାଥମିକତା । ଅଧିକ ପଢନ୍ତୁ...

covid19 vaccination on door to door
ଡୋର ଟୁ ଡୋର ହେବ ଟୀକାକରଣ

ଭୁବନେଶ୍ବର: ଡୋର ଟୁ ଡୋର ହେବ ଟୀକାକରଣ, ଭିନ୍ନକ୍ଷମ ଓ ବୟସ୍କ ଲୋକଙ୍କୁ ପ୍ରାଥମିକତା । ଯେଉଁମାନେ ଟୀକାକରଣ କେନ୍ଦ୍ରକୁ ଆସିପାରୁନାହାନ୍ତି ସେମାନଙ୍କ ପାଖକୁ ଯିବେ ସ୍ବାସ୍ଥ୍ୟ କର୍ମୀ । ଏନେଇ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ଡୋର ଟୁ ଡୋର ହେବ ଟୀକାକରଣ

ଡୋର ଟୁ ଡୋର ହେବ ଟୀକାକରଣ। ଏନେଇ ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଯେଉଁ ନାଗରିକମାନେ ଭିନ୍ନକ୍ଷମ ଅଛନ୍ତି, ଚଲାବୁଲା କରିପାରୁନାହାନ୍ତି, ଯେଉଁ ବୟସ୍କ ଲୋକ ବେଡ଼ରେ ପଡିଛନ୍ତି, ସେମାନଙ୍କର ଘର ନିକଟରେ ଟୀକାକରଣ କରାଯାଉଥିଲା। ବର୍ତ୍ତମାନ କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ, କିଛି ଲୋକ ନିଜ ଘରୁ ଟୀକାକରଣ କେନ୍ଦ୍ରକୁ ଆସିପାରୁନାହାନ୍ତି, ସେମାନଙ୍କ ଘରକୁ ମୋବାଇଲ ଭ୍ୟାନ ଯାଇ ସେମାନଙ୍କୁ ଟୀକାକରଣ କରିବ। ଟୀକାକରଣ କରିବା ବେଳେ ଯେଉଁ ସବୁ ପ୍ରୋସେସ ରହିଛି ସମସ୍ତ ପ୍ରୋସେସକୁ ପାଳନ କରାଯିବ। ଟୀକା କିଭକି ସୁରକ୍ଷିତ ଭାବରେ ରହିବ, କିପରି କୋଲଡ଼ ଚେନ ପ୍ରସ୍ତୁତ ରହିବ, ଟୀକା କିଭକି ଭାବରେ ନଷ୍ଟ ନହେବ ସେଥିପ୍ରତି ଧ୍ୟାନ ଦିଆଯିବ। ନିଜ ନିଜ ଅଞ୍ଚଳରେ ଥିବା ସ୍ବାସ୍ଥ୍ୟ କର୍ମୀ ଆଶା କର୍ମୀ ଆଦି ଘର ଘର ବୁଲି ଟୀକା ନେଇନଥିବା ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରିବେ।

ଟୀକା ଦେବାର ମଧ୍ୟ ବ୍ୟବସ୍ଥା କରିବେ। ଯେଉଁ ମାନେ ଭିନ୍ନକ୍ଷମ ଓ ବେଡ଼ରେ ରହୁଛନ୍ତି ସେମାନେ ଏବଂ ସେମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ଟୀକାକରଣ କରାଯିବ ବୋଲି ସମସ୍ତ ଜିଲ୍ଲା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟରେ ଆଜି ସୁଦ୍ଧା 2 କୋଟି 99 ଲକ୍ଷ 54 ହଜାର 996 ଡୋଜ ଟୀକା ନେଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.