ଭୁବନେଶ୍ବର: ଆଜିଠୁ ବିଧାନସଭା ଶୀତ ଅଧିବେଶନ ପାଇଁ କୋଭିଡ ଟେଷ୍ଟ । ଆସନ୍ତା ୨୦ ତାରିଖରେ ବିଧାନସଭା ଆରମ୍ଭ ହେବ । ସେହିଦିନ ଅପରାହ୍ନରେ ଅର୍ଥମନ୍ତ୍ରୀ ଅତିରିକ୍ତ ବିଜେଟ ଉପସ୍ଥାପନ କରିବେ ।
ଆସନ୍ତା ୧୭ ଓ ୧୮ ତାରିଖ ଦିନ ସମସ୍ତ ବିଧାୟକ ଓ ବିଧାନସଭା କର୍ମଚାରୀଏବଂ ସମ୍ବାଦିକଙ୍କ କୋରୋନା ଟେଷ୍ଟ କରାଯିବ । ଯେଉଁ ମାନଙ୍କର ନେଗେଟିଭ ବାହାରିବ ସେମାନଙ୍କୁ ବିଧାନସଭା ଯିବାକୁ ଅନୁମତି ମିଳିବ । ବିଧାନସଭା ଚାଲିବା ଭିତରେ ଯେଉଁମାନଙ୍କର କିଛି କୋରୋନା ଜନିତ ଲକ୍ଷଣ ଦେଖାଦେବେ ସେମାନଙ୍କର ତୁରନ୍ତ ଆଣ୍ଟିଜେନ ଟେଷ୍ଟ କରାଯିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ