ETV Bharat / city

ଉପରମୁହାଁ କୋରୋନା ଗ୍ରାଫ୍, ଟେଷ୍ଟିଂ ପାଇଁ ଲାଗୁଛି ଲମ୍ବାଲାଇନ

ସରକାରୀ ହସ୍ପିଟାଲରେ ବଢୁଛି କୋଭିଡ ଟେଷ୍ଟିଂ, ଟେଷ୍ଟ ପାଇଁ ଲାଗୁଛି ଲମ୍ବାଲାଇନ । ତେବେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଉଛି । କ୍ୟାପିଟାଲ ହସ୍ପିଟାଲରେ 15 ଦିନରେ 20ହଜାରରୁ ଅଧିକ ଟେଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 24, 2021, 9:12 PM IST

covid19 second wave testing in capital hospital  bhubaneswar
ସରକାରୀ ହସ୍ପିଟାଲ ରେ ବଢୁଛି କୋଭିଡ ଟେଷ୍ଟିଂ, ଟେଷ୍ଟ ପାଇଁ ଲାଗୁଛି ଲମ୍ବାଲାଇନ

ଭୁବନେଶ୍ବର: ସରକାରୀ ହସ୍ପିଟାଲରେ ବଢୁଛି କୋଭିଡ ଟେଷ୍ଟିଂ । ଟେଷ୍ଟ ପାଇଁ ଲାଗୁଛି ଲମ୍ବାଲାଇନ । ରାଜ୍ୟରେ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଉଛି। କ୍ୟାପିଟାଲ ହସ୍ପିଟାଲ ରେ 15 ଦିନ ରେ 20ହଜାର ରୁ ଅଧିକ ଟେଷ୍ଟ କରାଯାଇଛି।

ଗୋଟିଏ ଦିନରେ ସାରା ରାଜ୍ୟରୁ 6 ହଜାର ସଂକ୍ରମଣ ପାର ହୋଇଥିବାବେଳେ ଦିନକୁ ଦିନ ଅଧିକ କୋଭିଡ ନମୁନା ପରୀକ୍ଷା କରାଯାଉଛି । ଗତ ମାସ ଅପେକ୍ଷା ଚଳିତ ମାସରେ ଅତ୍ୟଧିକ କୋଭିଡ ଟେଷ୍ଟ କରିବାକୁ ମେଡିକାଲ ଆସୁଛନ୍ତି । ଏକାଧିକ ଲୋକ ଟେଷ୍ଟ ପାଇଁ ଆସୁଛନ୍ତି ହସ୍ପିଟାଲ । ଏପରିକି ସରକାରୀ ହସ୍ପିଟାଲରେ ଟେଷ୍ଟ ପାଇଁ ଲମ୍ବୁଛି ଲମ୍ବା ଲାଇନ । ନାହିଁ ସାମାଜିକ ଦୂରତା। ଆରଟିପିସି ଆର ଟେଷ୍ଟର ସମୟ ପ୍ରାୟ 24 ଘଣ୍ଟା ରୁ 48 ଘଣ୍ଟା ପର୍ଯ୍ୟନ୍ତ । ସେହିପରି ଭାବରେ ଆଣ୍ଟିଜେନ ଟେଷ୍ଟ ର ସମୟ ହେଉଛି 30 ମିନିଟ। ଏହି କୋଭିଡ ଟେଷ୍ଟ କରିବାକୁ ହେଲେ ନିଜର ପରିଚୟ ପତ୍ର ସହିତ ମୋବାଇଲ ନମ୍ବର ଆବଶ୍ୟକତା ରହିଛି। କୋଭିଡ ଟେଷ୍ଟିଂ ସେଣ୍ଟରରେ 35 ଜଣ ଏଲଟି ଓ 37 ଜଣ ଡିଓ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରେ 15ଟି ଟିମ ଗଠନ କରାଯାଇ ଟେଷ୍ଟିଂର ବ୍ୟବସ୍ତା କରାଯାଇଛି ।

ଅଧିକ ସଂଖ୍ୟକ ଲୋକ ଜ୍ୱର ଶରୀରରେ ପୀଡା, କାଶ, ଭଳି ଭାଇରାଲ ସଂକ୍ରମଣର ଲକ୍ଷଣ ଅନୁଭବ ହେଉଥିବାରୁ କୋଭିଡ ପରୀକ୍ଷା କେନ୍ଦ୍ର ଗୁଡିକରେ ଦ୍ରୁତ ଗତିରେ ଟେଷ୍ଟ କରାଦିଆଯାଉଛି । କରୋନା ର ସକାରାତ୍ମକ ମାମଲା ବୃଦ୍ଧି ପାଉଥିବା ବେଳେ ସରକାରୀ କୋଭିଡ ପରୀକ୍ଷା କେନ୍ଦ୍ର ଗୁଡିକରେ ଏନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ଯେଉଁ ରୋଗୀ ମାନେ ଟେଷ୍ଟ କରିବା ପାଇଁ ଆସିବେ ସେମାନେ ଆଧାର ସହିତ ଫୋନ ନମ୍ବର ତଥ୍ୟ ଦେବା ଆବଶ୍ୟକ ହେବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ।

ଅନ୍ୟପଟେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ଛାଡି 24 ଟି ସ୍ଥାନ ରେ ସରକାରୀ କୋଭିଡ ଟେଷ୍ଟ ସେଣ୍ଟର ରହିଥିବା ବେଳେ 11 ଜଣଆ ଟିମ କାମ କରୁଛନ୍ତି ଓ ସେହିପରି ଭାବରେ 10 ଟି ଘରୋଇ ହସ୍ପିଟାଲ ରେ ଟେଷ୍ଟ ସହ 10 ଜଣ ଟିମ ମେମ୍ବର ରହିଥିବାର ବ୍ୟବସ୍ଥା କରାଯାଇଛି । ତେବେ ସରକାରୀ କୋଭିଡ ସେଣ୍ଟର ଗୁଡିକ ହେଲା କ୍ୟାପିଟାଲ ହସ୍ପିଟାଲ, କପିଳପ୍ରସାଦ, ବିଏମସି ହସ୍ପିଟାଲ, ବି ପାଟଣା, ୟୁନିଟ 3, ଡୁମାଡୁମା, ଘାଟିକିଆ, ନିଳାଦ୍ରୀବିହାର, ଚନ୍ଦ୍ରଶେଖରପୁର, ପଟିଆ, ୟୁନିଟ 9 , ୟୁନିଟ 4, ପୋଖରିପୁଟ, ୟୁନିଟ 8, ବରମୁଣ୍ଡା, ସହିଦ ନଗର, ସତ୍ୟନଗର, ଗାଡକାନ, ଶିଖରଚଣ୍ଡୀ, ରସୁଲଗାଡ, ନହରକାନ୍ତା, କଳ୍ପାନା ଝାରପଡା, ସମନ୍ତପୁରୀ ଓ ଆଇଆରସି ଭିଲେଜ । ସେହିପରି ଭାବରେ ସମ ହସ୍ପିଟାଲ, ଡିଏନଏ, ଆମରି, ଶ୍ରୀ ହୋଟେଲ, କେୟାର, ହାଇଟେକ, କିଂସ, ଆପୋଲ, ପୂର୍ବତଟ ରେଳବାଇ ।

2021ରେ କ୍ୟାପିଟାଲ ହସ୍ପିଟାଲରେ କୋଭିଡ ସେଣ୍ଟରରେ ଟେଷ୍ଟିଂ ତଥ୍ୟ ଉପରେ ନଜର ପକାନ୍ତୁ

  • ଜାନୁଆରୀ ମାସ

ଆରଟିପିସିଆର ଟେଷ୍ଟ -4423

ଆଣ୍ଟିଜେନ ଟେଷ୍ଟ- 10610

  • ଫେବୃଆରୀ ମାସ

ଆରଟିପିସିଆର ଟେଷ୍ଟ - 3492

ଆଣ୍ଟିଜେନ ଟେଷ୍ଟ-5725

  • ମାର୍ଚ୍ଚ ମାସ

ଆରଟିପିସିଆର ଟେଷ୍ଟ -7828

ଆଣ୍ଟିଜେନ ଟେଷ୍ଟ - 10007

  • ଏପ୍ରିଲ ମାସର 15 ଦିନର ତଥ୍ୟ ଅନୁଯାୟୀ

ଆରଟିପିସିଆର ଟେଷ୍ଟ -10269

ଆଣ୍ଟିଜେନ ଟେଷ୍ଟ- 10148

ଯାହାକୁ ନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ଗତ ଦିନ ମାନଙ୍କରେ ଯେତିକି ଟେଷ୍ଟ କରାଯାଉଥିଲା ବର୍ତ୍ତମାନ ସମୟରେ ଅଧିକ ଟେଷ୍ଟ କରାଯାଉଛି। ଟେଷ୍ଟ ସମୟରେ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି।ଯାହା ଫଳରେ ସାଧାରଣ ଜନତା ମାନେ ସୁବିଧା ଓ ସୁରକ୍ଷାର ସହିତ ଟେଷ୍ଟ କରିପାରିବେ । ଅନ୍ୟପଟେ ରାଜ୍ୟରେ ଟେଷ୍ଟକୁ ବଢ଼ାଇଦିଆଯିବା ସହ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.