ETV Bharat / city

କଟକରେ ଆରମ୍ଭ ହେଲା 150 ଶଯ୍ୟା ବିଶିଷ୍ଟ ସଦଗୁରୁ କୋଭିଡ ହସ୍ପିଟାଲ

କଟକରେ ଆରମ୍ଭ ହେଲା 150 ଶଯ୍ୟା ବିଶିଷ୍ଟ ସଦଗୁରୁ କୋଭିଡ ହସ୍ପିଟାଲ। ଜିଲ୍ଲାରେ 69217 ସାମ୍ପୁଲ ସଂଗ୍ରହ କରାଯାଇଛି। ଜିଲ୍ଲାରେ ସୁସ୍ଥ ହାର 65.77 ପ୍ରତିଶତ ରହିଥିବା ବେଳେ 33.51 ପ୍ରତିଶତ କୋରୋନା ଅକ୍ରାନ୍ତ ସକ୍ରିୟ ରହିଛନ୍ତି। ଅଧିକ ପଢନ୍ତୁ...

author img

By

Published : Aug 23, 2020, 7:11 PM IST

କଟକରେ ଆରମ୍ଭ ହେଲା 150 ଶଯ୍ୟା ବିଶିଷ୍ଟ ସଦଗୁରୁ କୋଭିଡ ହସ୍ପିଟାଲ
କଟକରେ ଆରମ୍ଭ ହେଲା 150 ଶଯ୍ୟା ବିଶିଷ୍ଟ ସଦଗୁରୁ କୋଭିଡ ହସ୍ପିଟାଲ

ଭୁବନେଶ୍ବର: କଟକରେ ଆରମ୍ଭ ହେଲା 150 ଶଯ୍ୟା ବିଶିଷ୍ଟ ସଦଗୁରୁ କୋଭିଡ ହସ୍ପିଟାଲ। ଜିଲ୍ଲାରେ କୋଭିଡ ଆକ୍ରାନ୍ତ ବୃଦ୍ଧି ଘଟୁଥିବାରୁ ଆଉ ଏକ 150 ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଯାହାର ନାମ ସଦଗୁରୁ ରଖାଯାଇଛି। ପୂର୍ବରୁ ଜିଲ୍ଲାରେ 150 ଶଯ୍ୟା ବିଶିଷ୍ଟ ଅଶ୍ବିନି କୋଭିଡ ହସ୍ପିଟାଲ ରହିଛି।

କଟକ ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 15 କୋଟି ଟଙ୍କାର ଅନୁଦାନ ପାଇଛି।କୌଣସି କୋଭିଡ ରୋଗୀଙ୍କର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିବ ନାହିଁ । ଜିଲ୍ଲାରେ ରୋଗୀଙ୍କ ସେବା କରିବା ପାଇଁ ଅଶ୍ଵିନି କୋଭିଡ ହସ୍ପିଟାଲରେ 150 ବେଡ ରହିଛି। ସେହିପରି ଆଉ ଏକ ନୂତନ କୋଭିଡ ହସ୍ପିଟାଲ ସଦଗୁରୁ 150 ବେଡ ଯୋଗାଇ ଦିଆଯାଇଛି। ଦ୍ବିତୀୟ ହସ୍ପିଟାଲ ଆରମ୍ଭ ହେବା ପରେ ଜେନେରାଲ ବେଡ ସଂଖ୍ୟା 116 ରୁ 231 ବୃଦ୍ଧି ଘଟିଛି। ଆଇସିୟୁ 34 ରୁ 58 କୁ ବୃଦ୍ଧି ଘଟିଛି। ସଦଗୁରୁ କୋଭିଡ ହସ୍ପିଟାଲରେ ଡାୟାଲିସିସ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବେଡ ରହିଛି ଏହା ସହ ସ୍ତ୍ରୀ ଓ ପ୍ରସୂତି ମାନଙ୍କର ସ୍ବତନ୍ତ୍ର ବ୍ୟବସ୍ଥା ରହିଛି।

କଟକ ଜିଲ୍ଲାରେ 8 ଟି କୋଭିଡ କେୟାର ସେଣ୍ଟରରେ 1230 ବେଡ ରହିଛି। ହୋମ ଆଇସଲେସନ ପାଇଁ 542 ରୋଗୀ ରହିଛନ୍ତି। କଟକ ଜିଲ୍ଲାରେ 69217 ସାମ୍ପୁଲ ସଂଗ୍ରହ କରାଯାଇଛି। ଜିଲ୍ଲାରେ ସୁସ୍ଥ ହାର 65.77 ପ୍ରତିଶତ ରହିଥିବା ବେଳେ 33.51 ପ୍ରତିଶତ କୋରୋନା ଅକ୍ରାନ୍ତ ସକ୍ରିୟ ରହିଛନ୍ତି। ଗତ ସପ୍ତାହ ଭଳି ଅଧିକ ସଂକ୍ରମିତ ବ୍ୟକ୍ତି ସହରାଞ୍ଚଳରେ ଦେଖାଯାଇଛି। ଏସସିବି ମେଡିକାଲ କଲେକରେ 21 ଜିଲ୍ଲାର 1 ଲକ୍ଷ 44 ହଜାର 782 ଟି ଟେଷ୍ଟ କରାଯାଇଛି। ସେଥିରୁ ପଜିଟିଭ 5174 ଚିହ୍ନଟ କରାଯାଇଛି।

କଟକ ଜିଲ୍ଲାରେ 1841 ଗ୍ରାମ ମଧ୍ୟରୁ 155 ଟି ଗ୍ରାମକୁ ରେଡ ଭିଲେଜ ଭାବରେ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା ଆଠଗଡ, ବାଙ୍କୀ, ଡମପଡା, ମାହାଙ୍ଗା, ବଡମ୍ବା, ତିଗିରିଆ, ନରସିଂହପୁର, ଟାଙ୍ଗୀ, ଚୌଦ୍ବାର ସଦର, ସାଲେପୁର, ନିଶ୍ଚିତକୋଇଲି, ନିଆଳି, କଣ୍ଟାପଡା, ବାରଙ୍ଗ ଓ ଅନ୍ୟାନ୍ୟ ଗ୍ରାମ ଗୁଡିକ ରହିଛନ୍ତି। ଏହି ଅଞ୍ଚଳରୁ ଅଧିକାଂଶ ଲୋକ ମାନେ ବିଭିନ୍ନ କାର୍ଯ୍ୟ ପାଇଁ ସହରକୁ ଆସୁଛନ୍ତି। ଯାହା ଦ୍ବାରା ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହୁଛି। ସେହିପରି ଜିଲ୍ଲାରେ 168 ଜଣ ପ୍ଲାଜମା ଦେଇଥିବା ବେଳେ 336 ୟୁନିଟ ପ୍ଳାଜମା ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ 287 ୟୁନିଟ ପ୍ଳାଜାମା ବ୍ୟବହାର କରାଯାଇଛି। ଅନ୍ୟପଟେ 450 ଜଣ କୋଭିଡ ଯୋଦ୍ଧା କୋରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 132 ଜଣ ଚିକିତ୍ସିତ ହେଉଛନ୍ତି ଓ ଅନ୍ୟମାନେ ରୋଗମୁକ୍ତ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.