ETV Bharat / city

ସ୍ମାର୍ଟସିଟିରେ କମିଛି ସଂକ୍ରମଣ, ୭୫ ପ୍ରତିଶତ ଆକ୍ରାନ୍ତ ହୋମ ଆଇସୋଲେସନ: ବିଏମସି କମିସନର - କୋରୋନା ଭାଇରସ ଖବର

ରାଜଧାନୀରେ କୋରୋନା ସଂକ୍ରମଣ ହ୍ରାସ ପାଇଛି । ୭୫ ପ୍ରତିଶତ ଲକ୍ଷଣ ବିହୀନ କୋଭିଡ ଆକ୍ରାନ୍ତ ଏବେ ହୋମ ଆଇସୋଲେସନରେ ରହିଛନ୍ତି । ଯେକୌଣସି ଅଭିଯୋଗ ଆସିଲେ କୁ ବିଏମସି ସମାଧାନ କରିବାକୁ ଚେଷ୍ଟା ଜାରି ରଖିଛି।

ସ୍ମାର୍ଟସିଟିରେ କମିଛି ସଂକ୍ରମଣ, ୭୫ ପ୍ରତିଶତ ଆକ୍ରାନ୍ତ ହୋମ ଆଇସଲେସନ: ବିଏମସି କମିସନର

author img

By

Published : Sep 25, 2020, 8:31 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏବେ କୋରୋନା ସଂକ୍ରମଣ ହ୍ରାସ ପାଉଛି ,ମୋଟାମୋଟି ସଂକ୍ରମଣ ଏବେ ପ୍ଲାଟିୟୁ ଅବସ୍ଥାରେ ରହିଛି। ୭୫ ପ୍ରତିଶତ ଲକ୍ଷଣ ବିହୀନ କୋଭିଡ ଆକ୍ରାନ୍ତ ଏବେ ହୋମ ଆଇସୋଲେସନ ରେ ରହିଛନ୍ତି ବୋଲି ଶୁକ୍ରବାର ବିଏମସିରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ସ୍ମାର୍ଟସିଟିରେ କମିଛି ସଂକ୍ରମଣ, ୭୫ ପ୍ରତିଶତ ଆକ୍ରାନ୍ତ ହୋମ ଆଇସଲେସନ: ବିଏମସି କମିସନର

ରାଜଧାନୀରେ କୋରୋନା ସଂକ୍ରମଣ କମିଛି । ଗୃହ ସଙ୍ଗରୋଧରେ ଥିବା ସମସ୍ତ ଆକ୍ରାନ୍ତ ଏବେ ଷ୍ଟେବଲ ରହିଛି। ବିଏମସି ପକ୍ଷରୁ ୧୯୨୯ କଲ ସେଣ୍ଟର ମାଧ୍ୟମରେ ସେମାନଙ୍କ କୌଣସି ବି ଅଭିଯୋଗକୁ ବିଏମସି ସମାଧାନ କରିବାକୁ ଚେଷ୍ଟା ଜାରି ରଖିଛି। ୬୬ ଟି ଆରଆରଟି ବା ରାପିଡ଼ ରେସ୍ପୋନ୍ସ ଟିମ ହୋମ ଆଇସୋଲେସନରେ ଥିବା କୋଭିଡ ପଜିଟିଭଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ତଦାରଖ କରୁଛନ୍ତି। ୧୦,୦୦୦କୋଭିଡ ଆକ୍ରାନ୍ତ ହୋମ ଆଇସୋଲେସନରେ ରହିଛନ୍ତି । ସେଥିମଧ୍ୟରୁ ପ୍ରାୟ ୭ ହଜାର ସୁସ୍ଥ ହୋଇସାରିଛନ୍ତି। ରାଜଧାନୀର ବିଭିନ୍ନ ବସ୍ତିରେ କେସ ପ୍ରାୟ ୬୦୦ ଭିତରେ ସିମୀତ ରହିଛି।

ଭୁବନେଶ୍ବରରେ ଏବେ ୪୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି।ସେଥିରେ ପ୍ରାୟ ୨୦ ଆଇସିୟୁ ବ୍ୟବସ୍ଥା ରହିଛି। ମୋଟ ୬୦ ଆଇସିୟୁ ଶଯ୍ୟା ବ୍ୟବସ୍ଥା କରାଯାଇଛି।ପ୍ରତ୍ୟକ ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ କୋଭିଡ ବେଡ଼ ବ୍ୟବସ୍ଥା କରାଯାଇଛି, ସେହିପରି ଭୁବନେଶ୍ବରରେ କୋଭିଡ ହସ୍ପିଟାଲରେ ବହୁ ଆଇସିୟୁ ବେଡ଼ ଖାଲି ରହିଛି। ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ଭୁବନେଶ୍ବରରେ ମୋଟ ୋକରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୯୩ ଥିବାବେଳେ ୧୬୧୯୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୩୬୮୩ଜଣ ଆକ୍ରାନ୍ତ ଏବେ ବିଭିନ୍ନ କୋଭିଡ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।

ଭୁବନେଶ୍ବର ରେ କୌଣସି ସ୍ଥାନରେ କୋଭିଡ ସଂକ୍ରମଣ କ୍ଲଷ୍ଟର ଭଳି ହେଉନାହିଁ।ଯାହା ହେଉଛି ପରିବାର ଭିତରେ ସଂକ୍ରମଣ ହେଉଛି।ତେଣୁ କଣ୍ଟେନମେଣ୍ଟ ଜୋନ ହେବାର ସମ୍ଭାବନା ନାହିଁ। ଭୁବନେଶ୍ବରରେ ଟେଷ୍ଟ ପାଇଁ ସ୍ବାବ ସଂଗ୍ରହ ସେଣ୍ଟର ବିଭିନ୍ନ ସ୍ଥାନରେ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.