ETV Bharat / city

ଦେଶରେ କୋରୋନା ମୃତ୍ୟୁହାର, 17ତମ ସ୍ଥାନରେ ଓଡିଶା - ଓଡିଶାରେ Covid19 ମୃତ୍ୟୁ ହାର କମ ଖବର

ସାରା ବିଶ୍ବରେ ମହାମାରୀ କୋରୋନା ବ୍ୟାପିବାରେ ଲାଗିଛି । ରାଜ୍ୟରେ କୋରୋନା ଜାତୀୟ ମୃତ୍ୟୁ ହାର ଠାରୁ ଓଡିଶାରେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁହାର କମ ରହିଛି । ଜାତୀୟ କୋରୋନା ମୃତ୍ୟୁ ହାର ଠାରୁ କମ ଥିବା 23 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଓଡିଶା 17 ନମ୍ବର ସ୍ଥାନରେ ରହିଛି । ଅଧିକ ପଢନ୍ତୁ...

ଜାତୀୟ Covid19 ମୃତ୍ୟୁ ହାର ଠାରୁ ଓଡିଶାରେ ମୃତ୍ୟୁ ହାର କମ

author img

By

Published : Sep 28, 2020, 4:31 PM IST

Updated : Sep 28, 2020, 7:07 PM IST

ଭୁବନେଶ୍ବର: କୋଭିଡ ମୃତ୍ୟୁ ହାର ଜାତୀୟ ମୃତ୍ୟୁ ହାର ଠାରୁ ଓଡିଶାରେ କମ । ରାଜ୍ୟ ସରକାରଙ୍କ କୋଭିଡ ମୁକାବିଲା ଏବେ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଛି । କେବଳ ମୃତ୍ୟୁ ନୁହେଁ ରୋଗୀ ସେବା ମେଡ଼ିସିନ କଳାବଜାରୀ ରୋକିବା ଆଦି କ୍ଷେତ୍ରରେ ଅନ୍ୟ ରାଜ୍ୟକୁ ବାଟ ଦେଖାଇଛି ଓଡିଶା ।

ଜାତୀୟ Covid19 ମୃତ୍ୟୁ ହାର ଠାରୁ ଓଡିଶାରେ ମୃତ୍ୟୁ ହାର କମ

ସାରା ବିଶ୍ବରେ ମହାମାରୀ କୋରୋନା ବ୍ୟାପିବାରେ ଲାଗିଛି । ରାଜ୍ୟରେ ମଧ୍ୟ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଓଡିଶାରେ କୋରୋନା ମୃତ୍ୟୁ ଜାତୀୟ ହାର ଠାରୁ କମ ରହିଛି । ଦେଶରେ 10 ଲକ୍ଷ ଜନସଂଖ୍ୟାରେ 68 ଜଣ କୋରୋନାରେ ମୃତ୍ୟୁ ବରଣର ଶିକାର ହେଉଥିବା ବେଳେ ଓଡିଶାରେ 17 ଜଣ ପ୍ରାଣ ହରାଉଛନ୍ତି। ଜାତୀୟ କୋରୋନା ମୃତ୍ୟୁ ହାର ଠାରୁ କମ ଥିବା 23 ଟି ରାଜ୍ୟ ଓ କେନ୍ଦ୍ରଶାସିତ ମଧ୍ୟରେ ଓଡିଶା 17 ନମ୍ବର ସ୍ଥାନରେ ରହିଛି । ଓଡିଶା ସହ ଝାଡ଼ଖଣ୍ଡରେ ମଧ୍ୟ ସମାନ ମୃତ୍ୟୁ ହାର ରହିଛି । ଓଡିଶା ପରେ ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ବିହାର, ମିଜୋରମ ରହିଛି ।

ରାଜ୍ୟ ସରକାର କୋଭିଡ ପରିଚାଳନା ଅନ୍ୟ ରାଜ୍ୟ ଠାରୁ ଭିନ୍ନ ରହିଛି । ମୁଖ୍ୟମନ୍ତ୍ରୀ ଓ 5‘ଟି’ ସଚିବ କୋରୋନା ଆରମ୍ଭରୁ କୋଭିଡ ହସ୍ପିଟାଲ ନିର୍ମାଣ କରାଯାଇଥିବାରୁ ରାଜ୍ୟରେ ମୃତ୍ୟୁ ହାର କମ ଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । ଅନ୍ୟ ରାଜ୍ୟ ଭଳି ବେଡ଼ ସମସ୍ୟା ଯୋଗୁଁ ରୋଗୀମାନେ ହଇରାଣ ହେଲା ଭଳି ସ୍ଥିତି ରାଜ୍ୟରେ ନାହିଁ । ଏହା ସହ କୋରୋନା ପାଇଁ ବ୍ୟବହୃତ ହେଉଥିବା ରେମଡେସିଭର ଇଂଜେକସନ ବି ରାଜ୍ୟରେ ମହଜୁଦ ହୋଇ ରହିଛି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ପାଉଥିବାରୁ ସ୍ଥିତି ଖୁବ ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ବିଶେଷଜ୍ଞ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

Last Updated : Sep 28, 2020, 7:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.