ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କୋରୋନା ପ୍ରତିରୋଧ କରିବା, ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ ଶପଥ ନେଲେ ୧୦୦ଜଣ ସଚେତକ । ସତ୍ୟ ନଗର ଅଞ୍ଚଳର ବରିଷ୍ଠ ନାଗରିକ, ଆବାସିକ ସଂଘ, ଯୁବ ବର୍ଗ, ଜେଣ୍ଡର ଅର୍ଗାନାଇଜର, ପୂର୍ବତନ କର୍ପୋରେଟର ସମସ୍ତେ ମହାମାରୀ କରୋନା ବିରୋଧରେ ଲଢ଼ିବା ପାଇଁ ଶପଥ ନେଲେ।
ମହାମାରୀ କୋରୋନା ବିରୋଧରେ ଲଢେଇ ଜାରି ରଖିଛି ବିଏମସି । ଜନ ସଚେତନତା ଏବଂ ଆତ୍ମ କୌଶଳକୁ ଆପଣେଇ କରୋନାକୁ ହରାଇବା, ଭୁବନେଶ୍ୱର ରେ କିଭଳି କରୋନା ସଂକ୍ରମଣ କୁ ରୋକ ଲଗାଯାଇ ପାରିବ ସେ ନେଇ ବିଏମସି ଉଦ୍ୟମ ଜାରି ରଖିଛି । ସଚେତକ ହେବେ ପ୍ରତିଟି ନାଗରିକ । ପ୍ରତି ୱାର୍ଡରେ ବାଣ୍ଟିବେ ସଚେତନତାର ବାର୍ତା । ମଙ୍ଗଳବାର ,ଭୁବନେଶ୍ବର ମହାନଗର ନିଗମ ସତ୍ୟ ନଗର ପାର୍କ ରେ ସଚେତକ କର୍ମଶାଳାରେ ଶପଥ କରିଛନ୍ତି ।
ନୂଆ ସଚେତକ ନୂଆ ଅଭ୍ୟାସକୁ ଆପଣେଇବା ପାଇଁ ୨ ମିଟର ସାମାଜିକ ଦୂରତ୍ବ ରକ୍ଷା କରିବା, ହାତ ଧୋଇବା,ବାହାରକୁ ବାହାରିଲେ ମାସ୍କ ବ୍ୟବହାର କରିବା, ମୁଁହ ଘୋଡେଇବା । ଏହି ସବୁ ନିୟମ ମାନି ଚାଲିବା ଯଦି ତାହେଲେ କୋରୋନାକୁ ହରେଇ ପାରିବା । ତେବେ ଏଭଳି ସଚେତକ କାର୍ଯ୍ୟକ୍ରମ ପ୍ରତି ୱାର୍ଡ ରେ ଚାଲୁ ରହିଛି ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ