ETV Bharat / city

ରାଜ୍ୟକୁ ଆସୁଛି କୋଭିଡ ଟୀକା ! ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ପାଇବା ନେଇ ପ୍ରସ୍ତୁତି - ଭୁବନେଶ୍ବର ଖବର

ଖୁବ ଶୀଘ୍ର ରାଜ୍ୟକୁ ଆସୁଛି କୋଭିଡ ଟୀକା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଏହି ଟୀକା । ଏଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟକୁ ଆସୁଛି କୋଭିଡ ଟୀକା ! ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ପାଇବା ନେଇ ପ୍ରସ୍ତୁତି

author img

By

Published : Oct 24, 2020, 8:29 PM IST

ଭୁବନେଶ୍ବର: ଖୁବ ଶୀଘ୍ର ରାଜ୍ୟକୁ ଆସୁଛି କୋଭିଡ ଟୀକା । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଏହି ଟୀକା । ଏଥିପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ସ୍ବାସ୍ଥ୍ୟକର୍ମୀଙ୍କ ଏହି ତାଲିକା ପ୍ରସ୍ତୁତ କରିବା ବିଭିନ୍ନ ଡାକ୍ତରୀ ସଂଘ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଛି ।

ରାଜ୍ୟକୁ ଆସୁଛି କୋଭିଡ ଟୀକା ! ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ପାଇବା ନେଇ ପ୍ରସ୍ତୁତି

ସେପଟେ ଭୁବନେଶ୍ୱରର ଆଇଏମଏର ସଭାପତି ମାଗୁଣି ବେହେରା କହିଛନ୍ତି ଯେ ଆଗକୁ 4ଟି ଟୀକା ଆସିବାର ସମ୍ଭାବନା ରହିଛି । ତେବେ କେବଳ ସ୍ୱାସ୍ଥ୍ୟକର୍ମୀ ନୁହେଁ ସାରା ରାଜ୍ୟକୁ ଟୀକା ଦେବା ଆରମ୍ଭ କଲେ ଦୁଇ ବର୍ଷ ଲାଗିଯିବ । ହେଲେ 29 ଅକ୍ଟୋବର ପୂର୍ବରୁ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ କରିବା ଅସମ୍ଭବ । ତେବେ ଏକା ସାଙ୍ଗରେ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଟୀକା ନେବେ ନା ପର୍ଯ୍ୟାୟକ୍ରମେ ନେବେ ସେନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ ଡାକ୍ତରୀ ସଂଘ ।

ଏପେଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ କେନ୍ଦ୍ର ସରକାର ଟୀକାକୁ ନେଇ ଦେଇଛନ୍ତି 25 ପେଜର ତଥ୍ୟ । ଏହାକୁ ପ୍ରଥମେ ତର୍ଜମା କରାଯିବ । ନିର୍ଦ୍ଦିଷ୍ଟ ଭାବରେ ତାଲିକା ପ୍ରସ୍ତୁତ କରାଯିବା ପରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ।

ତେବେ ରାଜ୍ୟକୁ କୋଭିଡ ଟୀକା ଆସିବାକୁ ନେଇ ଆଶ୍ବସ୍ତି ଅନୁଭବ କରୁଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ । ଏନେଇ କ୍ୟାପିଟାଲ ହସ୍ପିଟାଲର ନର୍ସ କୋଭିଡ ଯୋଦ୍ଧା ଲିଜା ଦାସ ନିଜ ପ୍ରତିକ୍ରିୟା ରଖିଛନ୍ତି । ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟରେ କୋଭିଡ ଟୀକା ଦିଆଯିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ସେ ସ୍ବାଗତଯୋଗ୍ୟ ପଦକ୍ଷେପ କହିଛନ୍ତି । ପ୍ରକାଶ ଥାଉ କି, ଲିଜା ଦାସ ଜଣେ ନର୍ସ ଥିବା ବେଳେ ତାଙ୍କ ସ୍ୱାମୀ ଜଣେ ଡାକ୍ତର । ପ୍ରତିଦିନ କୋରୋନା ସଂକ୍ରମିତଙ୍କ ସେବାରେ ଉଭୟ ଦମ୍ପତି କାମ କରନ୍ତି । କୋରୋନା ଭୟାବହ ମଧ୍ୟରେ ଉଭୟ ଦମ୍ପତି କୋରୋନାରେ ଆକ୍ରାନ୍ତ ମଧ୍ୟ ହୋଇଥିଲେ । ହୋମ ଆଇସୋଲେସନରେ ରହି ଉଭୟ ଦମ୍ପତି ଓ ତାଙ୍କର 12 ବର୍ଷର ଝିଅ ସୁସ୍ଥ ହୋଇଥିଲେ । ସୁସ୍ଥ ହେବା ପରେ ସେମାନେ ପୁଣି ଉଭୟ କର୍ମକ୍ଷେତ୍ରକୁ ଫେରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.