ETV Bharat / city

ଟିକା ଅଭାବ, ଆଜି 8 ଜିଲ୍ଲାରେ ଟୀକାକରଣ ବନ୍ଦ

author img

By

Published : Jul 16, 2021, 10:46 PM IST

Updated : Jul 17, 2021, 7:18 AM IST

ଆଜି 8 ଟି ଜିଲ୍ଲାରେ ବନ୍ଦ ରହିବ କୋଭିଡ ଟୀକାକରଣ । ରାଜ୍ୟରେ ଟିକା ଅଭାବରୁ ଏହି ସବୁ ଜିଲ୍ଲାରେ ଟୀକାକରଣ ବନ୍ଦ କରିବାକୁ ବାଧ୍ୟ ହେଉଛି ପ୍ରଶାସନ । ଅଧିକ ପଢ଼ନ୍ତୁ...

କୋଭିଡ ଟିକା ଅଭାବ, 8 ଜିଲ୍ଲାରେ ଟୀକାକରଣ ବନ୍ଦ

ଭୁବନେଶ୍ବର: ଆଜି(ଶନିବାର) 8ଟି ଜିଲ୍ଲାରେ ବନ୍ଦ ରହିବ କୋଭିଡ ଟୀକାକରଣ । ରାଜ୍ୟରେ ଟିକା ଅଭାବରୁ ଏହି ସବୁ ଜିଲ୍ଲାରେ ଟୀକାକରଣ ବନ୍ଦ କରିବାକୁ ବାଧ୍ୟ ହେଉଛି ପ୍ରଶାସନ । ଏହି ତାଲିକାରେ ବଲାଙ୍ଗୀର, ବାଲେଶ୍ୱର, ବୌଦ୍ଧ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ ଓ ସୋନପୁର ଜିଲ୍ଲା ସାମିଲ ରହିଛି । ସେହିପରି ରାଜ୍ୟର 561ଟି କେନ୍ଦ୍ରରେ ଟୀକାକରଣ ଆଜି ଜାରି ରହିବ ।

ସେପଟେ ଶୁକ୍ରବାର ରାଜ୍ୟକୁ ଆସିଛି ଆଉ 5 ଲକ୍ଷ ଡୋଜ କୋଭିସିଲ୍ଡ ଟିକା । ଆସିଥିବା ଟିକା ଖୁବଶୀଘ୍ର ଜିଲ୍ଲାଗୁଡ଼ିକୁ ବିତରଣ କରାଯିବ । ରାଜ୍ୟରେ ମୋଟ 8 ଲକ୍ଷ 86 ହଜାର 20 ଡୋଜ କୋଭିସିଲ୍ଡ ଟିକା ଉପଲବ୍ଧ ରହିଛି । ସେହିଭଳି 1 ଲକ୍ଷ 44 ହଜାର 980 କୋଭାକ୍ସିନ ଡୋଜ ଟିକା ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1 କୋଟି 39 ଲକ୍ଷ 31 ହଜାର 378 ଡୋଜ ଟୀକାକରଣ କରାଯାଇଛି ।

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗିବା ନାଁ ଧରୁନି । କୋରୋନାରୁ ବର୍ତ୍ତିବା ପାଇଁ ସଭିଙ୍କୁ ଟିକା ନେବାକୁ ପରାମର୍ଶ ଦିଆଯାଉଛି । ଏଭଳି ସ୍ଥିତିରେ ଟିକା ଅଭାବରୁ ଟୀକାକରଣ ବନ୍ଦ ହେବା ଚିନ୍ତାର ବିଷୟ ପାଲଟିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 17, 2021, 7:18 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.