ETV Bharat / city

ରାଜ୍ୟରେ ଟିକା ଅଭାବ, ଆଜି 17 ଜିଲ୍ଲାରେ ଟୀକାକରଣ ବନ୍ଦ

author img

By

Published : Jul 1, 2021, 10:33 PM IST

Updated : Jul 2, 2021, 12:16 PM IST

ରାଜ୍ୟରେ ପୁଣି ଟିକା ଅଭାବ ଦେଖାଦେଇଛି । ଫଳରେ ପୁଣି ଥରେ ଆଜି 17 ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ । ଗୁରୁବାର 16ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିଲା । ଅଧିକ ପଢ଼ନ୍ତୁ...

ରାଜ୍ୟରେ ଟୀକା ଅଭାବ, ପୁଣି 17 ଜିଲ୍ଲାରେ ବନ୍ଦ ହେବ ଟୀକାକରଣ

ଭୁବନେଶ୍ବର: ରାଜ୍ୟରେ ପୁଣି ଟିକା ଅଭାବ ଦେଖାଦେଇଛି । ଫଳରେ ପୁଣି ଥରେ 17 ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ । ଗୁରୁବାର 16ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଥିଲା । ଆଜି 17ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ।

ରାଜ୍ୟକୁ ଗୁରୁବାର 1 ଲକ୍ଷ କୋଭିସିଲଡ ଟିକା ଆସିଛି । ଏହାସତ୍ତ୍ବେ ଟିକାର ଅଭାବ ରହିବା ଚିନ୍ତାର କାରଣ ପାଲଟିଛି । ଦୈନିକ 3 ଲକ୍ଷ ଟୀକାକରଣ କରାଯାଉଥିବାରୁ ବହୁ ମାତ୍ରରେ ଟିକା ପରିମାଣ କମିଯାଇଛି । ଆଜି 17ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ଏହି ତାଲିକାରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ରାୟଗଡା, ସୋନପୁର ଜିଲ୍ଲା ସାମିଲ ରହିଛି ।

ଆଜି 102ଟି ଟୀକାକରଣ କେନ୍ଦ୍ରରେ ଟୀକାକରଣ ଚାଲୁ ରହିବ । କେବଳ ଭୁବନେଶ୍ବରରେ 69ଟି କେନ୍ଦ୍ରରେ ଟୀକାକରଣ କରାଯିବ। ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1ଲକ୍ଷ 14 ହଜାର 660 କୋଭିସିଲ୍ଡ ଓ 4 ଲକ୍ଷ 42 ହଜାର 130 କୋଭାକ୍ସିନ ଟୀକା ରହିଛି । ରାଜ୍ୟରେ ମୋଟ 1 କୋଟି 20 ଲକ୍ଷ 551 ଲୋକଙ୍କୁ ଟୀକାକରଣ କରାଯାଇଛି । 98 ଲକ୍ଷ 99 ହଜାର 209 ପ୍ରଥମ ଡୋଜ ଦିଆଯାଇଛି । ସେହିଭଳି 21 ଲକ୍ଷ 55 ହଜାର 342 ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି ।

ମହାମାରୀ କୋରୋନାରୁ ରକ୍ଷା ପାଇବା ପାଇଁ ଟିକା ନେବା ପାଇଁ ପରାମର୍ଶ ଦିଆଯାଉଛି । କୋୱିନ ଆପ ମାଧ୍ୟମରେ ପଞ୍ଜିକରଣ କରି କୋଭିଡ ଟିକା ନେଇ ପାରିବେ ରାଜ୍ୟବାସୀ । ଟିକା ନେବାପରେ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 2, 2021, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.