ଭୁବନେଶ୍ବର: ଏଣିକି ରବିବାର ଦିନ ବି ରାଜଧାନୀରେ ଚାଲିବ ଟୀକାକରଣ । ଭୁବନେଶ୍ବରରେ 26ଟି ଟୀକାକରଣ କେନ୍ଦ୍ରରେ ରବିବାର ଟୀକାକରଣ କରାଯିବ । ପୂର୍ବରୁ ରବିବାର ଦିନ କେନ୍ଦ୍ରଗୁଡିକର ସାନିଟାଇଜେସନ ପାଇଁ ଟୀକାକରଣକୁ ବନ୍ଦ କରାଯାଉଥିଲା ।
ଯେଉଁମାନେ ପ୍ରଥମ କିମ୍ବା ଦ୍ବିତୀୟ ଡୋଜ ନେଇ ନାହାନ୍ତି ସେମାନେ ଟୀକାକରଣ କେନ୍ଦ୍ରକୁ ଯାଇ ସହଜରେ ଟିକା ନେଇପାରିବେ । 18 ବର୍ଷରୁ 44 ବର୍ଷ ଓ 45 ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କ ପାଇଁ ରବିବାର ଦିନ ଟୀକାକରଣ କେନ୍ଦ୍ର ଖୋଲା ରହିବ ।
ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ, ଏମ୍ସ ଓ ବିଏମସି ହସ୍ପିଟାଲ ସମେତ ବାକି 23ଟି ୟୁପିଏଚସିରେ ଟିକାଦାନ କରାଯିବ । ସକାଳ 9 ଟାରୁ ମଧ୍ୟାହ୍ନ 1 ଟା ପର୍ଯ୍ୟନ୍ତ ଓ ଅପରାହ୍ନ 3 ଟାରୁ ସନ୍ଧ୍ୟା 6ଟା ଯାଏଁ ଚାଲିବ ଟୀକାକରଣ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ