ETV Bharat / city

ବିପଦପୂର୍ଣ୍ଣ ଗୋଷ୍ଠୀକୁ କୋରୋନା ଟିକାକରଣ ପ୍ରାଥମିକତା

author img

By

Published : Mar 30, 2021, 11:04 PM IST

ଯେଉଁମାନେ ଅଧିକ ବିପଦପୂର୍ଣ୍ଣ ଭାବରେ ରହୁଛନ୍ତି ସେମାନଙ୍କୁ କୋଭିଡ 19 ଟିକା ଦିଆଯିବ ଆବଶ୍ୟକ। ଏହାକୁ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମୁନିସିପାଲ କମିଶନର ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ। ଅଧିକ ପଢ଼ନ୍ତୁ...

ବିପଦପୂର୍ଣ୍ଣ ଗୋଷ୍ଠୀକୁ କୋରୋନା ଟିକାକରଣର ପ୍ରାଥମିକତା

ଭୁବନେଶ୍ବର: ଯେଉଁମାନେ ଅଧିକ ବିପଦପୂର୍ଣ୍ଣ ଭାବରେ ରହୁଛନ୍ତି ସେମାନଙ୍କୁ କୋଭିଡ 19 ଟିକା ଦିଆଯିବ ଆବଶ୍ୟକ। ଯେଉଁମାନେ ଅଧିକ ଲୋକଙ୍କ ସଂସ୍ପର୍ଶରେରେ ଆସୁଛନ୍ତି ସେମାନଙ୍କୁ ପ୍ରାଥମିକତା ଦିଆଯିବା ଦରକାର । ବିଶେଷ କରି 45 ବର୍ଷରୁ ଅଧିକ ବୟସ୍କ ନାଗରିକଙ୍କ ମଧ୍ୟରେ ବିପଦପୂର୍ଣ୍ଣ ଗୋଷ୍ଠୀକୁ କୋଭିଡ -19 ଟିକାକରଣରେ ଦିଆଯିବ ପ୍ରାଥମିକତା। ଏହାକୁ ନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ମୁନିସିପାଲ କମିଶନର ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ବର୍ତ୍ତମାନ ସମୟରେ ଦୈନିକ 2 ଲକ୍ଷ ଟିକାକରଣ କରାଯିବ। 1 ଏବଂ 2 ଏପ୍ରିଲରେ ସରକାରୀ ଛୁଟି ରହିଥିଲେ ସୁଦ୍ଧା ଟିକାକରଣ ଜାରି ରହିବ। ରାସ୍ତା କଡରେ ବିକ୍ରେତା, ମାଛ ମାଂସ ବିକ୍ରେତା, ଅଟୋ ବସ୍ ଡ୍ରାଇଭର ଓ କର୍ମଚାରୀ, ବିଦ୍ୟାଳୟ କଲେଜ ଶିକ୍ଷକ, ସୁରକ୍ଷାକର୍ମୀ, ରେଷ୍ଟୁରାଣ୍ଟ କର୍ମଚାରୀ, ମନ୍ଦିର ଚର୍ଚ୍ଚ ମସଜିଦ ପୁରୋହିତଙ୍କ ମଧ୍ୟରେ ସମ୍ଭାବ୍ୟ ସୁପର ସ୍ପ୍ରେଡର୍ ହେବାର ସର୍ବାଧିକ ବିପଦ ରହିଛି। ଏମାନେ ସିଧାସଳଖ ବହୁ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଏମାନଙ୍କୁ ଶୀଘ୍ର ଟୀକା ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.