ଭୁବନେଶ୍ବର: ଆଉ ଦିନ ଦିନ ପରେ ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହାପରେ ଏପ୍ରିଲ 3 ତାରିଖରେ ସେ ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଯାହାକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଏହାସହ ଗୁରୁବାର ସେମାନଙ୍କର ଆରଟିପିସିଆର ଟେଷ୍ଟ ମଧ୍ୟ କରାଯିବ ।
ତେବେ ଏ ଯାଏଁ ଉତ୍କଳ ବିଶ୍ବବିଦ୍ୟାଳୟରେ କେହି ବି ପଜିଟିଭ ଚିହ୍ନଟ ହୋଇନଥିବା ସୂଚନା ମିଳିଛି । 'ଆମ ପାଖକୁ ବିଶ୍ବବିଦ୍ୟାଳୟ ପକ୍ଷରୁ 400 ଲୋକଙ୍କ ତାଲିକା ଆସିଛି । ଏପରିକି ପୋଲିସ କର୍ମଚାରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟ ଟେଷ୍ଟିଂ କରାଯିବ ନେଇ' ବିଏମସି କମିଶନର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ