ETV Bharat / city

ରାଜଧାନୀର ଗହଳି ଅଞ୍ଚଳରେ କରାଯିବ COVID TEST

author img

By

Published : Jun 5, 2021, 8:36 PM IST

ଆସନ୍ତାକାଲି (ରବିବାର) ଠାରୁ ଗହଳି ଅଞ୍ଚଳରେ କରାଯିବ COVID TEST । ଏନେଇ BMC କମିଶନର ପ୍ରେସମିଟରେ ସୂଚନା ଦେଇଥିବା ବେଳେ ଲାକଡାଉନରେ ଅନେକ ସୁଫଳ ମିଳିଛି ଓ ପଜିଟିଭ ହାର ହ୍ରାସ ପାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ୱରର ଗହଳି ଅଞ୍ଚଳରେ କରାଯିବ COVID TEST: BMC କମିଶନର

ଭୁବନେଶ୍ୱର: ରାଜଧାନୀରେ ଲକଡାଉନର ସୁଫଳ ଦେଖିବାକୁ ମିଳୁଛି । ପଜିଟିଭ ରେଟ ଖସି ଆସିଛି । ଏବେ ବି କିଛି ଲୋକ ଅଛନ୍ତି ନିୟମକୁ ଅକ୍ଷର ସହ ପାଳନ କରୁନାହାନ୍ତି । ନମାନିଲେ ସେମାନଙ୍କ ବିରୋଧରେ ଗ୍ରହଣ କରାଯିବ କଠୋର କାର୍ଯ୍ୟାନୁଷ୍ଠାନ। ଏଣିକି ରାଜଧାନୀରେ ଗହଳି ଅଞ୍ଚଳରେ କରାଯିବ COVID TEST । ମୋବାଇଲ ଭ୍ୟାନ ଯାଇ ସେଠାରେ କରାଯିବ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ । ଗହଳି ଅଞ୍ଚଳ ବିଶେଷ କରି ମାର୍କେଟ ଅଞ୍ଚଳରେ। ପୂର୍ବରୁ ଯେଉଁ ମାର୍କେଟ ଅଞ୍ଚଳରେ ଟେଷ୍ଟ କରାଯାଉଥିଲା ତାହା ମଧ୍ୟ ଜାରି ରଖାଯିବ। ମାଛ ପରିବା ମାର୍କେଟରେ ସାମୁହିକ ଭାବରେ ଟେଷ୍ଟ କରାଯିବ ସହ ସମସ୍ତେ ସହଯୋଗ କରନ୍ତୁ ବୋଲି କହିଛନ୍ତି ବିଏମସି କମିଶନର।

ଅନ୍ୟପଟେ ରାଜଧାନୀରେ ପାଖାପାଖି କୋଭିଡ ହସ୍ପିଟାଲରେ 2000ରୁ ଉର୍ଦ୍ଧ୍ୱ ବେଡ଼ ଖାଲି ରହିଥିବା ବେଳେ 75 ପ୍ରତିଶତ ଖାଲି ରହିଛି ଆଇସିୟୁ ଭେଣ୍ଟଲେଟର ବେଡ଼। ରାଜଧାନୀରେ ବେଡ଼ ପାଇଁ କମିଛି ପ୍ରେସର । ରାଜଧାନୀରେ ସମସ୍ତ ହସ୍ପିଟାଲ ପାଇଁ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ହସ୍ପିଟାଲକୁ ଅକ୍ସିଜେନ ସିଲିଣ୍ଡର ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ଯେଭଳି ଅକ୍ସିଜେନ କମି ନହେବ ସେଥିପ୍ରତି ଧ୍ୟାନ ଦିଆଯାଉଛି । ରାଜ୍ୟ ସରକାର 100ଟି ଅକ୍ସିଜେନ ଯୋଗାଇ ଦେଇଛନ୍ତି । ଯେଉଁ ଲୋକମାନଙ୍କ ଅକ୍ସିଜେନ ଆବଶ୍ୟକତା ପଡୁଛି ସେମାନେ ଏକ ଆପ୍ସ ମାଧ୍ୟମରେ ବୁକ କରିପାରିବେ। ଯାହା ଫଳରେ ଘରେ ମଧ୍ୟ ଅକ୍ସିଜେନ ପହଞ୍ଚାଇବାରେ ସାହାଯ୍ୟ କରିବ BMC ।

ରାଜଧାନୀରେ ଦୈନିକ 4 ହଜାରରୁ ଅଧିକ ଟେଷ୍ଟ କରିଛୁ । ଯେଉଁମାନେ 60ରୁ ଅଧିକ ବୟସ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳା ଅଛନ୍ତି ସେମାନେ 1929 ମାଧ୍ୟମରେ ବୁକିଙ୍ଗ କଲେ BMC ଘରେ ଯାଇ ଟେଷ୍ଟ କରାଯିବ। ସେହିଭଳି ଭାବରେ 45 ବର୍ଷର ଭିନ୍ନକ୍ଷମ ଯିଏ ଟେଷ୍ଟ କେଦ୍ର କୁ ଆସିପାରୁନାହାନ୍ତି ସେମାନଙ୍କ ପକ୍ଷରେ ମଧ୍ୟ ଏଭଳି ସୁବିଧା ଉପଲବ୍ଧ କରାଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.