ଭୁବନେଶ୍ବର: ଆସନ୍ତା 12 ତାରିଖରେ ବସିବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଏନେଇ ପୁଣି ଥରେ ଆରମ୍ଭ ହୋଇଛି କୋଭିଡ ପରୀକ୍ଷା । ଏନେଇ ବିଧାନସଭା ପରିସରରେ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା।
ଗୃହରେ ଉପସ୍ଥିତ ହେବାକୁ ଥିବା ବିଧାୟକ ଓ ମନ୍ତ୍ରୀଙ୍କ ସମେତ ବିଧାନସଭାର କର୍ମଚାରୀ ଓ ସାମ୍ବାଦିକଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଉଛି । ଦୁଇ ଘଣ୍ଟା ମଧ୍ୟରେ ରିପୋର୍ଟ ଆସିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନଙ୍କୁ ବିଧାନସଭାକୁ ଅନୁମତି ଦିଆଯିବ ।
ସୂଚନାଯୋଗ୍ୟ, ଫେବୃୟାରୀ 18 ତାରିଖରୁ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । କୋଭିଡକୁ ଏଥର ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା । ଫେବୃୟାରୀ 18ରୁ 28 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଚାଲିଥିଲା । ଆସନ୍ତା 12ରୁ ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ