ETV Bharat / city

ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି, ଗବେଷଣା କରିବ RMRC

author img

By

Published : Oct 11, 2022, 9:52 PM IST

ବର୍ଜ୍ୟ ଜଳରୁ କୋଭିଡ ସ୍ଥିତି ଜାଣିବା ନେଇ ରାଜ୍ୟରେ ଗବେଷଣା କରିବ ଆରଏମଆରସି । ଏନେଇ ସୂଚନା ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି
ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି

ଭୁବନେଶ୍ବର: ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି । କଣ ରହିଛି ସ୍ଥିତି, ସଂକ୍ରମଣ ବଢିବାର ଆଶଙ୍କା ଅଛି ନା ନାହିଁ ସେ ବାବଦରେ ମଧ୍ୟ ଜାଣିହେବ। ରାଜ୍ୟ ସରକାରଙ୍କ ସହଯୋଗରେ ଏନେଇ ଗବେଷଣା କରିବ ଆରଏମଆରସି(RMRC)। ଆଇସିଏମଆର(ICMR) ପରାମର୍ଶରେ ବିଭିନ୍ନ ରାଜ୍ୟରେ ଏହି ଗବେଷଣା ହେବାକୁ ଥିବା ବେଳେ ଓଡ଼ିଶାରେ ବି ବର୍ଜ୍ୟ ଜଳକୁ ନେଇ ଗବେଷଣା ହେବ। ଏନେଇ ସୂଚନା ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି

ସେ କହିଛନ୍ତି, "ଆରଟିପିସିଆର(RTPCR) ଟେଷ୍ଟ ଭଳି ଏହି ସାମ୍ପୁଲ ଟେଷ୍ଟ କରାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ ଓ ପୁରୀରେ ଏହି ଗବେଷଣା ଆରମ୍ଭ ହେବ । କେବଳ କୋଭିଡ ନୁହେଁ, ଜଳବାହିତ ରୋଗ କଲେରା, ଜଣ୍ଡିସ ପରି ଅନ୍ୟ ରୋଗ ବାବଦରେ ବି ଏହି ଗବେଷଣାରୁ ତଥ୍ୟ ମିଳିବ । ଆଗୁଆ ତଥ୍ୟ ମିଳିପାରିଲେ ପ୍ରତିକାର କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।" ତେବେ ଆରଏମଆରସି କେବେ ଏହା ଉପରେ ଗବେଷଣା ଆରମ୍ଭ କରିବ ସନେଇ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।

ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି

ଏହା ମଧ୍ୟ ପଢନ୍ତୁ-ଧାମନଗର ଲଢେଇ: ଆଗରେ ବିଜେପିର ସୂର୍ଯ୍ୟବଂଶୀ, କଂଗ୍ରେସ ବିଜେଡ଼ି ଏଯାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି
ଏପଟେ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି, "ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ସେକ୍ରେଟେରୀଙ୍କ ଅଧ୍ୟକ୍ଷତାରେ ଏହି ଗବେଷଣା ନେଇ ଦୁଇରୁ ତିନି ଥର ବୈଠକ ହୋଇସାରିଛି । ଯଦିଓ ଧୀରେଧୀରେ କୋରୋନା ମହାମାରୀର ପ୍ରଭାବ କମି ଆସିଲାଣି ତଥାପି ଆମକୁ ସବୁବେଳେ ସବୁ ସମୟରେ ସଚେତନ ଓ ସତର୍କ ରହିବାକୁ ପଡ଼ିବ। ପ୍ରଥମେ ଆମେ ପାଟିରୁ ଶ୍ୱାବ୍‌ ନେଉଥିଲେ । ବର୍ତ୍ତମାନ ବର୍ଜ୍ୟବସ୍ତୁ ମାଧ୍ୟମରେ ଟେଷ୍ଟ କରି ଷ୍ଟଡି କରାଯାଉଛି। ଯାହା ଫଳରେ କେବଳ କୋଭିଡ ନୁହେଁ ଅନ୍ୟାନ୍ୟ ରୋଗ ତଥା ଜଳ ବାହିତ ରୋଗ ବିଷୟରେ ମଧ୍ୟ ଜାଣିହେବ। ଏଥି ଅନୁସନ୍ଧାନ ପାଇଁ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ମଧ୍ୟ ଓଡ଼ିଶାର ଗୋଟିଏ ଗୋଟିଏ ସହର ସମେତ ପୁରୀକୁ ମଧ୍ୟ ସାମିଲ କରାଯାଇଛି ।"

ତେବେ ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ଭଲ ରହିଛି, ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମ୍‌ ରହିଥିବାରୁ ଏହା ଲୋକଙ୍କୁ ଆସ୍ବସ୍ତି ଦେଇଛି । ବର୍ଜ୍ୟବସ୍ତୁ, ଦୂଷିତ ଜଳରୁ କୋଭିଡ ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପ୍ରତ୍ୟେକ ରାଜ୍ୟରେ ଗବେଷଣା କରିବା ପାଇଁ ICMR ପରାମର୍ଶ ଦେଇଥିଲା । ବିଭିନ୍ନ ରାଜ୍ୟରେ ଏହି ଗବେଷଣା ହେବାକୁ ଥିବା ବେଳେ ଓଡ଼ିଶାରେ ବି ଆରମ୍ଭ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.