ETV Bharat / city

ଟିକା ନେବା ଦ୍ବାରା ସଂକ୍ରମଣର ଭୟାବହତା କମୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : May 11, 2021, 1:43 PM IST

ଟିକା ନେବା ପରେ ସଂକ୍ରମଣର ଭୟାବହତା କମ ରହୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ...

ଟିକା ନେବା ଦ୍ବାରା ସଂକ୍ରମଣର ଭୟାବହତା କମୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଟିକା ନେବା ଦ୍ବାରା ସଂକ୍ରମଣର ଭୟାବହତା କମୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ରାଜ୍ୟରେ ଆଜି(ମଙ୍ଗଳବାର) ସମସ୍ତ ଜିଲ୍ଲାରେ ଚାଲିଛି ଟୀକାକରଣ । କୋରୋନା ମହାମାରୀରୁ ରକ୍ଷା ପାଇଁ ଟିକା ନେବା ନିହାତି ଆବଶ୍ୟକ ରହିଛି । କାରଣ ଟିକା ଦ୍ବାରା 2ଟି ଲାଭ ହେଉଛି । ଟିକା ନେବା ଫଳରେ ଅଧିକାଂଶ ସଂକ୍ରମିତ ହେଉନଥିବା ସହିତ ଟିକା ନେବା ପରେ ମହାମାରୀର ଭୟାବହତା କମ ରହୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ବର୍ତ୍ତମାନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଟିକାର ସପ୍ଲାଏ ବହୁତ କମ ଅଛି । ଏଣୁ ରାଜ୍ୟ ଚାହିଦା ମୁତାବକ ଟିକା ପାଇପାରୁନାହିଁ । ଗ୍ଲୋବାଲ ଟେଣ୍ଡର କରାଗଲେ ରାଜ୍ୟ ଅଧିକ କମ୍ପାନୀ ପାଇବ, ମୂଲ୍ୟ ମଧ୍ୟ କମ ପଡିପାରେ ଫଳରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ରହିପାରିବ ବୋଲି ବିଜୟ କହିଛନ୍ତି । ଗ୍ଲୋବାଲ ଟେଣ୍ଡର ପାଇଁ ଦୁଇଟି କମିଟି ଗଠନ କରାଯାଇଛି । ଖୁବଶୀଘ୍ର ବୈଠକ ବସି ମୋଡାଲିଟି ସ୍ଥିର କରାଯିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

କୋରୋନା ମହାମାରୀକୁ ରୋକିବା ପାଇଁ ଦେଶ ସମେତ ରାଜ୍ୟରେ ଚାଲିଛି ଟୀକାକରଣ । ବର୍ତ୍ତମାନ ରାଜ୍ୟରେ 18ବର୍ଷ ବୟସୁର ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯିବା ସହିତ 45 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଉଛି । 14 ଦିନିଆ ଲକଡାଉନ ରାଜ୍ୟରେ ଜାରି ରହିଥିଲେ ମଧ୍ୟ ଟୀକାକରଣ ମଧ୍ୟ କରାଯାଉଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.