ETV Bharat / city

ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ, ପଢାଉଛନ୍ତି ନୈତିକତାର ପାଠ - ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ

ଗୋଟିଏ ପଟେ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ କୋଭିଡ୍ ନିୟମ ମାନିବା ପାଇଁ କଟକଣା ଜାରି କରୁଥିବା ବେଳେ ରାଜ୍ୟର ଅନେକ ଶାସକ ଓ ବିରୋଧୀ ଦଳର ନେତା ମାନେ କୋଭିଡ୍ ନିୟମ କୁ‘ କରୁଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଅଧିକ ପଢନ୍ତୁ...

Covid Norms ViolationCovid Norms Violation bjp-bjd leader bjp-bjd leader
Covid Norms Violation bjp-bjd leader
author img

By

Published : Oct 10, 2020, 10:11 PM IST

ଭୁବନେଶ୍ବରରୁ: ଗୋଟିଏ ପଟେ ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ କୋଭିଡ୍ ନିୟମ ମାନିବା ପାଇଁ କଟକଣା ଜାରି କରୁଥିବା ବେଳେ ରାଜ୍ୟର ଅନେକ ଶାସକ ଓ ବିରୋଧୀ ଦଳର ନେତା ମାନେ କୋଭିଡ୍ ନିୟମକୁ ଫୁ’ କରି ଦେଉଛନ୍ତି । ଥରେ ନୁହେଁ କି ଦୁଇଥର ନୁହେଁ ଭୁବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ ବାରମ୍ବାର କୋଭିଡ୍ ଆଇନକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆସୁଛି । ଏପରିକି ସାସଂଦ ଫାଇନ ମଧ୍ୟ ଦେଇଛନ୍ତି, ଥାନାରେ ମଧ୍ୟ ମାମଲା ହୋଇଛି । ତାପରେ ବି ସାସଂଦ ତାଙ୍କର ଜନ୍ମ ଦିନରେ ପୁଣିଥରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରିଛନ୍ତି । ସେପଟେ ଶନିବାର ତାଙ୍କ ଅଫିସ କୁ ବିଏମସି ପକ୍ଷରୁ ସିଲ୍ କରାଯାଇଥିବା ବେଳେ କୋଭିଡ୍ ଓ୍ଵାରିଅର ମାନେ ସାସଂଦ ଅପରାଜିତାଙ୍କ ବିରୋଧରେ ଡିସିପି ଅଫିସରେ ଅଭିଯୋଗ କରିଛନ୍ତି ।

ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ, ପଢାଉଛନ୍ତି ନୈତିକତା ପାଠ
ସେପଟେ ବିଜେଡି ବିଧାୟକ ଉମା ସାମନ୍ତରାୟ ଓ ମନ୍ତ୍ରୀ ସମୀର ରଞ୍ଜନ ଦାସ କୋଭିଡ୍ ପଜେଟିଭ୍ ଥାଇ ମଧ୍ୟ ସେ ସ୍ଵର୍ଗତ ପ୍ରଦୀପ ମହାରଥୀଙ୍କ ଶେଷଯାତ୍ରାରେ ସାମିଲ ହେବା ନେଇ ବିବାଦରେ ଫସିଛନ୍ତି । ଏନେଇ ଆଜି ତାଙ୍କ ନାମରେ ମଧ୍ୟ ଖାରବେଳ ନଗର ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ସେପଟେ ଉମା ସାମନ୍ତରାୟ ନିଜ ଦୋଷ ସ୍ଵୀକାର କରିବା ସହ କ୍ଷମା ମାଗିଛନ୍ତି । ଏହାକୁ ନେଇ ତିନି ପ୍ରମୁଖ ଦଳ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ, କୋଭିଡ୍ ନିୟମ ସେ କାହିଁକି ମାନୁନାହାନ୍ତି ତାଙ୍କୁ ପଚାରିଲେ ଭଲ ହେବ । ସେ ବାରମ୍ବାର କୋଭିଡ୍ ନିୟମ ଉଲ୍ଲଙ୍ଘନ କରୁଛନ୍ତି । ଅନେକ ସମୟରେ ନିତି ନିୟମ କଥା କୁହନ୍ତି ଅପରାଜିତା । ସମସ୍ତେ କୋଭିଡ୍ ନିୟମ ମାନିବା ଉଚିତ ବୋଲି କହିଛନ୍ତି ପ୍ରତାପ । ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ, ଆଇନ ଅନୁଯାୟୀ ଦଣ୍ଡ ଅନୁସାରେ ଦଣ୍ଡ ହେବା ଉଚିତ, ଯଦି ସେମାନଙ୍କ ଭିତରୁ କାହାର କୋଭିଡରେ ମୃତ୍ୟୁ ହୁଏ, ଏହି ମୃତ୍ୟୁ ପାଇଁ ଅପରାଜିତାଙ୍କ ବିରୋଧରେ ୩୦୨ ଦଫା ଲଗାଇବା ଉଚିତ । ଏହାସହ କଂଗ୍ରେସ ପାଇଁ ଗୋଟିଏ ନିୟମ ବିଜେଡି ବିଜେପି ଆଉ ଗୋଟିଏ ନିୟମ କରିଛନ୍ତି । ଯେତେବେଳେ କଂଗ୍ରେସ ପ୍ରତିବାଦ କରିଥିଲା ରାଜଭବନ ସମ୍ମୁଖରେ ପ୍ରତିବାଦ ସମୟରେ ୫୦୦ ଲେଖାଏଁ ଫାଇନ ଆଦାୟ ହୋଇଥିଲା । ଏହାସହ ଶାସକ ଦଳର ନେତା ମନ୍ତ୍ରୀ ଓ ସାସଂଦ ମାନେ ଉଲ୍ଲଙ୍ଘନ କରୁଛନ୍ତି ତାଙ୍କ ବିରୋଧରେ କୈଣସି କାର୍ଯ୍ୟାନୁଷ୍ଠାନ ହେଉନାହି । ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଲାଗୁ କରନ୍ତୁ ବୋଲି କହିଛନ୍ତି ସାଲୁଜା ।

ସେପଟେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ନିୟମ ସମସ୍ତେ ମାନିବା ଉଚିତ, ଜନ ପ୍ରତିନିଧି ମାନେ ଆଇନ ମାନିଲେ ଜନତା ମାନେ ମାନିବେ, ଏହାସହ ସେ ସମସ୍ତ ରାଜନୈତିକ ଦଳଙ୍କୁ କୋଭିଡ୍ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.