ଭୁବନେଶ୍ବର: ରାଜ୍ୟରେ ପାର୍ବଣ ଋତୁ ନେଇ ଜାରି ହେଲା ଗାଇଡ ଲାଇନ । ଅଗଷ୍ଟରୁ ନଭେମ୍ବର ଯାଏଁ ହେବାକୁ ଥିବା ପର୍ବ ପାଇଁ ଆସିଲା ଗାଇଡଲାଇନ । ବିନା ଭକ୍ତରେ କେବଳ ରୀତିନୀତି ପାଇଁ ପାଳନ ହେବ ପର୍ବ । ଏନେଇ ସ୍ବତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ ।
ଆରମ୍ଭ ହୋଇଛି ପାର୍ବଣ ଋତୁ । ଯାହାକୁ ନେଇ ସତର୍କ ହେଲେ ରାଜ୍ୟ ସରକାର । ପାର୍ବଣ ୠତୁକୁ ଦୃଷ୍ଟିରେ ରଖି ଜାରି ହୋଇଛି ଗାଇଡଲାଇନ । ବିନା ଭକ୍ତରେ କେବଳ ରୀତିନୀତିରେ ପାଳନ ହେବ ସାମୂହିକ ପୂଜା ପାର୍ବଣ । ପର୍ବପର୍ବାଣୀରେ ଠାକୁରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ସ୍କୁଲରେ କମ ସଂଖ୍ୟକ ପିଲାଙ୍କୁ ନେଇ ପୂଜା ହେବ ବୋଲି ଗାଇଡ ଲାଇନ ଜାରି ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ