ETV Bharat / city

ଜେଲରେ ସଂକ୍ରମଣ: ଗଲାଣି 2 ମୁଣ୍ଡ, ପ୍ରସ୍ତୁତ ହେଲା କୋଭିଡ କେୟାର ସେଣ୍ଟର - jail covid center

ଭୟଙ୍କର ରୂପ ନେଇଛି ମହାମାରୀ କୋରୋନା ଭାଇରସ ସଂକ୍ରମଣ । କୋଭିଡ-19 ଭାଇରସ ସଂକ୍ରମଣରୁ ଜେଲ କଏଦୀ ମଧ୍ୟ ବାଦ ପଡ଼ିନାହାନ୍ତି । ରାଜ୍ୟର ପାଟଣାଗଡ଼ ଜେଲ, ଉଦଳା ଓ ଝାରପଡ଼ା ସହ ଅନ୍ୟ ଜେଲରେ ଅଧିକାଂଶ କୋରୋନା ସଂକ୍ରମିତ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଅଧିକ ପଢ଼ନ୍ତୁ...

ଜେଲ୍ ଭିତରେ କୋରୋନା ସଂକ୍ରମଣ, ପ୍ରସ୍ତୁତ ହେଲା କୋଭିଡ କେୟାର ସେଣ୍ଟର

author img

By

Published : May 13, 2021, 8:09 PM IST

Updated : May 14, 2021, 9:09 PM IST

ଭୁବନେଶ୍ବର: ଭୟଙ୍କର ରୂପ ନେଇଛି ମହାମାରୀ କୋରୋନା ଭାଇରସ ସଂକ୍ରମଣ । କୋଭିଡ 19 ଭାଇରସ ସଂକ୍ରମଣରୁ ଜେଲ କଏଦୀ ମଧ୍ୟ ବାଦ ପଡ଼ିନାହାନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣ କଏଦୀଙ୍କ ମୁଣ୍ଡ ନେଇ ସାରିଥିବା ବେଳେ 100ରୁ ଅଧିକ ସଂକ୍ରମିତ ହୋଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ତ୍ତମାନ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି ଜେଲ କର୍ତ୍ତୃପକ୍ଷ । ତେବେ ରାଜ୍ୟର ୮୭ଟି ଜେଲରୁ ୪୪୯ ଜଣ କଏଦିଙ୍କୁ ପାରୋଲରେ ଛାଡ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜେଲରେ ସଂକ୍ରମଣ: ଗଲାଣି 2 ମୁଣ୍ଡ, ପ୍ରସ୍ତୁତ ହେଲା କୋଭିଡ କେୟାର ସେଣ୍ଟର

ରାଜ୍ୟର ପାଟଣାଗଡ଼ ଜେଲ, ଉଦଳା ଓ ଝାରପଡ଼ା ସହ ଅନ୍ୟ ଜେଲରେ ଅଧିକାଂଶ କୋରୋନା ସଂକ୍ରମିତ କଏଦୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏହାକୁ ଦ୍ରୁଷ୍ଟିରେ ରଖି 20 ହଜାର 25ଜଣ କଏଦୀଙ୍କ ମଧ୍ୟରୁ 2 ହଜାର କଏଦୀଙ୍କୁ ଛାଡ଼ାଯିବାକୁ ଯୋଜନା କରାଯାଉଛି । ସେପଟେ 4 ହଜାର କଏଦୀଙ୍କୁ ଦଣ୍ଡବିଧାନ ହୋଇଥିବା ବେଳେ ହୋଇଥିବା ବେଳେ 16 ହଜାର କଏଦୀ ବିଚାରଧିନ ରହିଛନ୍ତି ।

ସେପଟେ ବ୍ରହ୍ମପୁର ଜେଲରେ କୋରୋନା ସଂକ୍ରମିତ କଏଦୀଙ୍କ ପାଇଁ ଆରମ୍ଭ ହୋଇଛି କୋଭିଡ଼ କେୟାର ସେଣ୍ଟର । ସେହିଭଳି ଅନେକ ଜେଲରେ କୋଭିଡ ଆକ୍ରାନ୍ତ କଏଦୀଙ୍କୁ ପୃଥକବାସରେ ରଖାଯାଉଛି । ସେହିସବୁ ସ୍ଥାନକୁ ନିୟମିତ ସାନିଟାଇଜ କରାଯାଉଥିବେ ବେଳେ ମାସ୍କ ବ୍ୟବହାର ପ୍ରତି ଧ୍ୟାନ ଦିଆଯାଉଛି । ତା ସାଙ୍ଗକୁ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଯାଞ୍ଚ କରାଯାଉଛି । ବାହାରୁ ଆସୁଥିବା ଅଭିଯୁକ୍ତଙ୍କ କୋରୋନା ରିପୋର୍ଟ ନେଗେଟିଭ ଥିଲେ ହିଁ ଜେଲରେ ରହିବାକୁ ଅନୁମତି ମିଳୁଛି । କୋଭିଡ ପଜିଟିଭ ଥିଲେ କୋଭିଡ ସେଣ୍ଟରରେ ଚିକିତ୍ସା କରାଯାଉଛି ।

ବର୍ତ୍ତମାନ ସୁଦ୍ଧା ପାଟଣାଗଡ଼ରେ ଜଣେ ଓ ବୌଦ୍ଧ ଜେଲରେ ଜଣେ କଏଦୀ କୋରୋନା ସଂକ୍ରମିତ ହୋଇ ମୃତ୍ୟୁମୁଖରେ ପଡ଼ିଛନ୍ତି । ତେବେ ଏଭଳି ସ୍ଥିତିରେ ଅପରାଧିକ ମାନସିକତା ଥିବା ଅଭିଯୁକ୍ତ କିଭଳି ରହୁଛନ୍ତି ଓ ଅଧିକ ସେଲ ନଥିବା ଜେଲରେ କିଭଳି ପୃଥକବାସ ବ୍ୟବସ୍ଥା କିଭଳି ରହିଛି ତାହା ଦେଖିବା ଗୁରୁତ୍ବପୂର୍ଣ୍ଣ ।

କୋରୋନା ସଂକ୍ରମଣ ଯୋଗୁଁ ଅନେକ ଜେଲରେ କଏଦୀଙ୍କ ସଂଖ୍ୟା କମାଇବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାସହ ଜେଲ ମଧ୍ୟରେ କୋଭିଡ କେୟାର ସେଣ୍ଟର ଆରମ୍ଭ କରିବାକୁ ନିର୍ଦ୍ଦେଶ ମଧ୍ୟ ରହିଥିଲା । ବିଚାରଧିନ କଏଦୀଙ୍କୁ ପାରୋଲରେ ଛଡ଼ା ଯାଇ ପାରିବ ବୋଲି ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : May 14, 2021, 9:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.