ETV Bharat / city

ରାଜ୍ୟରେ ବନ୍ଦ ହେବ COVID CARE CENTRE - vaccine finished within 2 days

ରାଜ୍ୟରେ ଆଉ ଦୁଇ ଦିନ ମଧ୍ୟରେ ସରିଯିବ covid ଟିକା । ଏଣୁ ଆହୁରି ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଥିବା ସୂଚନା । ଅନ୍ୟପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ଦ ହେଲା covid care centre । ସେପଟେ ଅଗଷ୍ଟ ଶେଷ ସୁଦ୍ଧା ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟ ଶେଷ ହେବା ନେଇ ସୂଚନା ଦେଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ...

'ରାଜ୍ୟରେ 2 ଦିନ ମଧ୍ୟରେ ସରିଯିବ ଟିକା'
'ରାଜ୍ୟରେ 2 ଦିନ ମଧ୍ୟରେ ସରିଯିବ ଟିକା'
author img

By

Published : Jul 6, 2021, 5:22 PM IST

ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ଜାରି ରହିଛି । ହେଲେ ବର୍ତ୍ତମାନ ରାଜ୍ୟରେ କେବଳ 6 ଲକ୍ଷ ଟିକା ଅଛି । ଯାହାକି ଆସନ୍ତା ଦୁଇ ଦିନ ମଧ୍ୟରେ ସରିଯିବ । ଏଣୁ ଖୁବଶୀଘ୍ର ଓଡିଶାକୁ ଟିକା ଯୋଗାଣ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଥିବା ସୂଚନା ଦେଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସୋମବାର 4 ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇ ଓଡିଶା ରେକର୍ଡ କରିଛି । ତେବେ ବର୍ତ୍ତମାନ ସୁଦ୍ଧା 28 ଲକ୍ଷ ଲୋକ ଦ୍ବିତୀୟ ଡୋଜ ପାଇଁ ଅପେକ୍ଷାରତ । ରାଜ୍ୟର ଦୈନିକ ଟୀକାକରଣ କ୍ଷମତା 5 ଲକ୍ଷ ରହିଥିବାବେଳେ ଟିକା ଅଭାବ ପାଇଁ ତାହା ସମ୍ଭବପର ହେଉନାହିଁ କହିଛନ୍ତି ପ୍ରଦୀପ୍ତ ମହାପାତ୍ର ।

ରାଜ୍ୟରେ ବନ୍ଦ ହେବ covid care centre

ଅନ୍ୟପଟେ ରାଜ୍ୟର ଅଧିକାଂଶ ସ୍ଥାନରେ ଜୁଲାଇ 1 ରୁ covid care centre ବନ୍ଦ କରାଯିବାକୁ ଜିଲ୍ଲାପାଳ ଏବଂ muncipal କମିଶନଙ୍କୁ ନିର୍ଦ୍ଦେଶ ରହିଛି । ତେବେ ଏହି ପ୍ରସଙ୍ଗରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ସେସବୁ ଅଞ୍ଚଳରେ ସାମୟିକ ଭାବେ covid care centre ବନ୍ଦ କରାଯାଇଛି । ଯେହେତୁ ସେଠାରେ covid ରୋଗୀ ନାହାନ୍ତି ତେଣୁ ଏହି ନିଷ୍ପତ୍ତି ନିଆଯାଇଛି । ଯଦି ତୃତୀୟ ଲହର ଆଶଙ୍କା ଦେଖାଯିବ, ତେବେ ପୁନର୍ବାର ସେହି ସବୁ centreକୁ ପ୍ରତ୍ୟେକ ସମୟରେ ଖୋଲାଯିବ । ହେଲେ ଯେଉଁ ଅଞ୍ଚଳରେ କୋରୋନା ରୋଗୀ ଅଛନ୍ତି, ସେଠାରେ ଶେଷ ରୋଗୀ ଜଣକ ଚିକିତ୍ସିତ ହୋଇ ଡିସଚାର୍ଜ ହେବା ଯାଏଁ ସେଠାକାର covid care centre ଖୋଲା ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଆହୁରିମଧ୍ୟ, ରାଜ୍ୟର ବିଭିନ୍ନ ସ୍ଥାନରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଉଛି । ଅଗଷ୍ଟ ମାସ ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ଏହି ପ୍ଲାଣ୍ଟ ପାଇଁ ମେଡିକାଲ gas supply ଏବଂ electricity connetion ପାଇଁ କାମ ଚାଲିଛି । ସେହିପରି ଦୁଇ ସଂସ୍ଥା ପକ୍ଷରୁ ରାଜ୍ୟକୁ ଅକ୍ସିଜେନ ସିଲିଣ୍ଡର, ଅକ୍ସିଜେନ concentrator, ICU ବେଡ୍ ଆଦି ବିଭିନ୍ନ କୋରୋନା ଚିକିତ୍ସା ଉପକରଣ ପ୍ରଦାନ କରାଯାଇଛି । ଯାହା ରାଜ୍ୟରେ ତୃତୀୟ ଲହର ମୁକାବିଲା ପାଇଁ ସହାୟକ ହେବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.