ETV Bharat / city

ସବୁ ଜିଲ୍ଲାରେ ଖୋଲିବ କୋଭିଡ-19 ହସ୍ପିଟାଲ - ଲୋକସେବା ଭବନରେ covid 19 ମନ୍ତ୍ରିସ୍ତରୀୟ ବୈଠକ

ବୁର୍ଲା , ଆଇଜିଏଚ, ବ୍ରହ୍ମପୁରର ଏମକେସିଜି ଓ ରାୟଗଡାରେ ଖୋଲାଯିବ କୋଭିଡ-19 ହସପିଟାଲ । ସେପଟେ, ଅଙ୍ଗନବାଡିରେ ପଢୁଥିବା ପିଲାମାନଙ୍କ ଘରେ ଖାଦ୍ୟ ପହଞ୍ଚାଇବେ ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ.....

Covid-19 Hospital will open in all districts
ସବୁ ଜିଲ୍ଲାରେ ଖୋଲିବ କୋଭିଡ୍ 19 ହସ୍ପିଟାଲ
author img

By

Published : Apr 3, 2020, 2:53 PM IST

Updated : Apr 4, 2020, 1:28 PM IST

ଭୁବନେଶ୍ବର: ଲୋକସେବା ଭବନରେ Covid 19କୁ ନେଇ ମନ୍ତ୍ରୀ ସ୍ତରୀୟ ବୈଠକ ଚାଲିଛି । ବୈଠକରେ କୋରୋନା ମୁକାବିଲା ପାଇଁ ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ଆଲୋଚନା ହୋଇଛି । ବିଶେଷ କରି ସ୍ଵାସ୍ଥ୍ୟ ବିଭାଗରେ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଆବଶ୍ୟକ ହେଉଥିବା ଗ୍ଲୋବ୍ସ, ମାସ୍କ ଭଳି ଜିନିଷ ମହଜୁଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ରାଜ୍ୟରେ ଆରଏମସି ,ଏମସ ,ଏସିବିରେ କୋରୋନା ଟେଷ୍ଟ ହେଇ ପାରୁଛି । ପ୍ରଥମ ପର୍ଯ୍ୟାୟରେ ,ବୁର୍ଲା ଓ ରାଉରକେଲାର ଆଇଜିଏଚ, ବ୍ରହ୍ମପୁରର ଏମକେସିଜି ଓ ରାୟଗଡାରେ କୋଭିଡ -19 ହସ୍ପିଟାଲ ଖୋଲାଯିବ ।

ସବୁ ଜିଲ୍ଲାରେ ଖୋଲିବ କୋଭିଡ-19 ହସ୍ପିଟାଲ

ରାଉରକେଲାର ହାଇଟେକ୍ ମେଡିକାଲରେ ମଧ୍ୟ ୧୦୦ ବେଡ୍ ବିଶିଷ୍ଟରେ ମେଡିକାଲ ଖୋଲାଯିବା ସହ ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅଙ୍ଗନବାଡିରେ ପଢୁଥିବା ପିଲାମାନଙ୍କ ଘରେ ଖାଦ୍ୟ ପହଞ୍ଚିବା ପାଇଁ ପହଞ୍ଚାଇବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଖାଦ୍ୟ ୩୦ ଏପ୍ରିଲ ପର୍ଯ୍ୟନ୍ତ ଅଙ୍ଗନବାଡି କର୍ମୀମାନେ ପହଞ୍ଚାଇବେ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ନଗର ଉନୟନ ପ୍ରତାପ ଜେନା, ମହିଳା ଓ ଶିଶୁକଲ୍ୟାଣ ବିକାଶମନ୍ତ୍ରୀ ଟୁକୁନି ସାହୁ, ରାଜସ୍ବ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Apr 4, 2020, 1:28 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.