ETV Bharat / city

ଦୁଇ ହଜାରରେ ସ୍ଥିର ସଂକ୍ରମଣ, Twin City ସ୍ଥିତି ଚିନ୍ତାଜନକ - କୋରୋନା ସଂକ୍ରମଣ

ବର୍ତ୍ତମାନ ରାଜ୍ୟରେ ମହାମାରୀ ଦାଉ ନିୟନ୍ତ୍ରଣାଧୀନ ରହିଛି । ହେଲେ କଟକ ଓ ଭୁବନେଶ୍ବରରେ ସଂକ୍ରମଣ ଥମିବାର ନାଁ ନେଉନି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି । ଅଧିକ ପଢନ୍ତୁ...

ଦୁଇ ହଜାରରେ ସ୍ଥିର ସଂକ୍ରମଣ, ଟ୍ବିନସିଟି ସ୍ଥିତି ଚିନ୍ତାଜନକ

author img

By

Published : Jul 24, 2021, 7:32 AM IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ନିୟନ୍ତ୍ରଣାଧୀନ ଅଛି ମହାମାରୀ । ଓଡିଶାରେ ସଂକ୍ରମଣ ସଂଖ୍ୟା ଦୁଇ ହଜାରରେ ସ୍ଥିର ରହୁଛି । ହେଲେ ଟ୍ବିନସିିଟିରେ ଥମିବାର ନାଁ ନେଉନି ସଂକ୍ରମଣ । ମୁଖ୍ୟତଃ କଟକ ଭୁବନେଶ୍ବର ସ୍ବାସ୍ଥ୍ୟ ହବ୍ ହୋଇଥିବା ଯୋଗୁଁ ଏଠାରେ ସହରର ଜନସଂଖ୍ୟା ଅପେକ୍ଷା ଅଧିକ ବାହାର ଲୋକେ ଯାତାୟତ କରନ୍ତି । ଫଳରେ ଟ୍ବିନସିଟିରେ ସଂକ୍ରମଣ ନିୟନ୍ତ୍ରଣକୁ ଆସୁନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ଦୁଇ ହଜାରରେ ସ୍ଥିର ସଂକ୍ରମଣ, ଟ୍ବିନସିଟି ସ୍ଥିତି ଚିନ୍ତାଜନକ
ଡିଏମଇଟି ଆହୁରିମଧ୍ୟ କହିଛନ୍ତି ଯେ ରାଜ୍ୟରେ ଏବେ ସଂକ୍ରମଣ ରାଜ୍ୟରେ ଦୁଇ ହଜାରରେ ସ୍ଥିର ରହିଛି । ଅନ୍ୟାନ୍ୟ ଦେଶରେ ମଧ୍ୟ ସଂକ୍ରମଣ ଏହି ଧାରାରେ ହ୍ରାସ ପାଉଛି । ଯାହା ଆଶା କରାଯାଉଛି ଏହା ଖୁବଶୀଘ୍ର କମିଯିବ । ରାଜ୍ୟରେ ପ୍ରଥମ ଲହର ଠାରୁ ଆରମ୍ଭ କରି ପଞ୍ଚମ ଲହର ପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ଦ୍ୱିତୀୟ ଲହରରେ ଯାହା ଦୋଷ ତ୍ରୁଟି ଥିଲା ତାହାକୁ ଆଗକୁ ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ଯଦି ଅଧିକ ଜଟିଳ ସ୍ଥିତି ଉପୁଜେ ସେନେଇ ମଧ୍ୟ ପଦକ୍ଷପ ଗ୍ରହଣ କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଣ୍ଟ୍ରାକ୍ଟ ଟ୍ରେସିଂ ଠିକ ଭାବେ ହୋଇପାରୁନାହିଁ । ଲୋକଙ୍କ ସମ୍ପୂର୍ଣ୍ଣ ଟୀକକାରଣ ପାଇଁ ଚେଷ୍ଟା କରାଯାଉଛି । ଭୁବନେଶ୍ୱରରେ ଶେଷ ପର୍ଯ୍ୟାୟରେ ଟୀକାକାରଣ ପହଞ୍ଚିଲାଣି । ତେବେ ସତର୍କତା ଅବଲମ୍ବନ କଲେ ସଂକ୍ରମଣ କମିଯିବ ବୋଲି ସେ କହିଛନ୍ତି

ଅନ୍ୟପଟେ ଟ୍ବିନ ସିଟିରେ ସଂକ୍ରମଣ ହାର ଅଧିକ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । କଟକ ଭୁବନେଶ୍ବରରେ ସଂକ୍ରମଣ ହାର ସମୁଦାୟ କେସର ୪୦ ପ୍ରତିଶତ । ଏହିଠାରେ ଜନସଂଖ୍ୟା ବହୁତ ଅଧିକ । ବହୁ ମାତ୍ରାରେ ବାହାର ଜିଲ୍ଲାର ଲୋକେ ଏହିଠାକୁ ଯାତାୟତ କରନ୍ତି । ଯାହା ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ । ସେହିପରି କିଛି ଦିନ ଧରି ରାଜ୍ୟରେ କଟକଣା କୋହଳ ପରେ ଲୋକମାନେ ନିୟମ ମାନୁନାହାନ୍ତି । ଏଥିଯୋଗୁଁ ମଧ୍ୟ ଟ୍ବିନସିଟିରେ ସଂକ୍ରମଣ ବଢୁଛି ବୋଲି କହିଛନ୍ତି ଅଜୟ ପରିଡା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.