ଭୁବନେଶ୍ବର: କୋଭିଡ-19 ମୁକାବିଲା କରିବାକୁ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଥିଲେ ସରକାର । ଏବେ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ଡାକ୍ତର, ଛାତ୍ରଛାତ୍ରୀ, ଏଏନଏମଙ୍କୁ ବି ତାଲିମ ଦେବେ ସରକାର । ଏନେଇ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ସବୁ ଜିଲ୍ଲା ଆୟୁର୍ବେଦିକ ମେଡିକାଲ ଅଫିସର ଓ ହୋମିଓପ୍ୟାଥିକ ଅଫିସରଙ୍କୁ ଚିଠି ଲେଖିଛନ୍ତି।

ବିଭିନ୍ନ ହସ୍ପିଟାଲରେ ନିୟୋଜିତ ଡାକ୍ତର, ଶେଷ ବର୍ଷ, ତୃତୀୟ ବର୍ଷର ପିଜି ଓ ୟୁଜି ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାଟେରିଆଲ ଦେବ । ପ୍ରାୟ 1620 ଜଣଙ୍କୁ ତାଲିମ ଦେବାକୁ ନିଷ୍ପତ୍ତି ହୋଇଥିବା କୁହାଯାଉଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ