ଭୁବନେଶ୍ବର: ଖୋଲିବ ନକଲି ଡାକ୍ତରର ଠକ ପେଡ଼ି । କେତ ସତ କେତେ ମିଛ କହିଛନ୍ତି ତାହା ଖୋଜିବ ପୋଲିସ । ଏଥିପାଇଁ କୋର୍ଟ ଠକ ରମେଶ ସ୍ବାଇଁର ଲାଇ ଡିଟେକ୍ସନ ପାଇଁ ଅନୁମତି ଦେଇଛନ୍ତି । ଆସନ୍ତା ବୁଧବାର ଦିନ ରମେଶ ସ୍ବାଇଁର ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟ ପୋଲିସକୁ ଅନୁମତି ଦେଇଛନ୍ତି ।
ସତମିଛର ଚିଠା କାଢ଼ିଵାକୁ ପୋଲିସ ପ୍ରସ୍ତୁତ କରିଛି ୨୦୦ ପ୍ରଶ୍ନ । ଠକ ଡାକ୍ତରର କେତୋଟି ପତ୍ନୀ ? କେତେ କୋଟି ଠକିଛନ୍ତି ଠକ ଡାକ୍ତର ? କାହା ନାଁରେ ରଖୁଥିଲେ ସମ୍ପତ୍ତି । ପରିବାର ଲୋକ ଏନେଇ ଡାକ୍ତର ସହ ଠକେଇରେ ସାମିଲ ଅଛନ୍ତି କି ନାହିଁ । ସବୁ ଠକେଇରେ ଦ୍ବିତୀୟ ପତ୍ନୀଙ୍କ ଭୂମିକା କଣ ? ଠକେଇରେ ଆଉ କାହାର ସମ୍ପୃକ୍ତି ରହିଛି ? ସବୁ ସତମିଛ ଧରିବ ପଲିଗ୍ରାଫ୍ ମେସିନ । ବୁଧବାର ପଲିଗ୍ରାଫ ଟେଷ୍ଟ ପାଇଁ ପ୍ରସ୍ତୁତ ହୋଇଛି ପୋଲିସ ।
ମେସିନ ଜରିଆରେ ରମେଶର ହାର୍ଟବିଟ୍ ଓ ପଲ୍ସ ରେଟ୍ ବ୍ଲଡ୍ ପ୍ରେସରରୁ ସେ କେତେ ସତ କହୁଛି ଓ କେତେ କହୁଛି ମିଛ । ଗତ ଫେବ୍ରୁଆରୀ ୧୪ ତାରିଖରେ ଠକ ରମେଶ ସ୍ବାଇଁକୁ ଗିରଫ କରିଥିଲା କମିଶନରେଟ ମହିଳା ଥାନା ପୋଲିସ। ପରେ ତା ନାଁରେ ବର୍ତ୍ତମାନ ସୁଦ୍ଧା ୧୫ଟି ମାମଲା ରୁଜୁ କରାଯାଇଛି । ରମେଶ ଏକାଧିକ ମହିଳାଙ୍କୁ ଠକିଥିବା କଥା ସାମ୍ନାକୁ ଆସିଥିଲା । ୩ ଥର ରିମାଣ୍ଡରେ ଆଣି ପୋଲିସ ପଚରାଉଚରା କରିବା ପରେ ବି ଡାକ୍ତର ମିଛ କହୁଥିବା ପୋଲିସ ସନ୍ଦେହ କରୁଥିଲା । ଏଥିପାଇଁ ପୋଲିସ ତାର ଲାଇ ଡିଟେକ୍ସନ ଟେଷ୍ଟ କରିବାକୁ କୋର୍ଟଙ୍କୁ ଜଣାଇଥିଲା । ପରେ ରମେଶର ପଲିଗ୍ରାଫ ଟେଷ୍ଟ କରିବାକୁ ପୋଲିସକୁ ଅନୁମତି ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ