ETV Bharat / city

UlB Polls: ଦଳୀୟ ଏଜେଣ୍ଟକୁ ଦେଖାଇ ଭୋଟ ଦେବେ କାଉନସିଲର

author img

By

Published : Apr 6, 2022, 9:37 PM IST

ପୌର ଉପାଧ୍ୟକ୍ଷ ନିର୍ବାଚନରେ ଦଳ ବଦଳ ବିରୋଧ ଆଇନ ଲାଗୁ ହେବ । ନିୟମାନୁସାରେ ଦଳୀୟ କାଉନସିଲର ନିଜ ପ୍ରାର୍ଥୀଙ୍କ ଏଜେଣ୍ଟକୁ ଦେଖାଇ ଭୋଟ ଦେବେ । ଅଧିକ ପଢ଼ନ୍ତୁ

UlB Polls: ଦଳୀୟ ଏଜେଣ୍ଟକୁ ଦେଖାଇ ଭୋଟ ଦେବେ କାଉନସିଲର
UlB Polls: ଦଳୀୟ ଏଜେଣ୍ଟକୁ ଦେଖାଇ ଭୋଟ ଦେବେ କାଉନସିଲର

ଭୁବନେଶ୍ବର: ପୌର ଉପାଧ୍ୟକ୍ଷ ନିର୍ବାଚନରେ ଦଳ ବଦଳ ବିରୋଧ ଆଇନ ଲାଗୁ ହେବ । ନିୟମାନୁସାରେ ଦଳୀୟ କାଉନସିଲର ନିଜ ପ୍ରାର୍ଥୀଙ୍କ ଏଜେଣ୍ଟକୁ ଦେଖାଇ ଭୋଟ ଦେବେ । ଉପାଧ୍ୟକ୍ଷ ପାଇଁ ୨ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍‌ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ବନ୍ଦିତାରୁ ଓହରି ଚାଲିବେ ।

ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ । ଦଳ ବଦଳ ବିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ ପ୍ରତିନିଧି ଦେଇପାରିବେ । ଏଭଳି କ୍ଷେତ୍ରରେ ଭୋଟ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟର ସେମାନଙ୍କୁ ନିଜ ଭୋଟ ଦେଖାଇ ଭୋଟ ଦେବେ ।

ଅପ୍ରେଲ ୭ ତାରିଖ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ହେବ । ସେହିଦିନ ୧୧ଟାରୁ ୧୨ଟା ମଧ୍ୟାହ୍ନ ସୁଦ୍ଧା ନାମାଙ୍କନ ପତ୍ର ଯାଞ୍ଚ ହେବ । ଏହାପରେ ଦିନ ୧ଟା ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି । ସେହିଦିନ ୧ଟା ୩୦ମିନିଟରୁ ମତଦାନ ଆରମ୍ଭ ହେବ । ମତଦାନ ପରେ ପରେ ସେହିଦିନ ଭୋଟଗଣତି ଓ ଭୋଟଗଣତି ପରେ ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.