ETV Bharat / city

ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ରାଜ୍ୟରେ ଦୁର୍ନୀତି ନିବାରଣ ପାଇଁ ଶପଥପାଠ କରାଇବା ସହ ଉଦବୋଧନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 1, 2019, 12:41 PM IST

Updated : Nov 1, 2019, 1:18 PM IST

ଭୁବନେଶ୍ବର: ରୀଜଧାନୀ ଭୁବନେଶ୍ବରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ରାଜ୍ଯସ୍ତରୀୟ ଉତ୍ସବ ଚାଲୁଅଛି । ରବୀନ୍ଦ୍ର ମଣ୍ଡପରେ ଏହି ଉତ୍ସବ ଆୟୋଜନ କରାଯାଇଛି । ଏଥିରେ ମୁଖ୍ଯମନ୍ତ୍ରୀଙ୍କ ସହ ଭିଜିଲାନସ ନିର୍ଦ୍ଦେଶକ, ପୋଲିସ ମହାନିର୍ଦ୍ଦେଶକ, ଭିଜିଲାନ୍ସ ଅଧିକାରୀ ଓ ଅନ୍ଯାନ୍ଯ ସ୍କୁଲ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି । ଏ ବର୍ଷ ଥିମ ରହିଛି ସଚ୍ଚୋଟତା ଏକ ଜୀବନଶୈଳୀ (ଇଣ୍ଟିଗ୍ରିଟି ଦ ୱେ ଅଫ ଲାଇଫ) । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଦୁର୍ନୀତି ନିବାରଣ ପାଇଁ ଶପଥପାଠ କରାଇଛନ୍ତି । ଏହାସହ ପୋଲିସ ଅଫିସର ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କାର ବାଣ୍ଟିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭିଜିଲାନ୍ସ କେସ:

ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୫୦ଟି ଭିଜିଲାନ୍ସ ସମ୍ପର୍କୀୟ ଫୋଜଦାରୀ ମାମଲାରେ ୪୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେଥି ମଧ୍ଯରୁ କ୍ଲାସ ୧ ଅଫିସର ୩୪ ଜଣ, କ୍ଲାସ ୨ ଅଫିସର ୨୪ ଜଣ, କ୍ଲାସ ୩ ଅଫିସର ୨୩୫ଜଣ, କ୍ଲାସ ୪ ୫ଜଣ, ୨୮ଜଣ ଅନ୍ଯ ସରକାରୀ ଅଫିସର ଓ ୯୨ଜଣ ବେସରକାରୀ ଅଫିସର ରହିଛନ୍ତି ।

ଚାର୍ଜସିଟ:

ସେଥିମଧ୍ଯରେ ୧୧୨ଟି କେସରେ ୧୯୨ ଜଣ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି।ଯେଉଁଥିରେ କ୍ଲାସ ୧ ଅଫିସର ୧୧ଜଣ,କ୍ଲାସ ୨ ଅଫିସର୯ଜଣ,କ୍ଲାସ ୩ ଅଫିସର ୧୨୪ଜଣ,କ୍ଲାସ ୪ ଅଫିସର ୩ଜଣ,୭ଜଣ ଅନ୍ଯ ସରକାରି ଅଫିସର ଓ ୩୮ଜଣ ବେସରକାରି ଅଫିସର ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି

ଗିରଫ:

ମାମଲା ରୁଜ୍ଜୁ ହୋଇଥିବା ଅଫିସରଙ୍କ ମଧ୍ଯରୁ ୧୫୯ଜଣ ଗିରଫ ହୋଇଛନ୍ତି । ଯେଉଁଥିରେ କ୍ଲାସ ୧ ଅଫିସର ୨୧ଜଣ, କ୍ଲାସ ୨ ଅଫିସର ୧୯ ଜଣ, କ୍ଲାସ ୩ ଅଫିସର ୧୦୩ ଜଣ, କ୍ଲାସ ୪ ଅଫିସର ୫ଜଣ, ୩ଜଣ ଅନ୍ଯ ସରକାରୀ ଅଫିସର ଓ ୮ଜଣ ବେସରକାରୀ ଅଫିସର ସାମିଲ ଅଛନ୍ତି ।

ଚାର୍ଜସିଟ ଦାଖଲ:

ବର୍ତ୍ତମାନ ପର୍ଯ୍ୟନ୍ତ ୫୯ଟି କେସରେ ଦଣ୍ଡବିଧାନ ହୋଇଛି ।ଯେଉଁଥିରେ କ୍ଲାସ ୧ ଅଫିସର ୫ଜଣ, କ୍ଲାସ ୨ ଅଫିସର ୪ଜଣ, କ୍ଲାସ ୩ ଅଫିସର ୫୩ଜଣ, କ୍ଲାସ ୪ ଅଫିସର ୨ଜଣ, ୪ଜଣ ଅନ୍ଯ ସରକାରୀ ଅଫିସର ଓ ୩ଜଣ ବେସରକାରୀ ଅଫିସର ଦୁର୍ନୀତି ସମ୍ବନ୍ଧୀୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଛନ୍ତି ।

ଚାକିରୀରୁ ବିଦା:

ଅନ୍ୟପକ୍ଷେ ୫୯ଜଣ ସରକାରୀ କର୍ମଚାରୀ ଚାକିରୀରୁ ବହିଷ୍କୃତ ହୋଇଛନ୍ତି । କ୍ଲାସ ୧ ଅଫିସର ୪ଜଣ, କ୍ଲାସ ୨ ଅଫିସର ୧୨ଜଣ ,କ୍ଲାସ ୩ ଅଫିସର ୪୨ଜଣ ଏବଂ ଜଣେ ଅନ୍ଯ ସରକାରୀ ଅଫିସର ବହିଷ୍କୃତ ହୋଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଦୁର୍ନିତି ନିବାରଣ ସଚେତନତା ସପ୍ତାହ ଅବସରରେ ରାଜ୍ଯସ୍ତରିୟ ଉତ୍ସବ । ରବିନ୍ଦ୍ର ମଣ୍ଡପରୁ ଲାଇଭ ।Body:

ମୁଖ୍ଯମନ୍ତ୍ରୀଙ୍କ ସହ ଭିଜିଲାନସ ନିର୍ଦେଶକ ,ପୋଲିସ ମହାନିର୍ଦେଶକଙ୍କ ସହ ଭିଜିଲାନସ ଅଧିକାରି ଓ ଅନ୍ଯାନ୍ଯ ସ୍କୁଲ କଲେଜର ଛାତ୍ର ଛାତ୍ରୀ ଉପସ୍ଥିତ। ଏବର୍ଷ ଥିମ ରହିଛି ସଚୋଟତା ଏକ ଜିବନଶୈଳି।ଇଣ୍ଟିଗ୍ରିଟି ଦ ୱେ ଅଫ ଲାଇଫ

ଭିଜିଲାନସ କେସ
ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୫୦ଟି ଭିଜିଲାନସ ସଂକ୍ରାନ୍ତିୟ ଫୋଜଦାରି କେସରେ ୪୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।ସେଥିମଧ୍ଯରୁ କ୍ଲାସ ୧ ଅଫିସର ୩୪ ଜଣ,କ୍ଲାସ ୨ ଅଫିସର ୨୪ ଜଣ,କ୍ଲାସ ୩ ଅଫିସର ୨୩୫ଜଣ,କ୍ଲାସ ୪ ୫ଜଣ,୨୮ଜଣ ଅନ୍ଯ ସରକାରି ଅଫିସର,୯୨ଜଣ ବେସରକାରି ଅଫିସର ରହିଛନ୍ତି।

ଚାର୍ଜସିଟ
ସେଥିମଧ୍ଯରେ ୧୧୨ଟି କେସରେ ୧୯୨ ଜଣ ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି।ଯେଉଁଥିରେ କ୍ଲାସ ୧ ଅଫିସର ୧୧ଜଣ,କ୍ଲାସ ୨ ଅଫିସର୯ଜଣ,କ୍ଲାସ ୩ ଅଫିସର ୧୨୪ଜଣ,କ୍ଲାସ ୪ ଅଫିସର ୩ଜଣ,୭ଜଣ ଅନ୍ଯ ସରକାରି ଅଫିସର ଓ ୩୮ଜଣ ବେସରକାରି ଅଫିସର ବିରୋଧରେ ଚାର୍ଜସିଟ ଦାଖଲ ହୋଇଛି

ଗିରଫ
ସେଥିମଧ୍ଯରୁ ୧୫୯ଜଣ ଗିରଫ ହୋଇଛନ୍ତି।
।ଯେଉଁଥିରେ କ୍ଲାସ ୧ ଅଫିସର ୨୧ଜଣ,କ୍ଲାସ ୨ ଅଫିସର୧୯ଜଣ,କ୍ଲାସ ୩ ଅଫିସର ୧୦୩ଜଣ,କ୍ଲାସ ୪ ଅଫିସର ୫ଜଣ,୩ଜଣ ଅନ୍ଯ ସରକାରି ଅଫିସର ଓ ୮ଜଣ ବେସରକାରି ଅଫିସର ଗିରଫ ହୋଇଛନ୍ତି।
ଦୋଷି ସାବସ୍ତ୍ଯ
ଚାର୍ଜସିଟ
ସେଥିମଧ୍ଯରୁ ୫୯ଟି କେସରେ ଦଣ୍ଡବିଧାନ ହୋଇଛି।ଯେଉଁଥିରେ କ୍ଲାସ ୧ ଅଫିସର ୫ଜଣ,କ୍ଲାସ ୨ ଅଫିସର୪ଜଣ,କ୍ଲାସ ୩ ଅଫିସର ୫୩ଜଣ,କ୍ଲାସ ୪ ଅଫିସର ୨ଜଣ,୪ଜଣ ଅନ୍ଯ ସରକାରି ଅଫିସର ଓ ୩ଜଣ ବେସରକାରି ଅଫିସର ଦୁର୍ନିତି ସଂକ୍ରାନ୍ତିୟମାମଲାରେ ଦୋଷି ସାବସ୍ତ ହୋଇ ଦଣ୍ଡିତ ହୋଇଛନ୍ତି।

ଚାକିରିରୁ ବିଦା
୫୯ଜଣ ସରକାରି କର୍ମଚାରି ଚାକିରିରୁ ବହିଷ୍କୃତ ହୋଇଛନ୍ତି।କ୍ଲାସ ୧ ଅଫିସର ୪ଜଣ,କ୍ଲାସ୨ ଅଫିସର ୧୨ଜଣ ,କ୍ଲାସ ୩ ଅଫିସର ୪୨ଜଣ ଏବଂ ୧ଜଣ ଅନ୍ଯ ସରକାରି ଅଫିସର।Conclusion:
Last Updated : Nov 1, 2019, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.