ETV Bharat / city

ଶିଶୁ ବିକାଶ ଆଳରେ ଦୁର୍ନିତୀ; ୩ ମାସରେ ଭିଜିଲାନ୍ସ ୭ ଜଣଙ୍କୁ କଲାଣି ଗିରଫ - Corruption continues in child development Department

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା ହେଉ ବା ଲାଞ୍ଚ କାରବାର । ଶିଶୁ ବିକାଶ ଆଳରେ ଘୋର ଦୁର୍ନିତୀ କରୁଛନ୍ତି ଅଧିକାରୀ । ଯାହାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିବାରେ ଲାଗିଛି । ଅଧିକ ପଢନ୍ତୁ

ଶିଶୁ ବିକାଶ ଆଳରେ ଦୁର୍ନିତୀ
ଶିଶୁ ବିକାଶ ଆଳରେ ଦୁର୍ନିତୀ
author img

By

Published : Nov 22, 2021, 10:42 PM IST

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ହେଉ ବା ଲାଞ୍ଚ କାରବାର। ଶିଶୁ ବିକାଶ ଆଳରେ ଘୋର ଦୁର୍ନିତୀ କରୁଛନ୍ତି ଅଧିକାରୀ। ଯାହାର ପ୍ରମାଣ ଭିଜିଲାନ୍ସ ହାତରେ ଲାଗିବାରେ ଲାଗିଛି । ଗତ ତିନି ମାସରେ ଧରାପଡିଲେଣି ୭ ଜଣ ଦୁର୍ନିତୀଗ୍ରସ୍ତ ଅଧିକାରୀ । ଯେଉଁମାନେ ସବୁ ICDS ଭାବେ କାମ ରୁଛନ୍ତି।

ଭିଜିଲାନ୍ସ ରେକର୍ଡ କହୁଛି ଗତ ୨୪ ଅଗଷ୍ଟରେ ଧରାପଡିଥିଲେ ଭଦ୍ରକ ସିଡିପିଓଙ୍କ ମହିଳା ସୁପରଭାଇଜର ମଲ୍ଲିଲତା ଦାସ । ୧୪ ସେପ୍ଟେମ୍ବରରେ କୋରଡକଣ୍ଟାର ଅଙ୍ଗନୱାଡି କର୍ମୀ ମଲ୍ଲିଲତା ଦାସ । ତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଏହାବାଦ ୩୦ ସେପ୍ଟେମ୍ବରରେ ବାଲେଶ୍ବର ଧରାପଡିଥିଲେ ନୀଳଗିରି ସିଡିପିଓ ICDS ସୁପରଭାଇଜର ସୁବର୍ଣ୍ଣା ସିଂ।

ସେହିପରି ଅକ୍ଟୋବର ୪ ତାରିଖରେ କଳାହାଣ୍ଡି ଭବାନୀପାଟଣା ସିଡିପିଓ ମିନା ପାତ୍ରଙ୍କୁ ଧରିଥିଲା ଭିଜିଲାନ୍ସ। ୨୫ ଅକ୍ଟୋବରରେ କଳାହାଣ୍ଡି ରାମପୁର ସିଡିପିଓ ପୁଷ୍ପାଞ୍ଜଳି ରଥ, ନଭେମ୍ବର ୯ ରେ ଜଗତସିଂହପୁର ବାଲିକୁଦା ସିଡିପିଓ ଶାରଳା ଦେଇଙ୍କ କଳାଟଙ୍କାର ଗୁମ ଖୋଲିଥିଲା ଭିଜିଲାନ୍ସ । ଖାଲି ଏତିକି ନୁହେଁ ୨୨ ନଭେମ୍ବରରେ ନୂଆପଡା ସିନାପାଲି ଏସଡିପିଓ ହର୍ଷମଣି ଦେଓଙ୍କୁ ଭିଜିଲାନ୍ସ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.