ETV Bharat / city

ସିଏଜି ଧରିଲେ ଦୁର୍ନୀତି, ସରକାରଙ୍କୁ ଘେରିଲେ ବିରୋଧୀ - opposition Target to government

ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶର ବୃକ୍ଷ ରୋପଣ ଦୁର୍ନୀତିକୁ ପର୍ଦ୍ଦାଫାସ କରିଛନ୍ତି ସିଏଜି । ଦୁର୍ନୀତି ଯୋଗୁଁ ଚାରା ରୋପଣ କାର୍ଯ୍ୟକ୍ରମ ବିଫଳ ହୋଇଥିବା କହିଛନ୍ତି ସିଏଜି । ୪୮୫ ବୃକ୍ଷ ରୋପଣ କାର୍ଯ୍ୟକ୍ରମରୁ ୧୯୧ ଟି ବିଫଳ ହୋଇଥିବା ସିଏଜି କହିଛନ୍ତି । ଯାହା ଦ୍ୱାରା ବିଭାଗ ୧୩.୧୭ କୋଟି ଟଙ୍କା କ୍ଷତି ସହିଛି । ଏନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଅଧିକ ପଢନ୍ତୁ

Etv Bସିଏଜି ଧରିଲେ ଦୁର୍ନୀତି, ସରକାରଙ୍କୁ ଘେରିଲେ ବିରୋଧୀharat
Etv Bhସିଏଜି ଧରିଲେ ଦୁର୍ନୀତି, ସରକାରଙ୍କୁ ଘେରିଲେ ବିରୋଧୀarat
author img

By

Published : Aug 2, 2022, 9:51 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶର ବୃକ୍ଷ ରୋପଣ ଦୁର୍ନୀତିକୁ ପର୍ଦ୍ଦାଫାସ କରିଛନ୍ତି ସିଏଜି । ଦୁର୍ନୀତି ଯୋଗୁଁ ଚାରା ରୋପଣ କାର୍ଯ୍ୟକ୍ରମ ବିଫଳ ହୋଇଥିବା କହିଛନ୍ତି ସିଏଜି । ୪୮୫ ବୃକ୍ଷ ରୋପଣ କାର୍ଯ୍ୟକ୍ରମରୁ ୧୯୧ ଟି ବିଫଳ ହୋଇଥିବା ସିଏଜି କହିଛନ୍ତି । ଯାହା ଦ୍ୱାରା ବିଭାଗ ୧୩.୧୭ କୋଟି ଟଙ୍କା କ୍ଷତି ସହିଛି । ଏନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ ।

ସହରାଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ତାରତମ୍ୟ ନଥିବାରୁ ୩୯.୮୦ କୋଟି ଅତିରିକ୍ତ ଖର୍ଚ୍ଚ ହୋଇଛି । ସହରାଞ୍ଚଳରେ ବୃକ୍ଷ ରୋପଣରେ ବାଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ପାଣ୍ଠିର ଆବଣ୍ଟନରେ ୧୪.୮୨ କୋଟି ଟଙ୍କାର ଅନିୟମିତତାକୁ ବି ସିଏଜି ଧରିଛନ୍ତି । କେଉଁଠି ବୃକ୍ଷ ରୋପଣ କରାଯିବ ତାହା ସଠିକ ଭାବେ ଚିହ୍ନଟ କରାନଯାଇ ବୃକ୍ଷ ରୋପଣ ହେଉଥିବାରୁ ସରକାରଙ୍କ ଏହି କାର୍ଯ୍ୟକ୍ରମ ବିଫଳ ହୋଇଥିବା କହିଛନ୍ତି ସିଏଜି । ଫୁଟପାତରେ ବୃକ୍ଷ ରୋପଣ, ଟ୍ରେନଜ ଗୁଡିକୁ ଢାଲୁ ସହ ପ୍ରପେଣ୍ଡକୁଲାର ଭାବେ ଖୋଳା ଯାଇନଥିଲା । ଯେଉଁଥି ପାଇଁ 68.36 କୋଟି ଟଙ୍କା ଅକାରଣରେ ଖର୍ଚ୍ଚ ହୋଇଛି । ବିଭିନ୍ନ ଉପାଦାନ ପାଇଁ ଜଙ୍ଗଲ ବିଭାଗ ବ୍ୟୟ ନିୟମକୁ ଉଲଂଘନ କରି ଅଧିକ ଟଙ୍କା ଖର୍ଚ୍ଚ କରିଛି । ଯେଉଁଥି ପାଇଁ 99 ଲକ୍ଷ ଟଙ୍କା କ୍ଷତି ହୋଇଛି ।

ଏନେଇ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି ଯେ, ଯାହା କାର୍ଯ୍ୟକ୍ରମ ହେଉଛି ତାହାର ତଦାରଖ କେହି କରୁନାହାନ୍ତି । ଯେତିକି ଗଛ କଟା ହୁଏ, ତାହାର 3 ଗୁଣା ଗଛ ଲାଗେଇବାର ନିୟମ ରହିଛି । ଆଉ ସେହି ଗଛ ଲଗେଇବା ନାଁ ରେ ସରକାର ଦୁର୍ନୀତି କରୁଛନ୍ତି । ଗଛ ଲଗା ବାବଦରେ ପ୍ରଶ୍ନ କଲେ ଲଗାଯାଇଛି କହି ସରକାର ଭୁତାଉଛନ୍ତି ।ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଯେ, ସିଏଜି ରିପୋର୍ଟରୁ ଯାହା ଜଣାପଡୁଛି ଚାରା ରୋପଣ ବାବଦରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି । ଡିଏଫଓ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ମଧ୍ୟରେ ସମନ୍ୱୟ ନଥିବାରୁ ଏହି ଦୁର୍ନୀତି ହୋଇଛି । ତେଣୁ ଉଭୟଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ଦୁର୍ନୀତି ହୋଇଥିବା ଟଙ୍କା ତାଙ୍କ ଠାରୁ ଆଦାୟ ହେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.